PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଶସ୍ତାରୁ ହିନସ୍ତା ! ଅନ୍‌ଲାଇନ୍ ରିହାତି ସ୍କାମ୍‌ର ୫୬% ଭାରତୀୟ ଶିକାର

ନୂଆଦିଲ୍ଲୀ ୧୨/୧୨:ଲୋକଙ୍କ କଷ୍ଟ ଅର୍ଜିତ ଧନକୁ ହାତେଇବା ପାଇଁ ବିଭିନ୍ନ ପ୍ରକାର ଅଭିନବ ରଣକୌଶଳ ଆପଣାଉଛନ୍ତି ସାଇବର ଅପରାଧୀ । ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ଆଗକୁ ଥିବାବେଳେ ଉପଭୋକ୍ତା ଚଳଚଞ୍ଚଳ ହୋଇପଡିଛନ୍ତି । ସମାନ ଭାବେ ଖୁସି ମନାଉଛନ୍ତି ସାଇବର ଅପରାଧୀ । ସେମାନଙ୍କ ପାଇଁ ଟଙ୍କା ଠୁଳ କରିବାର ଏହା ପ୍ରକୃଷ୍ଟ ସମୟ ।

ଏକ ସର୍ଭେରୁ ଜଣାଯାଇଛି ଯେ, ୫୬.୧% ଭାରତୀୟ ରିହାତି ସ୍କାମ୍‌ର ଶିକାର ହୋଇଛନ୍ତି। ଏମାନେ ଏଭଳି ଲିଙ୍କ୍‌ଗୁଡିକରେ କ୍ଲିକ୍‌ କରିଛନ୍ତି, ଯାହାକି ସେମାନଙ୍କୁ ସନ୍ଦେହଜନକ ୱେବ୍‌ସାଇଟ୍‌ ମଧ୍ୟକୁ ଟାଣିଛି । ଏହି ୱେବ୍‌ସାଇଟ୍‌ରେ ସେମାନଙ୍କଠାରୁ ବ୍ୟକ୍ତିଗତ ତଥ୍ୟ ମଗାଯାଇଥିବା ଜଣାପଡିଛି। ମ୍ୟାକ୍‌ଏଫି ପକ୍ଷରୁ ‘ଅ ଖ୍ରୀଷ୍ଟମାସ କ୍ୟାରୋଲ:ସ୍କାମ୍‌ ଏଡିସନ୍‌’ ନାମକ ସର୍ଭେରେ ଉଲ୍ଲେଖ କରାଯାଇଛି ଯେ, ଉତ୍ସବର ମାହୋଲରେ ଠକିବାର ସମ୍ଭାବନା ଅଧିକ ରହିଛି। ଇ-ମେଲ ମାଧ୍ୟମରେ ଆସୁଥିବା ଲିଙ୍କ୍‌ରେ କ୍ଲିକ୍‌ କରି ୨୫.୩% ଭାରତୀୟ ସ୍କାମ୍‌ର ଶିକାର ହୋଇଥିବାବେଳେ ଏସ୍‌ଏମ୍‌ଏସ୍‌ ଲିଙ୍କ୍‌ରେ କ୍ଲିକ୍‌ କରି ୨୧.୧% ଭାରତୀୟ ଠକାମିର ଶିକାର ହୋଇଥିବା ଜଣାଯାଇଛି । ୧୮ ବର୍ଷରୁ ଊଦ୍ଧ୍ୱର୍ ଯୁବପିଢ଼ିଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ଏଥିରେ ପ୍ରାୟ ୧୦୦୦ ଜଣ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର