PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଭିଡ୍ ନିୟମରେ ପରିବର୍ତ୍ତନ; କରୋନା ପଜିଟିଭ୍ ରିପୋର୍ଟ ନଥିଲେ ବି ଡାକ୍ତରଖାନାରେ ମିଳିବ ଆଡ୍‌ମିଶନ
  • ||
  • ବିହାର : JDU ନେତା ତଥା MLC ତନଭୀର ଅଖତରଙ୍କ ମୃତ୍ୟୁ , କରୋନାରେ ପୀଡ଼ିତ ଥିଲେ
  • ||
  • ଦାଦନ ଖଟିବାକୁ ଯାଇ ତେଲେଙ୍ଗାନାରେ ସାପ କାମୁଡ଼ାରେ ପ୍ରାଣହରାଇଲେ ଶ୍ରମିକ
  • ||
  • ଜଳେଶ୍ୱର: ଘରୋଇ କ୍ଲିନିକରେ ପୁଣି ପ୍ରସବ ପରେ ମହିଳାଙ୍କ ମୃତ୍ୟୁ
  • ||
  • ବିରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ସହରର ସାମ୍ବାଦିକ ଭବନ ନିକଟରେ ଅଳିଆ ଗଦାରୁ ନିଆଁ ଲାଗି ପୋଡିଗଲା ସେଲୁନ
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ପୁଲିସ ଡିଜି, ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ପରେ ଗିରିସଲା ସୀମାକୁ ଯିବେ
  • ||
  • ପାରାଦୀପ : ଥାନାରେ ପଶି ଧମକ ଦେବା ଅଭିଯୋଗରେ ୨ ନକଲି ସାମ୍ବାଦିକ ଗିରଫ, ଡ୍ରାଇଭର ସମେତ ୩ ଦାମୀ କାର ଜବତ
  • ||
  • ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ଦେଶରେ ୪ ଲକ୍ଷ ୧ ହଜାର ୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪ ହଜାର ୧୮୭ ଜଣଙ୍କ ମୁଣ୍ଡ ନେଲା କରୋନା
  • ||
  • କଟକ: ଶୁକ୍ରବାର ରାତିରୁ ଏସସିବି କାଜୁଆଲଟିରେ ପଡି ରହିଛି କୋଭିଡ ସଂକ୍ରମିତଙ୍କ ମୃତଦେହ, ଏନେଇ ଅସନ୍ତୋଷ ବ୍ୟକ୍ତ କଲେ ଡାକ୍ତର ଓ କର୍ମଚାରୀ
  • ||
  • ଗାଙ୍ଗପୁର ଥାନା ଅନ୍ତର୍ଗତ ଷଢଙ୍ଗିପଲ୍ଲୀ ନିକଟରେ ଓଲଟିଲା ସ୍ପିରିଟ ବୋଝେଇ ଟ୍ରକ, ୨ ଆହାତ
  • ||
  • ସାଲେପୁର : ସାଲେପୁର ସବ୍-ଜେଲରୁ ଆଉ ୯ଜଣ କଏଦୀ କରୋନା ପଜିଟିଭ୍‌ ଚିହ୍ନଟ
  • ||
  • କୋରାପୁଟ:ହଳଦୀକୁଣ୍ଡ ପଞ୍ଚାୟତର ପୁରୁଣାପାଣି ଗାଁରେ ଘଟିଲା ଆଘଟଣ, ପୋଖରୀରେ ବୁଡି ଆଖିବୁଜିଲେ ମା’- ଝିଅ
  • ||
