PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ- କାଳବୈଶାଖୀର ତାଣ୍ଡଵ। ସେରଗଡ ବ୍ରାହ୍ମଣଛାଇ ଗାଁରେ ଗଛ ପଡି ଦୁଇ ମୃତ
  • ||
  • ବରିଷ୍ଠ ବିଜେଡି ନେତ୍ରୀ ଭି. ସୁଜ୍ଞାନୀ କୁମାରୀ ଦେଓଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ, ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ ବିଧାୟକା
  • ||
  • ପଶ୍ଚିମବଙ୍ଗରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଟିଏମସିର ଆକ୍ରମଣର ପ୍ରତିବାଦରେ କେନ୍ଦ୍ରମନ୍ତ୍ରୀଙ୍କ ଉପବାସ
  • ||
  • ପଶ୍ଚିମବଙ୍ଗ: ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜି
  • ||
  • କୋଭିଡ୍ ମୁକାବିଲା ପାଇଁ ୫୦ ହଜାର କୋଟି ଦେବ ଆର୍‌ବିଆଇ
  • ||
  • ବଲାଙ୍ଗୀର: ଡେଲିମାର୍କେଟରେ ସଂଘବଦ୍ଧ ଭାବେ ପରିବା ବିକ୍ରି କରିବାକୁ ପ୍ରଶାସନ ବିରୋଧ କରିବାରୁ ଉତ୍ତ୍ୟକ୍ତ ହୋଇ ରାସ୍ତାରେ ପରିବା ଫିଙ୍ଗିଲେ ବେପାରୀ, ପୁଲିସ ଏବଂ ମ୍ୟୁନିସିପାଳିଟି ପକ୍ଷରୁ ବୁଝାମଣା ଜାରି
  • ||
  • ଗୁଡ଼ଭେଲା: ବିଦ୍ୟୁତ ଖୁଣ୍ଟକୁ ପଟିଲା ଟ୍ରକ ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ହାଇଦ୍ରାବଦରୁ ଫେରୁଥିଲେ ପ୍ରବାସୀ ଶ୍ରମିକଙ୍କ ୧୨ ବର୍ଷର ଝିଅ, ସୀମାନ୍ତ ମୋଟୁରେ ଚାଲିଗଲା ଜୀବନ
  • ||
  • ଉପକୂଳରେ ତାତି ଉଭାନ୍‌, ଆସନ୍ତା ୪ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ
  • ||
  • ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରୁ ଫେରିଲେ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ
  • ||
  • ଓଡ଼ିଶାରେ ଚିହ୍ନଟ ହେଲେ ୯୮୮୯ ଜଣ କରୋନା ପଜିଟିଭ ଚିହ୍ନଟ, ଆଖିବୁଜିଲେ ୧୬ ଜଣ ସଂକ୍ରମିତ
  • ||
  • ଓଡ଼ିଶା: ଆଜିଠୁ ରାଜ୍ୟବ୍ୟାପୀ ୧୪ ଦିନିଆ ‘ଲକଡାଉନ୍‌,’୧୯ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ
  • ||

