ଅନ୍‌ଲାଇନ୍‌ ଟଙ୍କା ବ୍ୟବହାର ବେଳେ ଏପରି ହୋଇ ପାରନ୍ତି ଠକାମୀର ଶିକାର, ଜାଣନ୍ତୁ ଠକ କେମିତି କରନ୍ତି ଷଡଯନ୍ତ୍ର

ନୂଆଦିଲ୍ଳୀ ୨୦/୮ : ଏବେ ଅନଲାଇନ ଟଙ୍କା କାରବାର ବେଶ୍‌ ବଢିଯାଇଛି । ଅନେକ ମୋବାଇଲ୍‌ ଆପ୍‌ ସହ ଲୋକମାନେ ବ୍ୟାଙ୍କମାନଙ୍କର ଆପ୍‌ ବ୍ୟବହାର କରୁଛନ୍ତି । ଟଙ୍କା ଦେନନେଣ ପାଇଁ ଅନଲାଇନ୍‌ କାରବାର କରୁଛନ୍ତି । ଏବେ ଅନ୍‌ଲାଇନ୍‌ ଠକେଇ ବି ବୃଦ୍ଧି ପାଇଛି । ଜାଣନ୍ତୁ କେମିତ ଅନଲାଇନ୍‌ ଠକ କରିଥାଆନ୍ତି ଷଡଯନ୍ତ୍ର

ଏହି ଅନଲାଇନ୍‌ ଠକମାନେ ନିଜକୁ ବ୍ୟାଙ୍କ ଏକ୍ସିକ୍ୟୁଟିଭ୍ ଭାବେ ପରିଚନୟ ଦେଇ ଫୋନ୍ କରିଥାଆନ୍ତି । ଆପଣଙ୍କୁ ଏଟିମ୍‌କାର୍ଡ କିମ୍ବା ଆପଣଙ୍କ କ୍ରେଡିଟ କାର୍ଡ ବିଷୟରେ ପଚାରନ୍ତି । ଏହାର ନମ୍ବର ଜାଣିବା ପରେ ଓଟିପି କିମ୍ବା ପିନ୍‌ ପାଇଁ ପଚାରିଥାଆନ୍ତି ।ପରେ ସେମାନେ ସେଥିରୁ ଟଙ୍କା ଠକି ନେଇଥାଆନ୍ତି । ଆପଣ ଜାଣିବା ବେଳକୁ ଆକାଉଣ୍ଟରୁ ଟଙ୍କା ଗାୟବ ହୋଇଯାଇଥାଏ। ସେହିପରି ବିଭିନ୍ନ ଅନ୍‌ଲାଇନ୍‌ ଆପରେ ମଧ୍ୟ ଠକେଇର ଶିକାର ହୋଇପାରନ୍ତି

ବ୍ୟାଙ୍କ ଏକ୍ସିକ୍ୟୁଟିଭ୍ ଭାବେ ପରିଚନୟ ଦେଇ ଗ୍ରାହକଙ୍କୁ ଆକାଉଣ୍ଟର ତଥ୍ୟ ଦେବା ପାଇଁ କୁହନ୍ତି । ଗ୍ରାହକ ଆକାଣ୍ଟର ତଥ୍ୟ ନଦେଲେ ଆକାଉଣ୍ଟ ବନ୍ଦ ହେବା ସହ ଇଣ୍ଟରନେଟ୍ ବ୍ୟାଙ୍କ ସୁବିଧା ବ୍ଳକ  ହୋଇଯିବା କହି ଡରାଇଥାନ୍ତି। ଏହି କଥା ଶୁଣିବା ପରେ କିଛି ଲୋକ ଡରି ଯାଇ ବ୍ୟାଙ୍କର ସମସ୍ତ ତଥ୍ୟ ଦେଇଥାନ୍ତି ଫଳରେ ଷଡଯନ୍ତ୍ରର ଶିକାର ହୋଇଥାନ୍ତି।ଅନଲାଇନ୍‌ ଠକମାନେ ଏହି ଉପାୟରେ ଆକଉଣ୍ଟରୁ ଟଙ୍କା ଖାଲି କରିଦିଆନ୍ତି । ଏହା ନକରି ବ୍ୟାଙ୍କରେ ଯାଇ ଆକାଉଣ୍ଟ ବନ୍ଦ ବିଷୟ ସଠିକ୍ ସୂଚନା ଜାଣିବା ଉଚିତ୍

