PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

Opinion Poll: ଆସାମ-ପୁଡୁଚେରୀରେ ବିଜେପି, କେରଳରେ ବାମପନ୍ଥୀ ଓ ତାମିଲନାଡ଼ୁରେ କଂଗ୍ରେସ ପାଇଁ ଭଲ ଖବର

ନୂଆଦିଲ୍ଲୀ, ୨୭/ ୦୨: ଦେଶରେ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ ବିଧାନସଭା ନିର୍ବାଚନ। ଏଥିପାଇଁ ଗତକାଲି ମୁଖ୍ୟ ନିର୍ବାଚନ କମିଶନର ନିର୍ବାଚନୀ ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ ବିଗୁଲ ବାଜିବା ପରେ ଏବେ ଅପିନିୟନ ପୋଲ ଫଳାଫଳ ସାମ୍ନାକୁ ଆସିଛି।

ଏବିପି ସି ଭୋଟର ଅପିନିୟନ୍‌ ପୋଲ ମୁତାବିକ କେରଳରେ ଲେଫ୍ଟ ପୁଣିଥରେ ସରକାର ଗଢ଼ିବ। ସେହିପରି ଆସାମରେ ବିଜେପିକୁ ୬୮ ରୁ ୭୬ ସିଟ୍‌ ମିଳିବ ବୋଲି ଅନୁମାନ କରାଯାଇଛି। ସେହିପରି କଂଗ୍ରେସ ଗଠବନ୍ଧନକୁ ୪୩ ରୁ ୫୧ଟି ଆସନ୍‌ ମିଳିବ ବୋଲି ଅପିନିୟନ୍‌ ପୋଲରୁ ଜଣାଯାଇଛି।

ସେହିପରି ତାମିଲନଡ଼ୁ ବିଧାନସଭା ନିର୍ବାଚନରେ ଡିଏମକେ-କଂଗ୍ରେସ ଗଠବନ୍ଧନକୁ ୧୫୪ରୁ ୧୬୨ ସିଟି ମିଳିବ ବୋଲି ପୋଲରରେ ଆକଳନ କରାଯାଇଛି। ଅପରପକ୍ଷେ ବିଜେପି-ଏଆଇଡିଏମକେକୁ ୫୮ ରୁ ୬୬ଟି ସିଟ୍‌ ମିଳିବ ବୋଲି ପୋଲରେ ଆକଳନ କରାଯାଇଛି।

କେରଳରେ ବାମପନ୍ଥୀ ଦଳ ପୁଣିଥରେ ଶାସନ ଗଢ଼ିବ। ଅପିନିୟନ୍‌ ପୋଲ ମୁତାବିକ କେରଳରେ ବାମପନ୍ଥୀ ଦଳର ଗଠବନ୍ଧକୁ ବହୁମତ ମିଳିବ ବୋଲି ଭବିଷ୍ୟବାଣୀ ହୋଇଛି।