ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍ ପାଇଁ ଆଉ ମାତ୍ର ୧୦ ଦିନ, ନଚେତ୍ ଲାଗିବ ଏତେ ଫାଇନ୍

ନୁଆଦିଲ୍ଲୀ ୨୧/୮: ଆସେସେମେଣ୍ଟ ଇୟର ୨୦୧୯-୨୦ ପାଇଁ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଭରିବାର ଶେଷ ତାରିଖ ୩୧ ଅଗଷ୍ଟ ୨୦୧୯ । ଅର୍ଥାତ୍ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଭରିବା ପାଇଁ ଆପଣଙ୍କ ପାଖରେ ଆଉ ମାତ୍ର ୧୦ ଦିନ ଅଛି । ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ବିୱା ପେନାଲ୍ଟିରେ ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଆଇଟିଆର୍ ଭରିବାର ଶେଷ ତାରିଖ ୩୧ ଅଗଷ୍ଟ ନିର୍ଦ୍ଧାରଣ କରିଛି । ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ, ଟ୍ୟାକ୍ସପେୟର୍ସଙ୍କୁ ଶେଷ ତାରିଖରେ ଟ୍ୟାକ୍ସ ଭରିବା ପାଇଁ ହେବାକୁ ଥିବା ଭିଡରୁ ବଞ୍ଚିବା ପାଇଁ ଏହି ଉପଦେଶ ଦେଇଛି ।

କେବଳ ୭ ମିନିଟରେ ଭରନ୍ତୁ ITR
ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ଟ୍ୟାକ୍ସ ଭରୁଥିବା ବ୍ୟକ୍ତିମାନଙ୍କ ପାଇଁ ଖାସ୍ ସୁବିଧା ଆରମ୍ଭ କରିଛି । ଟ୍ୟାକ୍ସପେୟର୍ସ ଏବେ ଇ-ଫାଇଲିଂ ଜରିଆରେ ରିଟର୍ଣ୍ଣ ଫାଇଲ୍ କରିପାରିବେ । ଏହା ସର୍ଭିସ୍ ବିଭାଗର ଅଫିସାଆଲ୍ ପୋର୍ଟଲ https://www.incometaxindiaefiling.gov.in  ରେ ଆରମ୍ଭ ହୋଇଯାଇଛି । ଏହାକୁ ‘e-fillingLite’ ନାଁ ଦିଆଯାଇଛି ।

୩୧ ଅଗଷ୍ଟ ପରେ ଦେବାକୁ ପଡିବ ଏତେ ଜୋରିମାନା
ଯଦି କୌଣସି ଟ୍ୟାକ୍ସପେୟର୍ସ ଶେଷ ତାରିଖ ପର୍ଯ୍ୟନ୍ତ ଆଇଟିଆର୍ ଫାଇଲ୍ କରୁନି ତେବେ ତାକୁ ଜୋରିମାନା ଭରିବାକୁ ପଡିବ । ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ଅନୁସାରେ ୩୧ ଅଗଷ୍ଟ ୨୦୧୯ ପରେ ୩୧ ଡିସେମ୍ବର ୨୦୧୯ ପର୍ଯ୍ଯନ୍ତ ଆଇଟିଆର୍ ଫାଇଲ୍ କଲେ ୫ ହଜାର ଟଙ୍କାର ଜୋରିମାନା ଦେବାକୁ ପଡିବ । ଯଦି ଆପଣ ୧ ଜାନୁୟାରୀ ୨୦୨୦ରୁ ୩୦ ମାର୍ଚ୍ଚ ୨୦୨୦ ମଧ୍ୟରେ କରୁଛନ୍ତି ତେବେ ଆପଣଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ । ୟାହାର ଇନକମ୍ ୫ ଲକ୍ଷ ଟଙ୍କାରୁ କମ୍ ତେବେ ତାଙ୍କୁ ଲେଟ୍ ଫାଇନ ଭାବେ ୧ ହଜାର ଟଙ୍କା ଦେବାକୁ ପଡିବ ।

