ଅନ୍‌ଲାଇନ୍‌ ସେକ୍ସ ବେପାର; ରିମାଣ୍ଡରେ ଆସିବ ଦେହ ଦଲାଲ ‘ଦିଲ୍ଲୀପ’

ଭୁବନେଶ୍ୱର,୨୯ ।୪(ବ୍ୟୁରୋ): କୁଖ୍ୟାତ ଦେହ ସୌଦାଗର ଦିଲ୍ଲୀପ ସାହୁ ଓରଫ ରକି ଏବେ ଆସାମ କ୍ରାଇମ୍‌ବ୍ରାଞ୍ଚ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି । କମିଶନରେଟ୍‌ ପୁଲିସର ମୋଷ୍ଟ ୱାଣ୍ଟେଡ୍‌ ଥିଲେ ଦିଲ୍ଲୀପ । ଓଡ଼ିଶାରୁ ଖସି ସେ ଆସାମରେ ଦେହ ବେପାର ଚଳାଇଥିଲେ । ଦିଲ୍ଲୀପ ଆସାମରେ ଗିରଫ ହୋଇଥିବା ଜାଣି ତାଙ୍କୁ ରିମାଣ୍ଡରେ ଆଣିିବା ପାଇଁ ଯୋଜନା କରିଛି କମିଶନରେଟ୍‌ ପୁଲିସ । ଏଥିପାଇଁ କମିଶନରେଟ୍‌ ପୁଲିସ ପ୍ରକ୍ରିୟା ଆରମ୍ଭ କରିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଦିଲ୍ଲୀପ ପ୍ରଥମେ ଭୁବନେଶ୍ୱରରେ ଚଳାଇଥିଲେ ଅନ୍‌ ଲାଇନ୍‌ରେ ଦେହବେପାର । ଏଥିପାଇଁ ଅନ୍‌ ଲାଇନ୍‌ରେ ବିଜ୍ଞାପନ ଦେଉଥିଲେ । ବିଜ୍ଞାପନରେ ସୁନ୍ଦରୀ ଯୁବତୀଙ୍କ ଅର୍ଦ୍ଧନଗ୍ନ ଫଟୋ ସହ ଦିଲ୍ଲୀପ ନିଜର ଫୋନ୍‌ ନମ୍ବର ଦେଉଥିଲେ । ଗ୍ରାହକ ଦିଲ୍ଲୀପଙ୍କୁ ଯୋଗାଯୋଗ କରୁଥିଲେ । ଏହାପରେ ସେ ଯୁବତୀମାନଙ୍କ ଫଟୋ ହ୍ୱାଟସ୍‌ ଆପ୍‌ରେ ପଠାଉଥିଲେ । ତା’ତଳେ ଦାମ ଲେଖୁଥିଲେ । ତାକୁ ଦେଖି ଗ୍ରାହକ ପହଞ୍ଚି ଯାଉଥିଲେ ଦିଲ୍ଲୀପ ଦେଇଥିବା ଠିକଣାରେ । ଦିଲ୍ଲୀପ ପ୍ରଥମେ ନୂଆପଲ୍ଲୀ ଓ ପଟିଆ ଅଞ୍ଚଳରେ ଘର ଭଡ଼ା ନେଇ ଏହି କାରବାର ଚଳାଇଥିଲେ । ପରେ ସେ ଏହି ବେପାରକୁ ପୁରୀ ଓ କଟକରେ ଆରମ୍ଭ କରିଥିଲେ । ଧୀରେ ଧୀରେ ବିହାର, ଆସାମ, ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ମଧ୍ୟ ଦେହ ବେପାର ସାମ୍ରାଜ୍ୟକୁ ବଢ଼ାଇଥିଲେ ।

