ଏଣିକି ଅନ୍‌ଲାଇନରେ ହସ୍ପିଟାଲ ପଞ୍ଜୀକରଣ: ସିଇଏମ୍‌ଏସ୍‌ଓର ଉଦ୍‌ଘାଟନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର ୮/୯: ହସ୍ପିଟାଲ ପଞ୍ଜୀକରଣ ଆଉ ନବୀକରଣ ପ୍ରକ୍ରିୟା ସରଳ ହୋଇଛି । ପଞ୍ଜୀକରଣ ପାଇଁ ଜିଲ୍ଲାପାଳ ଅଫିସ୍‌କୁ ଦୌଡ଼ିବାକୁ ପଡ଼ିବନି । ଘରେ ବସି କମ୍ପ୍ୟୁଟର ମାଉସ୍‌ରେ ହସ୍ପିଟାଲ ପଞ୍ଜୀକରଣ, ନବୀକରଣ ଆବେଦନ କରି ପାରିବା ସହ ସାର୍ଟିଫିକେଟ ମଧ୍ୟ ମିଳିପାରିବ । ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଅନ୍‌ଲାଇନ ପଞ୍ଜୀକରଣ ସିଷ୍ଟମ (ସିଇଏମ୍‌ଏସଓ)ର ଉଦ୍‌ଘାଟନ କରିଛନ୍ତି ।

ଏବେ ରାଜ୍ୟରେ ୧୮୦୦ଟି କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟକୁ ପଞ୍ଜିକୃତ କରାଯାଇଛି । ଆମ ରାଜ୍ୟରେ କ୍ଲିନିକାଲ୍‌ ଏଷ୍ଟାବ୍ଲିସମେଣ୍ଟ ଆଇନ୍‌ ୧୯୯୦ରେ କରାଯାଇଛି । ପୂର୍ବରୁ ଡିଏମ୍‌ଇଟି ଅଫିସରେ ପଞ୍ଜୀକରଣ କରାଯାଉଥିବା ବେଳେ ଏବେ ଜିଲ୍ଲାପାଳଙ୍କ ଅଫିସରେ ପଞ୍ଜୀକରଣ କରାଯାଉଛି । ଏବେ ଫାୟାର ସେଫ୍‌ଟି ପାଇଁ ସାର୍ଟିଫିକେଟ୍‌ ପାଇଁ ପଞ୍ଜୀକରଣ ଆଉ ନବୀକରଣ ବିଳମ୍ବ ହେଉଥିଲା । ଅନ୍‌ଲାଇନ ପଞ୍ଜୀକରଣ ସିଷ୍ଟମ ଆରମ୍ଭ ହେବା ପରେ ଏ ସମସ୍ୟାକୁ ଦୂର କରାଯାଇ ପାରିଛି । ଏବେ ୩୦ ଶଯ୍ୟାରୁ କମ୍‌ ବେଡ ଥିବା ହସ୍ପିଟାଲ, ଆଇସିୟୁ ନଥିବା ହସ୍ପିଟାଲ କିମ୍ବା ୩ମହଲାରୁ କମ୍‌ ଅର୍ଥାତ ୧୨ ମିଟରରୁ କମ୍‌ ଉଚ୍ଚତା ଥିଲେ, କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟମାନେ ଆଫିଡେବିଟ୍‌ ଦେଇ ପଞ୍ଜୀକରଣ କରିପାରିବେ ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ ମେହେର୍ଦ୍ଦା, ଯୁଗ୍ମ ଡିଏମ୍‌ଇଟି ଉମାକାନ୍ତ ଶତପଥୀଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

   ସମ୍ବନ୍ଧିତ ଖବର


୧୯୯୯ ମହାବାତ୍ୟା @ ୨୧: ‘ମନେ ପଡିଲେ ଏବେ ବି ଛାତି ଥରି ଉଠେ ପ୍ରଳୟଙ୍କାରୀ ବାତ୍ୟାର ତାଣ୍ଡବ’

ଆଇଆରବି ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ, ଚାଲିଛି ତଦନ୍ତ

ବାଲେଶ୍ୱର ସଦର ଉପନିର୍ବାଚନ: ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲି ଆଜି

ଡିସେମ୍ବର ୭ରୁ ଓଡିଶା ସିଭିଲ୍‌ ସର୍ଭିସ୍‌ର ମୁଖ୍ୟ ପରୀକ୍ଷା

ମର୍ଣ୍ଣିଂ ୱାକ୍‌ ବେଳେ ଟଳି ପଡ଼ିଲେ ଅବସରପ୍ରାପ୍ତ ଡିଜିପି

ଓଟିଭିର ବଢ଼ିଲା ସମସ୍ୟା; ମୁଖ୍ୟ ଅଫିସ କୋଠାରେ ଅଗ୍ନି ନିରାପତ୍ତା ନାହିଁ, ”ଅଘଟଣ ଘଟିଲେ ଆମେ ଦାୟୀ ହେବୁ ନାହିଁ”: ଅଗ୍ନିଶମ ବିଭାଗ