ରିଟର୍ଣ୍ଣ ଭରିବା ପାଇଁ ଭେରିଫାଏ କରିବା ଜରୁରୀ
ଆଇଟିଆର୍ ଭରିବା ପରେ ୟୁଜର୍ସଙ୍କୁ ଏହାକୁ ଭେରିଫାଏ କରିବାକୁ ପଡିବ । ଯଦି ଆପଣ ଫର୍ମକୁ ଭେରିଫାଏ କରିନାହାଁନ୍ତି ତେବେ ଇନକମ୍ ଟ୍ୟାକ୍ସ ନିୟମାନୁସାରେ ଏହା ଅବୈଧ । ଆପଣ ରିଟର୍ଣ୍ଣ ଭରିବା ପରେ ଆଧାର ଓଟିପି ଜରିଆରେ ସତ୍ୟାପିତ କରିପାରିବେ । ଅବଶ୍ଯ ଏଥିପାଇଁ ଆପଣଙ୍କ ମୋବାଇଲ୍ ନମ୍ବର ଆଧାର ସହିତ ସମ୍ପୃକ୍ତ ହୋଇଥିବା ଆବଶ୍ଯକ । ଥରେ ରିଟର୍ଣ୍ଣକୁ ଭେରିଫାଏ କରିବା ପାଇଁ ଏହି ପ୍ରକ୍ରିୟାକୁ ଚୟନ କରିବା ପରେ ଆପଣଙ୍କ ମୋବାଇଲ୍ ନମ୍ବରରେ ଏକ ଓଟିପି ଆସିବ । ଏହାକୁ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟର ୱେବସାଇଟରେ ପକାଇବା ପରେ ଆପଣଙ୍କ ରିଟର୍ଣ୍ଣ ଭେରିଫାଏ ହୋଇଯିବ । ଏହା ବ୍ଯତୀତ ଆପଣ ବ୍ୟାଙ୍କ ଏଟିଏମ୍, ବ୍ୟାଙ୍କ ଆକାଉଣ୍ଟ, ଡିମେଟ୍ ଆକାଉଣ୍ଟ ଓ ନେଟ୍ ବ୍ୟାଙ୍କିଂ ଜରିଆରେ ମଧ୍ଯ ଆଇଟିଆର୍ ଭେରିଫାଏ କରିପାରିବେ ।

ଆପଣଙ୍କ ବାର୍ଷିକ ଆୟ ୨.୫୦ ଲକ୍ଷ ଟଙ୍କା  କିମ୍ବା ଏହାଠାରୁ ଅଧିକ ତେବେ ଆପଣଙ୍କୁ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଭରିବା ଜରୁରୀ । ସିନିୟର ସିଟିଜନ୍(୬୦ ବର୍ଷ ଓ ୮୦ ବର୍ଷ ମଧ୍ଯରେ)ଙ୍କ ପାଇଁ ଲିମିଟ୍ ୩ ଲକ୍ଷ ଟଙ୍କା ଓ ୮୦ ବର୍ଷରୁ ଅଧିକ ବୟସ୍କ ସିନିୟର ସିଟିଜେନଙ୍କ ପାଇଁ ଏହି ଲିମିଟ୍ ୫ ଲକ୍ଷ ଟଙ୍କା ।

   ସମ୍ବନ୍ଧିତ ଖବର


କରୋନା ଭୂତାଣୁ ବିରୋଧରେ ଅତି ପ୍ରଭାବୀ ଆଣ୍ଟିବଡି ଠାବ କଲେ ଜର୍ମାନ୍‌ ବୈଜ୍ଞାନିକ

ଏବେ ଆଉ ପୁରୁଣା ମିଠା ବିକି ପାରିବେ ନାହିଁ ଦୋକାନୀ !୧ଅକ୍ଟୋବରରୁ ଗ୍ରାହକଙ୍କୁ ଏହି କଥା ଜଣାଇବେ ବ୍ୟବସାୟୀ

ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ବର ପାଣ୍ଡେଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ, ଜେଡିୟୁର ହାତ ଧରିଲେ

ଚଳନ୍ତା ବସ୍‌ରେ ଗଣଦୁଷ୍କର୍ମ…ଡ୍ରାଇଭର ଓ କଣ୍ଡକ୍ଟର ରାତି ସାରା କଲେ ଏମିତି କାଣ୍ଡ

କରୋନା ରୋଗୀ କେବଳ ଗୋଟିଏ ଡୋଜ୍‌ ଦିଆଯିବା ଦ୍ୱାରା ସୁସ୍ଥ! ଆଶା ବଢ଼ାଇଲା ଜନ୍‌ସନ୍‌ ଟିକା

ସାହସିକତା ପାଇଁ ମୂଷାକୁ ମିଳିଲା ସ୍ବର୍ଣ୍ଣ ପଦକ, ଛୋଟିଆ ଜୀବର ଅସାଧାରଣ କାର୍ଯ୍ୟ