ତୁଟୁନି ଅନ୍‌ଲାଇନ୍‌ ମଦ ବିକ୍ରି ଦ୍ୱନ୍ଦ୍ୱ: ଠିକଣା ଢଙ୍ଗରେ ପହଞ୍ଚି ପାରୁନି ମଦ, ସ୍ୱିଗି ଓ ଜୋମାଟୋ ସହାୟତା ପାଇଁ ଦୋକାନୀ ଅରାଜି

ଭୁବନେଶ୍ୱର,୨୮/୯ : ମଦ ଅନ୍‌ଲାଇନ୍‌ ବିକ୍ରିକୁ ନେଇ ଚାଲିଥିବା ଟଣାଓଟରା ଥମୁନି । ଏବେ ବି ଗ୍ରାହକଙ୍କ ପାଖରେ ଠିକଣା ଢଙ୍ଗରେ ପହଞ୍ଚି ପାରୁନି ମଦ । ଦୋକାନ ମାଲିକ ଓ ଅବକାରୀ ବିଭାଗର ସମନ୍ୱୟ ଅଭାବରୁ ଅବ୍ୟବସ୍ଥିତ ଢଙ୍ଗରେ ମଦ ହୋମ୍‌ ଡେଲିଭରି ହେଉଛି ।
  

ଗତ ୨ ଦିନ ଧରି ଗ୍ରାହକଙ୍କଠାରୁ ଅଭିଯୋଗ ମିଳୁଥିଲା, ପର୍ଯ୍ୟାପ୍ତ ପରିମାଣର ମଦ ମିଳୁନି । ଏମିତିକି ଅର୍ଡର କଲେ, ଠିକଣା ସମୟରେ ମଦ ପହଞ୍ଚୁନି । ଯାହାକୁ ନେଇ ଗ୍ରାହକ ଖୁସି ନଥିଲେ । ଆଜି ମଧ୍ୟ ସମାନ ସ୍ଥିତି ଦେଖା ଦେଇଛି । ଗତକାଲି ସ୍ୱିଗି ଓ ଜୋମାଟୋ ପକ୍ଷରୁ ହୋମ୍‌ ଡେଲିଭରି ଆରମ୍ଭ ହୋଇଥିଲା । ଭୁବନେଶ୍ୱର ୪ଟି ମଦ ଦୋକାନ ପାଇଁ ସ୍ୱିଗି ଓ ଜୋମାଟୋ ୫ଟି ମଦ ଦୋକାନଠାରୁ ହୋମ୍‌ ଡେଲିଭରି ପାଇଁ ଅନୁମତି ପାଇଥିଲା । ହେଲେ ଅନେକ ଦୋକାନ ମାଲିକ ଏହି ସଂସ୍ଥାର ସହଯୋଗ ନେବାକୁ ଏବେ ବି ଅରାଜି । କମ୍‌ ସଂଖ୍ୟକ ନିଜସ୍ୱ କର୍ମଚାରୀଙ୍କ ଜରିଆରେ ହୋମ୍‌ ଡେଲିଭରି ଚଳାଇଛନ୍ତି । ଯେଉଁଥିପାଇଁ ଗ୍ରାହକଙ୍କ ଚାହିଦା ଅନୁସାରେ ମଦ ଯୋଗାଇବା ସମ୍ଭବ ହେଉନି । ଯେତିକି ଅର୍ଡର ଆସୁଛି, ସେଥିରୁ ପାଖାପାଖି ୪୦ ପ୍ରତିଶତ ମଦ ହୋମ୍‌ ଡେଲିଭରି ହେଉଥିବା ସୂଚନା ମିଳିଛି ।  

