୫୦% ଇଭିଏମ-ଭିଭିପାଟ ଗଣନା ଦାବି କଲା ବିରୋଧୀ ଦଳ, ପୁଣି ଯିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪।୪: ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୫୦% ଇଲେକ୍ଟ୍ରୋନିକ୍ ଭୋଟିଂ ମେଶିନ (ଇଭିଏମ୍) ଏବଂ ଭୋଟର ଭେରିଫାଏଡ ପେପର ଟ୍ରେଲ (ଭିଭିପାଟ) ଗଣନା କରିବାକୁ କରିଛନ୍ତି ଟିଡ଼ିପି ନେତୃତ୍ୱାଧୀନ ୨୧ଟି ବିରୋଧୀ ଦଳ। ଦାବି କରିଛନ୍ତି। ଏଥିପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ୨୧ ବିରୋଧୀ ଦଳ ସୁପ୍ରିମକୋର୍ଟ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ରବିବାର ବିରୋଧୀ ଦଳ ଗୁଡ଼ିକ ବୈଠକ କରିଥିଲେ। ନିକଟରେ ବିରୋଧୀଙ୍କ ଏହି ଆବେଦନର ଶୁଣାଣି କରି ଭୋଟ ଗଣତି ବେଳେ ଭିଭିପ୍ୟାଟର ସଂଖ୍ୟା ୫ ଗୁଣା ବୃଦ୍ଧି କରିବାକୁ ସୁପ୍ରିମକୋର୍ଟ ଏପ୍ରିଲ ୮ ତାରିଖରେ ନିର୍ବାଚନ କମିଶନଙ୍କୁ କହିଥିଲେ। ହେଲେ ଏବେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ।

ଏନେଇ ଚନ୍ଦ୍ରବାବୁ ନାଇଡୁ ଶନିବାର ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଆରୋଡ଼ାଙ୍କୁ ଭେଟି ଆଲୋଚନା କରିଥିଲେ। କଂଗ୍ରେସ ନେତା ଅଭିଷେକ ସିଙ୍ଘଭୀ କହିଛନ୍ତି ୫୦ ପ୍ରତିଶତ ଇଭିଏମ୍ ଭୋଟ ସହ ଭିଭିପ୍ୟାଟର ଭୋଟ ମିଲାଇବା ପାଇଁ ଦାବି ଆଗାମୀ ଦିନରେ ସୁପ୍ରିମକୋର୍ଟରେ ପୁଣି ଏହି ପ୍ରସଙ୍ଗରେ ଆବେଦନ କରିବୁ ।ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀର ଅନ୍ୟୁନ୍ ୫୦% ଭୋଟର ଇଭିଏମ ଏବଂ ଭିଭିପାଟ ଗଣନା କରିବାକୁ ଦାବି କରାଯିବ। ବିରୋଧୀମାନେ ଇଭିଏମ୍କୁ ନେଇ ସାରା ଦେଶରେ ଏକ ଅଭିଯାନ ଚଳାଇବେ।

ଏହା ପୂର୍ବରୁ ସୁପ୍ରିମକୋର୍ଟ ଇଭିଏମ୍- ଭିଭିପାଟ ଗଣନା ସଂଖ୍ୟା ବୃଦ୍ଧି କରିବା ପାଇଁ ନିର୍ବାଚନ କମିଶନଶନଙ୍କୁ ନିର୍ଦେଶ ଦେଇଥିଲେ ଯେ ପ୍ରତି ଲୋକସଭା ଆସନ ମଧ୍ୟରେ ଆସୁଥିବା ବିଧାନସଭା ନିର୍ବାଚନ ମଣ୍ଡଳୀର ଅନ୍ୟୁନ୍ ୫ଟି ବୁଥରେ ଇଭିଏମ ଏବଂ ଭିଭିପାଟ ଗଣନା କରାଯାଉ। ଏହା ପୂର୍ବରୁ ପ୍ରତି ବିଧାନସଭାର ଗୋଟିଏ ପୁଲିଂ ବୁଥରେ ଇଭିଏମ୍ ଏବଂ ଭିଭିପାଟ ଗଣନା କରାଯାଉଥିଲା। ଏହି ବ୍ୟବସ୍ଥା ବିରୋଧରେ ୨୧ଟି ବିରୋଧୀ ଦଳ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ୫୦% ଇଭିଏମ୍-ଭିଭିପାଟ ଗଣନା ଦାବିରେ ସହମତ ପ୍ରକାଶ କରିନଥିଲେ। ଖଣ୍ଡପୀଠ କହିଥିଲେ ଯେ ଏଥିପାଇଁ ବହୁ ସଂଖ୍ୟାରେ ଲୋକ ଆବଶ୍ୟକ ଓ ସମୟ ସାପେକ୍ଷ। ବର୍ତ୍ତମାନର ବ୍ୟବସ୍ଥାରେ ଏହା ସମ୍ଭବ ଲାଗୁ ନାହିଁ।

ନିକଟରେ ଆନ୍ଧ୍ରପ୍ରଦେଶରେ ଏକାଠି ବିଧାନସଭା ଓ ଲୋକସଭା ନିର୍ବାଚନ ବେଳେ ପ୍ରଥମ ପର୍ଯ୍ୟାୟରେ ସମସ୍ତ ଆସନ ପାଇଁ ମତଦାନ ଶେଷ ହୋଇଛି। ହେଲେ ଏବେ ସମସ୍ତ ଆସନରୁ ପୁଣି ଥରେ ନିର୍ବାଚନ କରିବା ପାଇଁ ନାଇଡୁ ଦାବି କରିଛନ୍ତି। ସେ କହିଥିଲେ ୩୦ ପ୍ରତିଶତ ମେସିନ୍ରେ ବୈଷୟିକ ତ୍ରୁଟି ଦେଖା ଯାଇଥିଲା। ନିର୍ବାଚନ କମିଶନ୍ କହିଥିଲେ ୪୫ ହଜାର ଇଭିଏମ୍ ମେସିନ୍ରୁ ୩୬୨ଟି ମେସିନ୍ ଖରାପ ଥିଲା ବେଳେ ବ୍ୟବହୃତ ଇଭିଏମ୍ ମେସିନ୍ରେ ସାମାନ୍ୟ ତ୍ରୁଟି ଥିଲା, ଯାହା ଅଭିଯୋଗ ପରେ ଠିକ୍ କରି ଥିଲା