  • ଗଞ୍ଜାମ: ପୁଇଁତୋଳା ଛକରେ ଅଟୋ ପିଟିଲା ଟ୍ରକ, ଅଟୋ ଡ୍ରାଇଭର ମୃତ ,୩ ଆହତ
  • ||
  • ଭୁବନେଶ୍ଵର : ଆଇଗିଣିଆ ଛକରେ ମର୍ମନ୍ତୁଦ ଦୁର୍ଘଟଣା, କଣ୍ଟେନର ଖସି ଟ୍ରଲର ଡ୍ରାଇଭର ମୃତ, ହେଲପର ଗୁରୁତର
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ନେଲା ଆଉ ୨୧ ଜଣଙ୍କ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୨୧୬୧କୁ ବୃଦ୍ଧି
  • ||
  • ରାଞ୍ଚି : ଝାରଖଣ୍ଡର ରାଞ୍ଚିର ସଦର ହସ୍ପିଟାଲରେ ଅକ୍ସିଜେନ୍ ସପ୍ଲାଇ ବନ୍ଦ ହେବା କାରଣରୁ ୫ ରୋଗୀ ମୃତ, ଯାଞ୍ଚ୍ ନିର୍ଦ୍ଦେଶ ଦେଲେ ସ୍ଵାସ୍ଥ୍ୟମନ୍ତ୍ରୀ
  • ||
  • ଭୁବନେଶ୍ଵର : ଓଡ଼ିଶାରେ କରୋନା ବିସ୍ଫୋରଣ, ଦିନକରେ ଚିହ୍ନଟ ହେଲେ ୧୧ ହଜାର ୮୦୭ ପଜିଟିଭ ଆକ୍ରାନ୍ତ
  • ||
  • ଭୁବନେଶ୍ଵର : ଆଜି ଅଧା ଓଡ଼ିଶାରେ କାଳବୈଶାଖୀ, ୩ ଜିଲ୍ଲାରେ କୁଆପଥର ବର୍ଷିବା ନେଇ ସତର୍କ ସୂଚନା ଜାରି କଲେ ସ୍ୱତନ୍ତ୍ର ରିଲିଫ୍‌ କମିଶନର, ୧୧ରୁ ବଢ଼ିବ ତାତି
  • ||

‘କାଳିଆ’ ଦ୍ୱିତୀୟ କିସ୍ତି ଛକାପଞ୍ଝା: ବିରୋଧୀଙ୍କ ଅଭିଯୋଗ; ଭୋଟ୍‌ ପାଇଁ ଲାଞ୍ଚ

source:http://orissadiary.com

ଭୁବନେଶ୍ୱର,୨୫ ।୨(ବ୍ୟୁରୋ): ଏପ୍ରିଲ ପହିଲାରେ ଚାଷୀଙ୍କୁ ମିଳିବ ‘କାଳିଆ’ ଦ୍ୱିତୀୟ ପର୍ଯ୍ୟାୟ ସହାୟତା । ମୁଖ୍ୟମନ୍ତ୍ରୀଙ୍କ ଏ ଘୋଷଣା ପରେ ବିରୋଧୀ କ୍ୟାମ୍ପରେ ଛନକା ପଶିଛି । ଚାଷୀ ଭୋଟ ଭିଡ଼ିବାକୁ ବିଜେଡି ସରକାର ଲାଞ୍ଚ ବାଣ୍ଟୁଛି । ପୁଣି ଭୋଟ ପୂର୍ବରୁ ଦ୍ୱିତୀୟ କିସ୍ତି ବାଣ୍ଟି ଭୋଟ କିଣିବାକୁ ରାଜ୍ୟ ସରକାର ଚକ୍ରାନ୍ତ କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ମାତ୍ର ସରକାରୀ ଦଳ କହିଛି, ଚାଷୀଙ୍କୁ ସହାୟତା ଯୋଗାଇବାକୁ ସରକାର ଏ ଯୋଜନା କରିଛନ୍ତି । ବିରୋଧୀ ଅଯଥାରେ ଆତଙ୍କିତ ହୋଇ ମିଛ ଅଭିଯୋଗ ଆଣୁଛନ୍ତି ।
