PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ରବିବାରଠାରୁ ମହଙ୍ଗା ହେବା ଅନ୍‌ଲାଇନ୍‌ ରେଳ ଟିକେଟ୍‌, ଜାଣ୍ତନ୍ତୁ ଦର କେତେ ବଢିବ

ନୂଆଦିଲ୍ଲୀ . – ଏବେ ରେଳଯାତ୍ରୀମାନଙ୍କ ପାଇଁ ଅନ୍‌ଲାଇନ୍‌ ରେଳ ଟିକେଟ୍‌ ସଂରକ୍ଷଣ କରିବା ଦର ବୃଦ୍ଧି ପାଇବ । ସେପ୍ଟେମ୍ବର ଏକ ତାରିଖରୁ ଯାତ୍ରୀଙ୍କୁ ଆଇଆର୍‌ସିଟିସିରୁ ରେଳ ଟିକେଟ୍‌ ସଂରକ୍ଷଣ କରିବା ପାଇଁ ଅଧିକ ଟଙ୍କା ଦେବାକୁ ପଡିବ । ଏଥିପାଇଁ ଅଧିକ ସେବା କର ବା ସର୍ଭିସ୍‌ ଚାର୍ଜ  ଦେବାକୁ ପଡିବ । ଗୋଟିଏ ଇ ଟିକେଟ୍‌ ସଂରକ୍ଷଣ (ବୁକ୍‌) କରିବା ପାଇଁ ୨୦ରୁ ୪୦ ଟଙ୍କା ଅଧିକ ଦେବାକୁ ପଡିବ ।

ଜାଣନ୍ତୁ ଅନ୍‌ ଲାଇନ୍‌ ଟିକେଟ୍‌ ପାଇଁ କେତେ ଅଧିକ ଟଙ୍କା ଦେବାକୁ ପଡିବ ।

ସ୍ଲିପର ଶ୍ରେଣୀରେ ଟିକେଟ୍‌ ସଂରକ୍ଷଣ ପାଇଁ ୨୦ ଟଙ୍କା ଅଧିକ ଦେବାକୁ ପଡିବ ।

 ଏସି ଶ୍ରେଣୀରେ ଟିକେଟ୍‌ ସଂରକ୍ଷଣ ପାଇଁ ୪୦ ଟଙ୍କା ଅଧିକ ଦେବାକୁ ପଡିବ ।

ଭିମ୍‌ ଆପ୍‌ରେ  ଟିକେଟ୍‌ ସଂରକ୍ଷଣ କଲେ

  ସ୍ଲିପର ଶ୍ରେଣୀ ପାଇଁ ୧୦ ଟଙ୍କା ଅଧିକ ଦେବାକୁ ପଡିବ ।

ଏସି ଶ୍ରେଣୀ ପାଇଁ ଟିକେଟ୍‌ ସଂରକ୍ଷଣ କଲେ ଭିମ୍‌ ଆପ ପେମେଣ୍ଟରେ ୨୦ ଟଙ୍କା  ସର୍ଭିସ ଚାର୍ଜ ଦେବାରୁ ପଡିବ ।

 ୨୦୧୬ ନଭେମ୍ବର ମାସରେ ବିମୁଦ୍ରାୟନ ବେଳେ ଡିଜିଟାଲ୍‌ କାରବାର ବୃଦ୍ଧି କରିବା ପାଇଁ ଇ ଟିକେଟ୍‌ରେ ଲାଗୁଥିବା ସର୍ଭିସ୍‌ ଚାର୍ଜକୁ ବନ୍ଦ କରିଦିଆଯାଇଥିଲା ।  ଏଥିଯୋଗଁ ଇ ଟିକେଟ୍‌ ସଂରକ୍ଷଣ ବୃଦ୍ଧି ପାଇଥିଲା ।  ରେଳବାଇ ସୁତ୍ର ଅନୁସାରେ ପ୍ରତିଦିନ ୧୧ ଲକ୍ଷ ରୁ ୧୩ ଲକ୍ଷ ସଂରକ୍ଷଣ ଟିକେଟ୍‌ ବିକ୍ରି ହେଉଛି । ଏହି ସର୍ଭିସ୍‌ ଚାର୍ଜରୁ ରେଳବାଇକୁ ଆର୍ଥିକ ଲାଭ ମିଳିବ ।

ସମ୍ବନ୍ଧିତ ଖବର