PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ମୋଦି ସରକାରଙ୍କ ଏହି ଯୋଜନାରେ ଆପଣଙ୍କ ଝିଅ ହୋଇଯିବ ଲକ୍ଷପତି, ପାଠପଢା କିମ୍ବା ବାହାଘର ବେଳେ ମିଳିବ ୧୫ ଲକ୍ଷ

ନୂଆଦିଲ୍ଲୀ, ୦୩/୦୮ : ଯଦି ଆପଣ ଆପଣଙ୍କର ଝିଅକୁ ଲକ୍ଷପତି କରିବାକୁ ଚାହୁଁଛନ୍ତି ତେବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆପଣଙ୍କୁ ଦେଉଛି ଏହି ଖାସ୍ ସୁବିଧା। ବ୍ୟାଙ୍କ୍‌ର ଏହି ଅଫରରେ ଆପଣ ଆପଣଙ୍କ ଝିଅ ପାଇଁ ୧୫ ଲକ୍ଷ ଟଙ୍କା ସଞ୍ଚୟ କରିପାରିବେ। ପିଏନବି ସୁକନ୍ୟା ସମୃଦ୍ଧି ଯୋଜନାରେ ଆକାଉଣ୍ଟ ଖୋଲି ଆପଣଙ୍କ ଝିଅ ଲକ୍ଷପତି ହୋଇପାରିବ। ତେବେ ଜାଣନ୍ତୁ ୧୫ ଲକ୍ଷ ଟଙ୍କା ସଞ୍ଚୟ କରିବାର ଉପାୟ-

କେତେ କରିବାକୁ ପଡ଼ିବ ଡିପୋଜିଟ୍ ?
ଏଥିରେ ଆପଣ ମିନିମମ ୨୫୦ ଟଙ୍କା ଡିପୋଜିଟ୍ କରିପାରିବେ କିମ୍ବା ସର୍ବାଧିକ ୧,୫୦,୦୦୦ ଟଙ୍କା ଡିପୋଜିଟ୍ କରିପାରିବେ। ଏହି ଆକାଉଣ୍ଟ ଖୋଲିବା ପରେ ଆପଣଙ୍କ ଝିଅର ପାଠ ପଢା ଖର୍ଚ୍ଚରୁ ସାମାନ୍ୟ ଆଶ୍ଵସ୍ତି ମିଳିବ।

ସୁଧ କେତେ ?
ସୁକନ୍ୟା ସମୃଦ୍ଧି ଯୋଜନାରେ ୭.୬ ପ୍ରତିଶତ ସୁଧ ମିଳିବ। ପ୍ରତି ତିନି ମାସରେ ଥରେ ଏହି ସୁଧ ହାରକୁ ସରକାର ରିଭାଇଜ୍ କରନ୍ତି। ଏଥିରେ ବହୁ ସ୍ମଲ୍ ସର୍ଭିସିଂ ସ୍କିମ୍ ସାମିଲ ଅଛି। ଏତଦ୍ ବ୍ୟତୀତ ଏହି ଯୋଜନାରେ ଗ୍ରାହକଙ୍କୁ ଟ୍ୟାକ୍ସରୁ ମଧ୍ୟ ଛୁଟି ମିଳେ।

କେବେ ମାଚ୍ୟୁରିଟି ପାଇବ ଏହି ସ୍କିମ୍ ?
ଖାତା ଖୋଲିବାର ୨୧ ବର୍ଷ ପରେ ଅର୍ଥାତ୍ ଝିଅ ୧୮ ବର୍ଷ ହେବା ପରେ ବିବାହ ସମୟରେ ଏହି ସଞ୍ଚୟ ଖାତା ମାଚ୍ୟୁରିଟି ପାଇବ। ପ୍ରତି ମାସରେ ୩ ହଜାର ଟଙ୍କା ବାନ୍ଧିବାକୁ ପଡିବ। ଅର୍ଥାତ୍ ବାର୍ଷିକ ୩୬୦୦୦ ଟଙ୍କା ରଖିବାକୁ ପଡିବ। ୧୪ ବର୍ଷ ପରେ ଆପଣଙ୍କୁ ୯,୧୧,୫୭୪ ଟଙ୍କା ମିଳିବ। ସେହିପରି ୨୧ ବର୍ଷ ପରେ ୧୫,୨୨,୨୨୧ ଟଙ୍କା ମିଳିବ।

କେଉଁ କାଗଜପତ୍ର ଆବଶ୍ୟକ ?
ଖାତା ଖୋଲିବା ପାଇଁ ବାର୍ଥ ସାର୍ଟିଫିକେଟ ଦେବାକୁପିବ। ଆପଣଙ୍କ ଝିଅ ଓ ମାଆ-ବାପାଙ୍କ ପ୍ରମାଣପତ୍ର ଦେବାକୁ ପଡେ।

ସରକାର ସୁକନ୍ୟା ସମୃଦ୍ଧି ଯୋଜନାକୁ ବେଟି ବଚାଓ, ବେଟି ପଢାଓ ଯୋଜନାକୁ ପ୍ରୋତ୍ସାହନ ଦେବା ପାଇଁ ଆରମ୍ଭ କରିଥିଲେ। ଏହି ଯୋଜନାରେ ଝିଅର ମାତାପିତା କିମ୍ବା ଅଭିଭାବକ ତାଙ୍କର ଏକମାତ୍ର ଝିଅ ନାମରେ କେବଳ ଗୋଟିଏ ଆକାଉଣ୍ଟ ଖୋଲିପାରିବେ। ସେହିପରି ଦୁଇଟି ଝିଅଙ୍କ ପାଇଁ ୨ଟି ଆକାଉଣ୍ଟ ଖୋଲିପାରିବେ। ଏନେଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ଟ୍ଵିଟ୍ କରି ସୂଚନା ଦେଇଛି। ପିଏନବି ଟ୍ଵିଟ୍ କରି କହିଛି ଯେ, ଆପଣ ଏବଂ ଆମେ ମିଶି ଆପଣଙ୍କ ଝିଅକୁ ସ୍ଵପ୍ନର ନୂଆ ଉଡ଼ାଣ ଭରିବାକୁ ଦେବା।

ସମ୍ବନ୍ଧିତ ଖବର