ଏବେ ଗ୍ରାହକଙ୍କ ମଧ୍ୟରେ ପୁରୁଣା ଷ୍ଟକ୍‌ ମଦ ବୋତଲରେ ଥିବା ପ୍ରାଇସ୍‌କୁ ନେଇ ଅସନ୍ତୋଷ ଦେଖା ଦେଲାଣି । କୋଭିଡ୍‌ ଚାର୍ଜ ସହ ମଦ ନୂଆ ଦର ଯେତିକି ସର୍ବନିମ୍ନ ରହିବା ଉଚିତ୍‌, ତା’ଠାରୁ ଅଧିକା ଟଙ୍କା ନେଉଛନ୍ତି । ମଦ ଡିପୋଠାରୁ ଦୋକାନକୁ ପରିବହନ ବାବଦରେ ଉଦ୍ଦିଷ୍ଟ ମିସ୍‌ଲେନିୟସ୍‌ (ବିବିଧ) ଚାର୍ଜ ଦୋକାନୀମାନେ ମନଇଚ୍ଛା ବଢ଼ାଇ ଦେଇଥିବା ଅଭିଯୋଗ ହୋଇଛି । ଦୁଇ ମାସର ଲକ୍‌ଡାଉନ୍‌ ପରେ ମଦ ଡିମାଣ୍ଡ ଥିବାରୁ ଦୋକାନୀମାନେ ମନଇଚ୍ଛା ଏହି ଦର କଷୁଥିବା ଜଣାପଡିଛି ।   

ସୂଚନା ମୁତାବକ, ୨୦୧୯-୨୦ ମସିହା ପାଇଁ ଉଦ୍ଦିଷ୍ଟ ପୁରୁଣା ଷ୍ଟକ୍‌ ଅନୁସାରେ ମଦ ପ୍ରାଇସ୍‌ ଅବକାରୀ ବିଭାଗ ପକ୍ଷରୁ ୱେବ୍‌ସାଇଟ୍‌ରେ ଜାରି କରାଯାଇଛି । ପୁରୁଣା ଷ୍ଟକ୍‌ ମଦ ବୋତଲରେ ଆଦାୟ ହେଉଥିବା ନୂଆ ପ୍ରାଇସ୍‌ର ହିସାବ ଖୋଜି ପାଉନାହାନ୍ତି । ବ୍ରାଣ୍ଡ ଅନୁସାରେ ମଦଗୁଡିକର ସଠିକ୍‌ ଦର ୱେବ୍‌ସାଇଟ୍‌ରେ ଜାରି କରିବାକୁ ଦାବି କରିଛନ୍ତି । ଏନେଇ ଅବକାରୀ ବିଭାଗ କହିଛି, ଖୁବ୍‌ଶୀଘ୍ର ଓଡି଼ଶା ଷ୍ଟେଟ୍‌ ବ୍ରେଭରେଜ୍‌ କର୍ପୋରେସନସ୍‌ (ଓଏସ୍‌ବିସି)ର ୱେବ୍‌ସାଇଟ୍‌ ଙ୍ଗଙ୍ଗଙ୍ଗ.କ୍ଟଗ୍ଦଭମ.ମକ୍ଟ.ସଦ୍ଭ ନୂଆ ଦର ପ୍ରଦର୍ଶିତ ହେବ । ଏହାଛଡ଼ା ନୂଆ ପ୍ରାଇସ୍‌ ଟ୍ୟାଗ୍‌ ଥିବା ନୂଆ ମଦ ଷ୍ଟକ୍‌ ମଧ୍ୟ ଆଗକୁ ଦୋକାନରେ ମିଳିବ ।

   ସମ୍ବନ୍ଧିତ ଖବର


ବେଣୁଙ୍କ ବିଧାନସଭା ସ୍ୱପ୍ନ ସାକାର ପାଇଁ ରିକ୍ସାରେ ପ୍ରଚାର କଲେ ରାଣୀ ପଣ୍ଡା

ଜୟପୁର ପୋଲିସ୍‌କୁ ବଡ଼ ସଫଳତା: ଗଞ୍ଜେଇ ରାକେଟର କଲା ପର୍ଦ୍ଦାଫାସ, ୫ ଗିରଫ

ମାନବିକତାର ପରିଚୟ ଦେଲେ କୈଳାଶ, ଏଟିଏମରେ ଛାଡ଼ି ଯାଇଥିବା ଟଙ୍କାକୁ ଆତ୍ମସାତ୍‌ ନକରି ସୋସିଆଲ ମିଡିଆରେ ଜଣାଇଲେ

ନିଖୋଜ ହୋଇଯାଇଛି ବହୁ ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ସହ ବେଆଇନ ଗର୍ଭପାତ କରାଯାଇଥିବା ପୀଡିତା

ଜେଲରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ମାଡ଼, ଅଭିଯୋଗ ଆଣିଲେ ଓକିଲ

ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା –ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ କରୋନା