ଅନଲାଇନ୍‌ ଠକେଇରୁ ବର୍ତ୍ତିବା ପାଇଁ କଣ କରିବେ ଜାଣି ରଖନ୍ତୁ ବ୍ୟାଙ୍କର ସମସ୍ତ ତଥ୍ୟ ଏବଂ ଅନ୍‌ଲାଇନ୍ ଠକେଇରୁ ବଞ୍ଚିବା ପାଇଁ କିଛିବି ଅଜଣା  ରିମୋଟ୍ ଆପକୁ ମୋବାଇଲରେ ଡାଉନଲୋଡ କି ଇନ୍‌ଷ୍ଟଲ୍ କରନ୍ତୁ ନାହିଁ। ଯଦି କୌଣସି କାରଣରୁ ରିମୋଟ୍ ଆପ୍‌କୁ ଡାଉନଲୋଡ୍ କରୁଛନ୍ତି ତେବେ ସେଥିରେ ଏଟିଏମ କାର୍ଡର ତଥ୍ୟକୁ ଗୋପନରେ ରଖନ୍ତୁ ନଚେତ ଷଡଯନ୍ତ୍ରର ଶିକାର ହୋଇପାରନ୍ତି। ନକଲି ବ୍ୟାଙ୍କ ଏକ୍ସକ୍ୟୁଟିଭ୍‌ମାନଙ୍କ ଠାରୁ ଦୂରେଇ ରୁହନ୍ତୁ। ଧ୍ୟାନ ରଖନ୍ତୁ କୌଣସି ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଆପ୍ ଡାଉନଲୋଡ କରିବା କହି ନଥାଏ। ଆକାଣ୍ଟରେ ପରିଚାଲନରେ ଅସୁବିଧାର ସମ୍ମୁଖୀନ ହେଲେ ବ୍ୟାଙ୍କରେ ଥିବା କର୍ମଚାରୀଙ୍କ ମାଧ୍ୟମରେ ଠିକ୍ କରନ୍ତୁ। କେବେବି ଫୋନ୍‌ରେ କାହାକୁ ଆକାଉଣ୍ଟ ନମ୍ବର, ପିନ୍‌ ଓ ଓଟିପି ବିଷୟରେ ସୂଚନା ଦିଅନ୍ତୁ ନାହିଁ ।

   ସମ୍ବନ୍ଧିତ ଖବର


ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ରହସ୍ୟ ଖୁବଶୀଘ୍ର ଉନ୍ମୋଚିତ-ସିବିଆଇକୁ ରିପୋର୍ଟ ଦେଲା ଏମ୍ସ ଟିମ୍‌

ବିବାହର ୧୧ ବର୍ଷ ପରେ ଶିକ୍ଷୟିତ୍ରୀ ସ୍ତ୍ରୀଙ୍କୁ ଛାଡ଼ି ରସକିଆ ସ୍ୱାମୀ ଅନ୍ୟ ଜଣେ ବିବାହିତାଙ୍କୁ ନେଇ ଚମ୍ପଟ -ଥାନାରେ ଏତଲା

ଅନ୍ୟକୁ ଜୀବନରେ ମାରୁଥିଲା-ଏମିତି ଚାଲିଗଲା ଜୀବନ

ରାଜଧାନୀରେ ପୁଣି ବ୍ୟାଙ୍କ୍‌ ଲୁଟ୍‌

ଏସ୍‌ବିଆଇ ଲାଇଫ୍‌ ପକ୍ଷରୁ ବ୍ୟାପକ ଆର୍ଥିକ ପ୍ରତିରୋଧକ ସର୍ଭେ ଉନ୍ମୋଚିତ

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିଲା ଟାଟାଙ୍କ ବିମାନ