ସରକାର ଉପରେ ବର୍ଷିଲେ ନିରଞ୍ଜନ

ନବରଙ୍ଗପୁର,୧୩ା୧(ଆପ୍ର): ଚିକ୍କଣିଆ କଥା କହି, ଭୂଆଁ ବୁଲାଇ କେନ୍ଦ୍ରର ମୋଦି ସରକାର ଭୋଟ୍ ନେଉଛନ୍ତି । ଓଡ଼ିଶାର ନବୀବ ବାବୁ ନୋଟ୍ ବାଣ୍ଟି ଭୋଟ ନେଉଛନ୍ତି । ଉଭୟଙ୍କ ମଧ୍ୟରେ କୌଣସି ଫରକ୍ ନାହିଁ । ଭୁବନେଶ୍ୱରରେ କଳି, ଦିଲ୍ଲୀ ଗଲେ କୋଳାକୋଳି । କୋଷାଗୁମୁଡା ଷ୍ଟାଡିୟମ୍ ପଡ଼ିଆରେ ଆୟୋଜିତ କଂଗ୍ରେସର ବିଶାଳର ଚାଷୀ ସମାବେଶର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଏଭଳି ବିଷୋଦଗାର୍ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ନିରଞ୍ଜନ କହିଛନ୍ତି, ୧୮ ବର୍ଷ ଧରି ବିଜେଡି ସରକାର ଓଡ଼ିଶାକୁ ଗରିବ କରି ଦେଇଛି । ଯେଉଁଠି ୬୫ ଭାଗ ଦାରିଦ୍ର‌୍ୟ ରହିଛି, ସେଠାରେ ବିକାଶ ଆସିଲା କେଉଁଠୁ । ୮୫ଲକ୍ଷ ବେକାର ଯୁବକଯୁବତୀ ରାସ୍ତାରେ ବୁଲୁଛନ୍ତି । ୬୦ ଲକ୍ଷ ଯୁବକଯୁବତୀ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ୩୫ ଲକ୍ଷ ଯୁବକଯୁବତୀ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ନାମ ପଞ୍ଜୀକରଣ କରି ବେକାର ବସିଛନ୍ତି । ରାଜ୍ୟରେ ୧ ଲକ୍ଷ ୩୧ ହଜାର ସରକାରୀ ପଦବି ଖାଲି ପଡ଼ିଛି । ୧୮ ବର୍ଷରେ ଚାଷୀଙ୍କ ପାଇଁ ଓଡ଼ିଶାରେ ଗୋଟିଏ ହେଲେ ଜଳସେଚନ ପ୍ରକଳ୍ପ ହୋଇପାରିନି । ଚାଷୀଙ୍କ ହକ୍ ପାଇଁ ଲଢେଇ କରିବାକୁ ଦିଲ୍ଲୀ ଯାଇ ସେଠାରେ ବିଜେଡି ନେତା ଓ ମନ୍ତ୍ରୀମାନେ ପିକ୍ନିକ୍ କରି ଫେରୁଛନ୍ତି । କେନ୍ଦ୍ରର ନରେନ୍ଦ୍ର ମୋଦି ଆଛେ ଦିନ୍ କଥା କହିଥିଲେ । କିନ୍ତୁ ଦିନକୁ ଦିନ ପେଟ୍ରୋଲ ଏବଂ ଡିଜେଲ୍ ଦର ହୁ ହୁ ହୋଇ ବଢିଚାଲିଛି । ବିଜେପିକୁ ଛତିଶଗଡ, ରାଜସ୍ଥାନ ଭଳି ରାଜ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି । ନିରଞ୍ଜନ ପଟ୍ଟନାୟକ ଲଙ୍ଗଳ ଧରିଲେ, ଓଡିଶାରେ କଂଗ୍ରେସ ସରକାର ଆସିଲେ ୨ ବର୍ଷ ମଧ୍ୟରେ ଜଣେ ହେଲେ କେହି ଭୂମିହୀନ ରହିବେ ନାହିଁ । ଚାଷୀଙ୍କ ପାଇଁ ସଂପୂର୍ଣ୍ଣ ଋଣଛାଡ କରାଯିବ । ଜମିକୁ ପାଣି ମଡାଇବା ଲାଗି ସୋଲାର ପମ୍ପ ଯୋଗାଇ ଦିଆଯିବ । ଲଗାତାର ୫ ବର୍ଷ ଧରି ଚାଷୀଙ୍କ ଅର୍ଥନୈତିକ ବିକାଶ ଉପରେ ଦଳ ଗୁରୁତ୍ୱ ଦେବ ବୋଲି ସେ ଘୋଷଣା କରିଛନ୍ତି । ଏଥିପାଇଁ କଂଗ୍ରେସର ହାତମୁଠା ଟାଣ କରିବାକୁ ଚାଷୀମାନଙ୍କୁ ଆହ୍ୱାନ ଦେଇଛନ୍ତି ନିରଞ୍ଜନ ।
ପିପିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି, ଚାଷୀମାନେ ଏବେ ସବୁଠାରୁ ଦୟନୀୟ ଅବସ୍ଥାରେ ରହିଛନ୍ତି । ଉତ୍ତମ ଫସଲ ପାଇଁ ବିହନ ମିଳୁନି । ଫସଲ ହେଲେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ । ଦକ୍ଷିଣ ଓଡ଼ିଶା ପ୍ରଭାରୀ ଅନୀଲ ଚୌଧୁରୀ, ଡାବୁଗାଁ ବିଧାୟକ ଭୁଜବଳ ମାଝୀ, କୋଟାପାଡ ବିଧାୟକ ଚନ୍ଦ୍ରଶେଖର ମାଝୀ, ପୂର୍ବତନ ବିଧାୟକ ସଦନ ନାୟକ, ପୂର୍ବତନ ବିଧାୟକ ନିମାଇ ସରକାର, ପିସିସି ସଂପାଦକ ସରୋଜ ପାତ୍ର ପ୍ରମୁଖ ଯୋଗଦେଇ ଦଳର ଜୟଗାନ କରିଥିଲେ । କଂଗ୍ରେସର ଜିଲ୍ଲା ସଭାପତି ମୁନା ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଶହ ଶହ ଚାଷୀ ଓ ଜନସାଧାରଣ ଯୋଗ ଦେଇଥିଲେ । ବିଭିନ୍ନ ରାଜନୈତିକ ଦଳର କର୍ମୀମାନେ ଏହି ଅବସରରେ କଂଗ୍ରେସରେ ସାମିଲ ହୋଇଥିଲେ ।

ସମ୍ବନ୍ଧିତ ଖବର