PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀରେ ୧୭ଟିକିଆ ହାତୀପଲ ଆତଙ୍କ, ଗାଁରେ ପଶିଲେ, ଫସଲ ନଷ୍ଟ କଲେ
  • ||
  • ଢେଙ୍କାନାଳ : ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ଓପୋ ଲଞ୍ଚ କଲା ନୂଆ ମଡେଲ୍: 8GB ରାମ୍ ସହିତ 5000mAh ବ୍ୟାଟେରୀ, ଜାଣନ୍ତୁ ଦାମ୍ ଓ ଫିଚର୍ସ

https://gadgets.ndtv.com/

ନୂଆଦିଲ୍ଲୀ ୭/୮: Oppo ଭାରତରେ ଓପୋ A52 ନାମକ ନୂଆ ୮ ଜିବି ରାମ ଭେରିଏଣ୍ଟ ଲଞ୍ଚ୍ କରିଦେଇଛି । ନୂଆ ସ୍ମାର୍ଟଫୋନ ଆମାଜନ ପ୍ରାଇମ୍ ଡେ ୨୦୨୦ ସେଲ୍ ସମୟରେ ଆସିଛି । ଏହି ଫୋନକୁ କିଛି ମାସ ପୂର୍ବରୁ କମ୍ପାନୀ  ୬ ଜିବି ରାମରେ ମାର୍କେଟକୁ ଆଣିଥିଲା । କମ୍ପାନୀ ଏହାକୁ ୪ ଜିବି ଓ ୮ ଜିବି ରାମ ଭେରିଏଣ୍ଟରେ ଆଣିବା ପାଇଁ ଜୁନରେ ହିଁ ଘୋଷଣା କରିଥିଲା । ରାମ ବ୍ୟତୀତ ଫୋନରେ କୌଣସି ପରିବର୍ତ୍ତନ କରାଯାଇନି । ପୂରୁଣା ଭେରିଏଣ୍ଟ ଅନୁସାରେ ଏଥିରେ ମଧ୍ୟ ୧୨୮ ଜିବିର ଇଣ୍ଟରନାଲ୍ ଷ୍ଟୋରେଜ୍ ଅଛି । ଫୋନରେ ଏତେ ଉତ୍ତମ ଫିଚର୍ସ ଦିଆଯାଇଛି ଯେ ଆପଣ ତୁରନ୍ତ ଏହାକୁ କିଣିବାକୁ ଚାହିଁବେ ।

ଆମାଜନ ପ୍ରାଇମ୍ ଡେ ସେଲରେ ମିଳିବ ଏହି ଅଫର
Oppo A52 8GB ରାମ ଭେରିଏଣ୍ଟର ଦାମ୍ ୧୮,୯୯୦ ଟଙ୍କା ରଖାଯାଇଛି । ୬ ଜିବି ଭେରିଏଣ୍ଟର ଦାମ୍ ୧୬,୯୯୦ ଟଙ୍କା ରଖାଯାଇଛି । ଉଭୟ ମଡେଲ୍ସ ହ୍ୱାଇଟ୍ ଓ ବ୍ଲାକ୍ କଲରରେ ଆସୁଛି ଯାହାକୁ ଆମାଜନ୍ ଇଣ୍ଡିଆରୁ କ୍ରୟ କରିହେବ । ଫୋନରେ ନୋ-କଷ୍ଟ ଇଏମଆଇ ସହିତ HDFC ବ୍ୟାଙ୍କ ଗ୍ରାହକଙ୍କୁ ୧୦ ପ୍ରତିଶତର ଇନଷ୍ଟାଣ୍ଟ ଡିସ୍କାଉଣ୍ଟ ଦିଆଯାଉଛି ।

ଆକର୍ଷକ FHD+ ପଞ୍ଚ୍ ହୋସ୍ ଡିସପ୍ଲେ
FHD+ 2400×1080 ରିଜ୍ୟେଲୁସନର ପଞ୍ଚ୍ ହୋଲ୍ ଡିସପ୍ଲେ ରହିଛି । ଏହା ସହିତ ଫୋନରେ ଅକ୍ଟା-କୋର୍ କ୍ୱାଲକମ୍ ସ୍ନାପଡ୍ରାଗନ୍ ୬୬୫ ପ୍ରୋସେସର ସପୋର୍ଟ ଦିଆଯାଇଛି । ସ୍ମାର୍ଟଫୋନ ଆଣ୍ଡ୍ରଏଡ୍ ୧୦ରେ ଆଧାରିତ କଲର OS 7.1 ଉପରେ କାମ କରେ । ଏହା ବ୍ୟତୀତ ୬.୫ ଇଞ୍ଚର ସ୍କ୍ରିନ୍ ମିଳିବ ।

ବ୍ୟାଟେରୀ ଓ କ୍ୟାମେରା
ଫୋନରେ 5,000mAhର ବ୍ୟାଟେରୀ ମିଳୁଛି ଯାହା ୧୮ ୱାଟ୍ ଫାଷ୍ଟ ଚାର୍ଜିଂ ସହିତ ଆସିଥାଏ । ଏହା ବ୍ୟତୀତ Dirac 2.0 ଅଡିଓ ଟେକ୍ନୋଲୋଜି ସହିତ ଡ୍ୟୁଲ୍ ଷ୍ଟେରିଓ ସ୍ପିକର୍ସ ମିଳୁଛି । ଫଟୋଗ୍ରାଫି ପାଇଁ ଫୋନରେ ୧୨ ମେଗାପିକ୍ସେଲ, ୮ ଏମପି, ୨ ଏପି ଓ ଆଉ ଏକ ୨ ମେଗାପିକ୍ସେଲ କ୍ୱାଡ ରିୟର କ୍ୟାମେରା ସେଟଅପ୍ ମିଳୁଛି । ସେଲ୍ଫି ପାଇଁ ଏଥିରେ ୮ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ମିଳୁଛି । ସିକ୍ୟେରିଟି ପାଇଁ ରିୟରରେ ଫିଙ୍ଗରପ୍ରିଣ୍ଟ ସେନ୍ସର ଦିଆଯାଇଛି ।

OPPO A52ରେ କ୍ୱାଡ୍ କ୍ୟାମେରା ଯାହା  12MP ଅଲ୍ଟ୍ରା ଏଚଡି ମେନ୍ କ୍ୟାମେରାକୁ ଉତ୍ତମ କରିଥାଏ । ପ୍ରାଇମେରୀ କ୍ୟାମେରାରେ 8MP ବଡ ଚଉଡା ଆଙ୍ଗେଲର ଲେନ୍ସ ସହିତ 2MP ପୋଟ୍ରେଟ୍ ଲେନ୍ସ ଓ 2MP ମୋନୋ ଲେନ୍ସ ରହିଛି । ୧୨ ଏମପି କ୍ୟାମେରାରେ କେବଳ ଦମଦାର୍ ଓ ସଫା ଫଟୋ ନୁହେଁ ବରଂ ୧୧୯.୧ ଡିଗ୍ରୀର ଚଉଡା ଆଙ୍ଗେଲ ଲେନ୍ସ କମ୍ପୋଜିସନକୁ ମଧ୍ୟ ଉତ୍ତମ କରିଥାଏ ।