ରାଜ୍ୟର ଚାଷୀମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ‘କାଳିଆ’ ସହାୟତା ଏପ୍ରିଲ ପହିଲାରେ ମିଳିବ । ଢେଙ୍କାନାଳରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ ଏ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ଘୋଷଣା ସହ କେନ୍ଦ୍ର ସରକାର ‘କିଷାନ’ ଯୋଜନାରେ ଚାଷୀମାନଙ୍କୁ ୬ ହଜାର ବଦଳରେ ୧୦ ହଜାର ଦେଉ ବୋଲି ନବୀନ ନିଜ ଦାବି ମଧ୍ୟ ଦୋହରାଇଛନ୍ତି । ନବୀନଙ୍କ ଏ ଘୋଷଣା କରି ଚାଷୀ କାର୍ଡ ଖେଳିଥିଲା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ଶିବିର ଏହାକୁ ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି । ବିଜେଡି ଚାଷୀ ଭୋଟ ହାତେଇବାକୁ ‘କାଳିଆ’ ଯୋଜନା ଆଳରେ ଭୋଟବ୍ୟାଙ୍କ ସୁଦୃଢ଼ କରୁଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ନୂଆଁଖାଇ ଓ ଅକ୍ଷୟ ତୃତୀୟାରେ କାଳିଆ ପାଣ୍ଠି ମିଳିବ ବୋଲି ଘୋଷଣା କରିଥିଲେ । ତେବେ ହଠାତ୍‌ ଅକ୍ଷୟ ତୃତୀୟା ବଦଳରେ ଏପ୍ରିଲ ପହିଲାରେ ଦ୍ୱିତୀୟ କିସ୍ତି ବଣ୍ଟନ ପଛରେ ଭୋଟ ରାଜନୀତି ରହିଛି । ଅକ୍ଷୟ ତୃତୀୟା ବେଳକୁ ଭୋଟ ସରି ଯାଇଥିବ, ତେଣୁ ତା ପୂର୍ବରୁ ଏପ୍ରିଲ ମାସରେ ଠିକ୍‌ ଭୋଟ ପୂର୍ବରୁ ଟଙ୍କା ବାଣ୍ଟିବାକୁ ବିଜେଡି ଷଡ଼ଯନ୍ତ୍ର କରିଛି ବୋଲି ଦୁଇ ଦଳ ଅଭିଯୋଗ କରିଛନ୍ତି ।
ଏ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ କାଠଗଡ଼ାକୁ ଟାଣିଛନ୍ତି । ‘କିଷାନ’କୁ ବିଳମ୍ବ କରିବାକୁ ଚାଷୀ ତାଲିକା ନେଇ ରାଜ୍ୟ ସରକାର ଭେଳିକି ଦେଖାଉଛନ୍ତି । ସରକାର କାଳିଆ ଯୋଜନାରେ ୫୦ଲକ୍ଷ ଚାଷୀଙ୍କୁ ସହାୟତା ଦେବେ ବୋଲି କହିଥିଲେ । ହେଲେ ୫୦ଲକ୍ଷ ଚାଷୀଙ୍କ ତାଲିକା କୁଆଡେ ଗଲା? ଧର୍ମେନ୍ଦ୍ର କହିଛନ୍ତି, ୧୨ଲକ୍ଷ ଲୋକଙ୍କୁ ପଥମ କିସ୍ତିରେ ଟଙ୍କା ଦେବାକୁ ସରକାର ଘୋଷଣା କରିଥିଲେ । କିନ୍ତୁ ସରକାର କେନ୍ଦ୍ରକୁ ମାତ୍ର ୯ ଲକ୍ଷ ଚାଷୀଙ୍କ ତାଲିକା ପଠାଇଛନ୍ତି । ଆଉ ବାକି ଲୋକଙ୍କ ତାଲିକା କୁଆଡେ ଗଲା? ଦ୍ୱିତୀୟ କିସ୍ତି ପାଇଁ ନିର୍ବାଚନ ଆଚରଣ ବିଧିରେ କେମିତି ଟଙ୍କା ଦେବେ, ସମୟ ଆସିଲେ ଜଣାପଡିବ ବୋଲି ସେ କଟାକ୍ଷ କରି କହିଛନ୍ତି ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ୧୯ ବର୍ଷରେ ନିଜ ବିଫଳତା ଘୋଡ଼ାଇ ଟଙ୍କା ବାଣ୍ଟି ଭୋଟ କିଣିବାକୁ ଏହା ନବୀନ ବାବୁଙ୍କ ଷଡ଼ଯନ୍ତ୍ର । ମାତ୍ର ଆଉ ଅଧିକ ଦିନ ଓଡ଼ିଶାବାସୀଙ୍କୁ ସେ ଭୁଆଁ ବୁଲାଇ ପାରିବେନି । ମୋଦି ସରକାର ମଧ୍ୟ ‘କିଷାନ’ ମାଧ୍ୟମରେ ଭୋଟ କିଣିବାକୁ ଯୋଜନା କରିଛନ୍ତି । ମାତ୍ର କଂଗ୍ରେସ ଚାଷୀର ଦୀର୍ଘସ୍ଥାୟୀ ବିକାଶକୁ ଫୋକସ୍‌ କରିବ ବୋଲି ପ୍ରତିଶୁତି ଦେଉଛି । ଛତିଶଗଡ଼ରେ କରିକି ମଧ୍ୟ ଦେଖାଇଛି ।
ବିରୋଧୀଙ୍କ ଏଭଳି ସମାଲୋଚନାକୁ ଖଣ୍ଡନ କରିଛନ୍ତି ଅର୍ଥ ଓ କୃଷିମନ୍ତ୍ରୀ ଶଶିଭୂଷଣ ବେହେରା । ସେ କହିଛନ୍ତି, କାଳିଆ ହେଉଛି ସମଗ୍ର ଦେଶ ପାଇଁ ଆଲୋକ ବର୍ତ୍ତିକା । କାଳିଆ ଯୋଜନାକୁ କେନ୍ଦ୍ର ସହ ପଞ୍ଚଦଶ ଅର୍ଥ କମିଶନ ପ୍ରଶଂସା କରିଛନ୍ତି । ଏହା ରାଜ୍ୟର କୃଷି ଅର୍ଥନୀତିକୁ ମଜବୁତ କରିବ । ଏହାଦ୍ୱାରା ଚାଷୀ ପରିବାରର ଭବିଷ୍ୟତ ଉଜ୍ଜଳ ହେବ । ବିରୋଧୀ ନବୀନଙ୍କ ଭାବମୂର୍ତ୍ତିରେ ଭୟଭୀତ ହୋଇ ମିଛ ଅଭିଯୋଗ ଆଣୁଛନ୍ତି ।
ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବର ୨୧ରେ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନା ଘୋଷଣା କରିବା ସହ କାମଚଳା ବଜେଟରେ ୪,୪୬୧ କୋଟି ଟଙ୍କା ବରାଦ କରିଛନ୍ତି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୩୦ ଲକ୍ଷରୁ ଅଧିକ ଚାଷୀ ‘କାଳିଆ’ ସହାୟତା ପାଇଥିଲା ବେଳେ ‘କାଳିଆ ଛାତ୍ରବୃତ୍ତି’ର ମଧ୍ୟ ଶୁଭାରମ୍ଭ ହୋଇଛି । ଏହି ଯୋଜନାରେ ରାଜ୍ୟର ୯୨% ଚାଷୀ ପରିବାର ସହାୟତା ପାଉଛନ୍ତି । ମାତ୍ର କେନ୍ଦ୍ରର ‘କିଷାନ’ ଯୋଜନାରେ ଭାଗଚାଷୀ, ଭୂମିହୀନ ଚାଷୀ ଓ କୃଷି ଶ୍ରମିକଙ୍କୁ ସାମିଲ୍‌ କରାଯାଇ ନଥବାରୁ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରି ପ୍ରଧାନମନ୍ତ୍ରୀଙ୍କୁ ଦୁଇଥର ଚିଠି ଲେଖିଛନ୍ତି ।

ସମ୍ବନ୍ଧିତ ଖବର