PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଅନ୍‌ଲାଇନ୍‌ ଠକେଇର ନୂଆ ଚାଲ୍‌: ଫୋନ୍‌ ପେ’ରେ ଜାଲ୍ ଟ୍ରାନଜାକ୍ସନ କରି ଲୁଟିନେଲେ ଲକ୍ଷେରୁ ଅଧିକ ଟଙ୍କା ରୁପା ଅଳଙ୍କାର, ଗ୍ରାହକ କହିଲେ ଅପେକ୍ଷା କର.. ଟଙ୍କା ଯିବ…

ଭୁବନେଶ୍ୱର,୧୮/୦୯: ଗ୍ରାହକ: ‘ଫୋନ୍‌ ପେ’ ରେ ଟଙ୍କା ଗଲା ତ? ଦୋକାନୀ: ନାଈ ଆଜ୍ଞା, ମୋ ଫୋନ୍‌କୁ ତ ଆସିନି । ଗ୍ରାହକ: ଅପେକ୍ଷା କର । ଅଧ ଘଣ୍ଟାଏରେ ଯିବ । ନିଶ୍ଚୟ ଯିବ…ଏହା ହେଉଛି ଅନ୍‌ଲାଇନ୍‌ ପେମେଣ୍ଟ ଠକେଇର ନୂଆ ଚାଲ୍‌ । ଏମିତି ଢ଼ଙ୍ଗରେ ଜଣେ ଯୁବକ ଏକ ଜୁଏଲର୍ସ ଦୋକାନରୁ ଲକ୍ଷେ ଟଙ୍କାର ରୁପା ଅଳଙ୍କାର ଠକି ନେଇଛନ୍ତି । ପାତ୍ରପଡ଼ାର ଡିଏନ୍‌ ରେଗାଲିଆ ମଲ୍‌ରେ ଥିବା ନିମନ୍ତ୍ରଣ ଜୁଏଲର୍ସର ମାଲିକ ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଛି ।

ମାଲିକଙ୍କ ଅଭିଯୋଗ ମୁତାବକ, ବୁଧବାର ସନ୍ଧ୍ୟାରେ ଜଣେ ଯୁବକ ଦୋକାନକୁ ଆସିଲେ । ବେଶଭୂଷାରୁ ସେ ସମ୍ଭାନ୍ତ ଶ୍ରେଣୀର ବୋଲି ଲାଗୁଥିଲେ । ଦୋକାନରେ ରୁପା ଥାଳି, ବ୍ରେସ୍‌ଲେଟ୍‌ ଓ ଅନ୍ୟାନ୍ୟ ସାମଗ୍ରୀ କିଣିଥିଲେ । ସମସ୍ତ ରୁପା ସାମଗ୍ରୀର ମୂଲ୍ୟ ୧ ଲକ୍ଷ ୧୫ ହଜାର ଟଙ୍କା ହେଲା । ଯୁବକଜଣକ ତାଙ୍କ ମୋବାଇଲ୍‌ ଫୋନ୍‌ ବାହାର କରି ଅନ୍‌ଲାଇନ୍‌ ପେମେଣ୍ଟ ‘ଫୋନ୍‌ ପେ’ ଜରିଆରେ ୪ ଥର ଟ୍ରାନଜାକ୍ସନ କରି ସମସ୍ତ ଟଙ୍କା ପୈଠ କଲେ । ଏହାର ସ୍କ୍ରିନ୍‌ ସର୍ଟ ମଧ୍ୟ ଦୋକାନୀଙ୍କୁ ଦେଖାଇଲେ । କିନ୍ତୁ ଦୋକାନ କାଉଣ୍ଟରରେ ବସିଥିବା କର୍ମଚାରୀ ଟଙ୍କା ଆସି ନଥିବା କହିବାରୁ ଯୁବକ ଜଣକ ବିଚଳିତ ହୋଇ ଯାଇଥିଲେ ।

ଯୁବକଜଣକ କହିଥିଲେ, ଏବେ ସନ୍ଧ୍ୟା ଟାଇମ୍‌ । ନେଟୱର୍କ ଜାମ୍‌ ଥିବ । ଏମିତିରେ ମୁଁ ଟିକେ ବ୍ୟସ୍ତ ଅଛି । ଅପେକ୍ଷା କର । ଟଙ୍କା ଯିବ । ନହେଲେ, ମୋବାଇଲ୍‌ ନମ୍ବର ଅଛି । ମୁଁ ପୁଣି ପଠେଇଦେବି । ଏହି ପ୍ରତିଶ୍ରୁତି ପରେ ଦୋକାନୀ ମଧ୍ୟ ଯୁବକଙ୍କୁ ଛାଡିଦେଲେ । କିନ୍ତୁ ଘଟଣା ପରଦିନ ସକାଳ ଯାଏଁ ଟଙ୍କା ନ ଆସିବାରୁ ଦୋକାନୀ ବ୍ୟସ୍ତବିବ୍ରତ ହୋଇଯାଇଥିଲେ । ସନ୍ଧ୍ୟା ଯାଏଁ ଅପେକ୍ଷା କରିବା ପରେ ଆଜି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ସିସିକ୍ୟାମେରାରୁ ଯୁବକଙ୍କୁ ଚିହ୍ନଟ କରିଛି । ଧରିବାକୁ ଚେଷ୍ଟା ଚଳାଇଛି ।

ସମ୍ବନ୍ଧିତ ଖବର