PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଟଳିନି କରୋନା ବିପଦ: ଖୋଲିଲା ହାଟ- ବଜାର- ମଲ୍, ଏବେ ଜଗିବା ଚାଲେଞ୍ଜ

ବଜାର ଜଗିବେ ବିଏମ୍‌ସିର ୫ ଟିମ୍‌, ପୁଲିସର ୫ ସ୍କ୍ୱାଡ୍‌

ଭୁବନେଶ୍ୱର ୪/୦୮: ହାଟ, ବଜାର ସବୁ ଖୋଲା । ମଲ୍‌ ବି ଖୋଲିଗଲା । କଟକଣା କୋହଳ । ଲୋକେ ବିନା ବାଧାରେ ବୁଲିବା ଆରମ୍ଭ କଲେଣି । ହେଲେ କରୋନା ବିପଦ ଟଳିନି । ଏବେ ବି ମାଳମାଳ ସଂକ୍ରମିତ ବାହାରୁଛନ୍ତି ବିଭିନ୍ନ ଅଞ୍ଚଳରୁ । କଲୋନି, ବସ୍ତି ସବୁଠି କରୋନା ଭୟ ରହିଛି । ଏମିତିରେ ବଜାରଘାଟରେ ସାମାଜିକ ଦୂରତା ନ ରହିଲେ କରୋନା ସ୍ଥିତି ବିସ୍ଫୋରକ ରୂପ ନେଇପାରେ । ଏକଥା ସରକାର ବି ଜାଣିଛନ୍ତି । ତେଣୁ ବଜାରଘାଟରେ ସାମାଜିକ ଦୂରତା ଜଗିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ କମିଶନରେଟ ପୁଲିସ ମିଳିତ ରଣନୀତି କରିଛନ୍ତି ।

ରାଜଧାନୀର ୟୁନିଟ୍‌-୧, ୟୁନିଟ୍‌-୨ ମାର୍କେଟ ବିଲ୍ଡିଂ, ଜନପଥ, ୟୁନିଟ୍‌-୪, କଟକରୋଡ୍‌, ନୂଆପଲ୍ଲୀ, ଭିଏସଏସନଗର, ମଞ୍ଚେଶ୍ୱର, ପାହାଳ, ଜୟଦେବବିହାର-ପଟିଆ ରାସ୍ତା, ଜାଗମରା, କଳିଙ୍ଗବିହାର, ପାତ୍ରପଡ଼ା, ବମିଖାଲ, ପୁରୁଣା ଭୁବନେଶ୍ୱର, ଲୁଇସ ରୋଡ୍‌, ରବି ଟକିଜ, ଲକ୍ଷ୍ମୀସାଗର, ସାମନ୍ତରାପୁର, ସୁନ୍ଦରପଦା ସମେତ ସବୁଠି ମାଳମାଳ ଦୋକାନ ବଜାର । ମୁଖ୍ୟ ରାସ୍ତା ବାଦ୍‌ ଗଳିକନ୍ଦିରେ ବି ଛତୁ ଫୁଟିଲା ଭଳି ଦୋକାନ । ସଉଦା ଦୋକାନ, ପରିବା ଦୋକାନ ଓ ଆମିଷ ଦୋକାନରେ ସାମାଜିକ ଦୂରତା ରକ୍ଷା କରିବା ସବୁଠୁ ବଡ଼ ଚାଲେଞ୍ଜ । ନିଜେ ବିଏମ୍‌ସି କମିଶନର ମଧ୍ୟ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଯଦିଓ ବିଏମ୍‌ସି କର୍ତ୍ତୃପକ୍ଷ ସମସ୍ତ ମାର୍କେଟ ଆସୋସିଏସନ ସହ ଆଲୋଚନା କରି ସହଯୋଗ ମାଗିଛନ୍ତି । ନିୟମ ନେଇ ତାଗିଦ୍‌ ବି କରିଛନ୍ତି । ହେଲେ ମାର୍କେଟ ଆସୋସିସଏସନ ଭରସାରେ ସବୁ ଛାଡ଼ି ଦେଲେ ହେବନି । ଏକଥା ବିଏମସି ବି ବୁଝିଛି । ତେଣୁ ବଜାରରେ ସାମାଜିକ ଦୂରତା ରକ୍ଷା ହେଉଛି କି ନାହିଁ, ତାହା ଉପରେ ନଜର ରଖିବାକୁ ବିଏମସି ଓ ପୁଲିସ ମିଳିତ ରଣନୀତି କରିଛନ୍ତି ।