୨୦୧୮ ମେ’ ୫ ତାରିଖରେ ନୂଆପଲ୍ଲୀ ପାର୍ବତୀ ଗେଷ୍ଟହାଉସ୍‌ରେ ସ୍ପେଶାଲ୍‌ ସ୍କ୍ୱାଡ ଚଢ଼ଉ କରି ସେକ୍ସର‌୍ୟାକେଟ୍‌ ଠାବ କରିଥିଲା । ସେଠାରୁ ପୁଲିସ୍‌ ୩ ରୂପଜୀବୀଙ୍କୁ ଉଦ୍ଧାର କରିଥିବା ବେଳେ ୭ ଜଣ ଗ୍ରାହକଙ୍କୁ ଗିରଫ କରିଥିଲା । ଏଥିସହ ଦିଲ୍ଲୀପଙ୍କ ସହଯୋଗୀ ରାକେଶ କୁମାରଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା । ହେଲେ ଏହି ସେକ୍ସ ର‌୍ୟାକେଟ୍‌ର ଦଲାଲ୍‌ ତଥା ମାଷ୍ଟର ମାଇଣ୍ଡ୍‌ ଦିଲ୍ଲୀପ୍‌ ଓରଫ ରକି ଓ ଗେଷ୍ଟହାଉସ୍‌ ମାଲିକ ଫେରାର୍‌ ହୋଇ ଯାଇଥିଲେ । ପାର୍ବତୀ ଗେଷ୍ଟହାଉସ୍‌ରେ ପୁଲିସ ଚଢ଼ଉ କରିବା ପରେ ଦିଲ୍ଲୀପ ଓଡ଼ିଶାରୁ ପଶ୍ଚିମବଙ୍ଗ ପଳାଇ ଯାଇଥିଲେ । ସେଠାରେ କିଛି ଦିନ ବେପାର କରିବା ପରେ ଆସାମ ଯାଇଥିଲେ ।

ଆସାମ ଗୌହାଟିରେ ଏକ ଟ୍ରାଭେଲ୍‌ ଏଜେନ୍ସି ଖୋଲି ଆରମ୍ଭ କରିଥିଲେ ଦେହ ବେପାର । ଓଡ଼ିଶା ଓ କୋଲକାତାରୁ ୪୦ ଯୁବତୀଙ୍କୁ ନେଇ ଅନ୍‌ଲାଇନ୍‌ ମାଧ୍ୟମରେ ବେପାର ଚଳାଇଥିଲେ । କିଛି ଦିନ ପରେ ଜାମିନରେ ଆସି ଆସାମରେ ଦିଲ୍ଲୀପଙ୍କ ପାଖରେ ପହଞ୍ଚି ଯାଇଥିଲେ ରାକେଶ କୁମାର । ଉଭୟ ମିଶି ଆସାମରେ ଦୀର୍ଘଦିନ ଧରି ଦେହ ବେପାର ଚଳାଇଥିଲେ । ଏହି ଖବର ଜାଣିବାକୁ ପାଇଥିଲା ଆସାମ କ୍ରାଇମ୍‌ବ୍ରାଞ୍ଚ । ଗତ ୨୦ ତାରିଖରେ ଆସାମ କ୍ରାଇମ୍‌ବ୍ରାଞ୍ଚ ଗୌହାଟିରେ ଦିଲ୍ଲୀପଙ୍କ ଟ୍ରାଭେଲ୍‌ ଏଜେନ୍ସିରେ ଚଢ଼ଉ କରି ୧୦ ରୂପଜୀବୀଙ୍କୁ ଉଦ୍ଧାର କରିବା ସହ ୬ ଜଣ ଗ୍ରାହକଙ୍କୁ ଗିରଫ କରିଥିଲା । ଏହି ସମୟରେ ରାକେଶ ଧରାପଡି ଯାଇଥିଲେ । ହେଲେ ଦିଲ୍ଲୀପ ସେଠାରୁ ଫେରାର ହୋଇ ଯାଇଥିଲେ । ୨୫ ତାରିଖ ରାତିରେ ଦିଲ୍ଲୀପଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ଆସାମ କ୍ରାଇମ୍‌ବ୍ରାଞ୍ଚ । ଦିଲ୍ଲୀପଙ୍କୁ ଜେରା ସମୟରେ ତାଙ୍କ ଦେହବେପାର ସାମ୍ରାଜ୍ୟର ଗୁମର ଫିଟିଥିଲା । ଏବେ ବି ଦିଲ୍ଲୀପଙ୍କର ଭୁବନେଶ୍ୱରରେ ଦେହବେପାର ଚାଲୁଛି ବୋଲି ସେ କ୍ରାଇମ୍‌ବ୍ରାଞ୍ଚକୁ ଜଣାଇଥିଲା । ଆସାମ କ୍ରାଇମ୍‌ବ୍ରାଞ୍ଚ ଏନେଇ ଓଡ଼ିଶା ପୁଲିସ୍‌ ମୁଖ୍ୟାଳୟକୁ ଜଣାଇଥିଲା ।

   ସମ୍ବନ୍ଧିତ ଖବର


କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୪ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୪କୁ ବୃଦ୍ଧି

ଓଡ଼ିଶାରେ ‌୫ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୫୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ଟପିଲା

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ

ଆଇଏଫ୍‌ଏସ୍‌ ଅଫିସର ଅଭୟଙ୍କ ସମ୍ପତ୍ତି ଆକଳନ କରିବ ଏସ୍‌ଆଇଟି ଟିମ୍, ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ

ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି