PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ଆସୁଛି ନୂଆ ନିୟମ: ୫ ବର୍ଷ ପୂର୍ବରୁ ଚାକିରି ଛାଡ଼ିଲେ ବି ମିଳିବ ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୧୧/୦୮: କେନ୍ଦ୍ର ସରକାର କର୍ମଚାରୀମାନଙ୍କ ପାଇଁ ଗ୍ରାଚୁଇଟି ନିୟମରେ ପରିବର୍ତ୍ତନ କରିବା ପାଇଁ ବିଚାର କରୁଛନ୍ତି। ଏହା ଅଧୀନରେ ଆଗକୁ କର୍ମଚାରୀମାନେ ୫ ବର୍ଷ ପୂର୍ବରୁ ଚାକିରି ଛାଡିଲେ ବି ଗ୍ରାଚ୍ୟୁଇଟି ପାଇବା ପାଇଁ ଯୋଗ୍ୟ ହେବେ । ଏହି ସମୟସୀମାକୁ ୧ରୁ ୩ ବର୍ଷ ମଧ୍ୟରେ ରଖିବା ପାଇଁ ସରକାର ବିଚାର କରୁଛନ୍ତି । ଶ୍ରମ ମାମଲାର ସଂସଦୀୟ କମିଟି ଇତି ମଧ୍ୟରେ ଉପସ୍ଥାପିତ ଏକ ରିପୋର୍ଟରେ ଉଲ୍ଲେଖ କରିଛି ଯେ, ଗ୍ରାଚୁଇଟି ପେମେଣ୍ଟ ପାଇବା ପାଇଁ ଏବେ ୫ ବର୍ଷ ଚାକିରିରେ ରହିବା ଅନିବାର୍ଯ୍ୟ ଥିବାବେଳେ ଏହାକୁ ୧ ବର୍ଷ କରାଯିବା ଦରକାର । ତେବେ କ୍ରମାଗତ ଭାବେ ଏ ଦାବି କରାଯାଉଥିବାବେଳେ ଏହା ଉପରେ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂତ୍ରରୁ ଜଣାଯାଇଛି ।

ସୂଚନାଯୋଗ୍ୟ, ଗ୍ରାଚୁଇଟି ପାଇଁ ୫ ବର୍ଷର ସୀମା ଏଥିପାଇଁ ଧାର୍ଯ୍ୟ କରାଯାଇଥିଲା କି କର୍ମଚାରୀମାନେ ଗୋଟିଏ କମ୍ପାନିରେ ଅଧିକ ସମୟ ରହିବେ । କିନ୍ତୁ ଏବେ କର୍ମଚାରୀମାନେ ନିଜ ଅଭିବୃଦ୍ଧିକୁ ଆଖି ଆଗରେ ରଖି କୌଣସି କମ୍ପାନିରେ ଲମ୍ବା ସମୟ ରହୁ ନାହାନ୍ତି । ୫ ବର୍ଷ ମଧ୍ୟରେ ସେମାନେ କମ୍ପାନି ବଦଳାଇ ଦେଉଛନ୍ତି । କମ୍ପାନିରେ ଜଣେ କର୍ମଚାରୀ କାର୍ଯ୍ୟ କରିଥିବା ବର୍ଷ ଆଧାରରେ ପ୍ରତିବର୍ଷ ୧୫ ଦିନର ଦରମା ଆଧାରରେ ଗ୍ରାଚ୍ୟୁଇଟି ଦିଆଯାଇଥାଏ । କମ୍ପାନିରେ ୫ ବର୍ଷ ପୂରଣ ହେବା ପରେ ହିଁ ଜଣେ କର୍ମଚାରୀ ଗ୍ରାଚ୍ୟୁଇଟି ପାଇବା ପାଇଁ ଯୋଗ୍ୟ ହୋଇଥାନ୍ତି ।

ସମ୍ବନ୍ଧିତ ଖବର