ଯୋଜନା ହୋଇଛି, ବିଏମସି ସାରା ସହର ପାଇଁ ପ୍ରାୟ ୫/୬ଟି ସ୍କ୍ୱାଡ୍‌କୁ ବୁଲାଇବ । ପ୍ରତି ସ୍କ୍ୱାଡ୍‌ରେ ୫ଜଣ ଲେଖାଏଁ କର୍ମଚାରୀ ରହିବେ । ସେମାନେ ନିର୍ଦ୍ଦିଷ୍ଟ ବିଏମସି ଜୋନ୍‌ ଅଧୀନରେ କାମ କରିବେ । ଗାଡ଼ି ଧରି ନିଜ ନିଜ ଇଲାକାରେ ଥିବା ମାର୍କେଟ ବୁଲିବେ । ଅପରପକ୍ଷରେ ପୁଲିସ ବି ସମାନ ସଂଖ୍ୟକ ସ୍କ୍ୱାଡ୍‌ ଦେବ ବିଏମସିକୁ । ଏମାନେ ପାଳି କରି ବିଭିନ୍ନ ମାର୍କେଟ, ହାଟକୁ ଯିବେ । ମଲ୍‌ଗୁଡ଼ିକୁ ମଧ୍ୟ ବୁଲି ଦେଖିବେ । ଅପରାହ୍ନ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ବଜାରକୁ ବେଶି ନଜର ରଖାଯିବ । ବିଏମସି ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି, ମାର୍କେଟ ଆସୋସିଏସନ ସହ ସବୁ ବାବଦରେ ଆଲୋଚନା କରାଯାଇଛି । ଆମ ସ୍କ୍ୱାଡ୍‌ ଓ ପୁଲିସର ସ୍କ୍ୱାଡ୍‌ ପୂରା ସହରର ଦୋକାନ ବଜାର ଉପରେ ନଜର ରଖିବେ । ଯଦି କୌଣସି ଜାଗାରେ ସାମାଜିକ ଦୂରତା ରକ୍ଷା କରାଯାଉନଥିବ ବା ଭିଡ଼ ଦେଖିବାକୁ ମିଳିବ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ । ଜରିମାନା ଆଦାୟ କରାଯିବା ସହ ଦୋକାନକୁ ସିଲ୍‌ କରାଯିବ । ଆବଶ୍ୟକ ପଡ଼ିଲେ ପୂରା ମାର୍କେଟକୁ ସିଲ୍‌ କରାଯିବ । ସଚେତନତା ପାଇଁ ବଜାରରେ ମାଇକ୍‌ ପ୍ରଚାର କରାଯିବ ।

ଏଥିପାଇଁ ସହରରେ ୫ଟି ଗାଡ଼ି ବୁଲିବ । ଏହାବାଦ୍‌ ସ୍ଥିତି ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଆବଶ୍ୟକ ପଡ଼ିଲେ ସ୍କ୍ୱାଡ୍‌ ସଂଖ୍ୟା ଆହୁରି ବଢ଼ାଯିବ । ସେ ଆହୁରି କହିଛନ୍ତି, କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଜନସାଧାରଣଙ୍କ ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଜୀବନଠାରୁ ବଡ଼ କିଛି ନୁହେଁ । ନିଜ ତଥା ନିଜ ପରିବାର ଓ ସମ୍ପର୍କୀୟଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ କୋଭିଡ୍‌ କଟକଣା ନିୟମ ମାନିବାକୁ ହେବ । ଭିଡ଼ ଜାଗାକୁ ଆଦୌ ଯାଆନ୍ତୁନି । ବାରମ୍ବାର ବଜାର ଯିବା ଠିକ୍‌ ନୁହେଁ । ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ସମସ୍ତଙ୍କ କର୍ତ୍ତବ୍ୟ ।