PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଭିଡ୍ ନିୟମରେ ପରିବର୍ତ୍ତନ; କରୋନା ପଜିଟିଭ୍ ରିପୋର୍ଟ ନଥିଲେ ବି ଡାକ୍ତରଖାନାରେ ମିଳିବ ଆଡ୍‌ମିଶନ
  • ||
  • ବିହାର : JDU ନେତା ତଥା MLC ତନଭୀର ଅଖତରଙ୍କ ମୃତ୍ୟୁ , କରୋନାରେ ପୀଡ଼ିତ ଥିଲେ
  • ||
  • ଦାଦନ ଖଟିବାକୁ ଯାଇ ତେଲେଙ୍ଗାନାରେ ସାପ କାମୁଡ଼ାରେ ପ୍ରାଣହରାଇଲେ ଶ୍ରମିକ
  • ||
  • ଜଳେଶ୍ୱର: ଘରୋଇ କ୍ଲିନିକରେ ପୁଣି ପ୍ରସବ ପରେ ମହିଳାଙ୍କ ମୃତ୍ୟୁ
  • ||
  • ବିରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ସହରର ସାମ୍ବାଦିକ ଭବନ ନିକଟରେ ଅଳିଆ ଗଦାରୁ ନିଆଁ ଲାଗି ପୋଡିଗଲା ସେଲୁନ
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ପୁଲିସ ଡିଜି, ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ପରେ ଗିରିସଲା ସୀମାକୁ ଯିବେ
  • ||
  • ପାରାଦୀପ : ଥାନାରେ ପଶି ଧମକ ଦେବା ଅଭିଯୋଗରେ ୨ ନକଲି ସାମ୍ବାଦିକ ଗିରଫ, ଡ୍ରାଇଭର ସମେତ ୩ ଦାମୀ କାର ଜବତ
  • ||
  • ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ଦେଶରେ ୪ ଲକ୍ଷ ୧ ହଜାର ୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪ ହଜାର ୧୮୭ ଜଣଙ୍କ ମୁଣ୍ଡ ନେଲା କରୋନା
  • ||
  • କଟକ: ଶୁକ୍ରବାର ରାତିରୁ ଏସସିବି କାଜୁଆଲଟିରେ ପଡି ରହିଛି କୋଭିଡ ସଂକ୍ରମିତଙ୍କ ମୃତଦେହ, ଏନେଇ ଅସନ୍ତୋଷ ବ୍ୟକ୍ତ କଲେ ଡାକ୍ତର ଓ କର୍ମଚାରୀ
  • ||
  • ଗାଙ୍ଗପୁର ଥାନା ଅନ୍ତର୍ଗତ ଷଢଙ୍ଗିପଲ୍ଲୀ ନିକଟରେ ଓଲଟିଲା ସ୍ପିରିଟ ବୋଝେଇ ଟ୍ରକ, ୨ ଆହାତ
  • ||
  • ସାଲେପୁର : ସାଲେପୁର ସବ୍-ଜେଲରୁ ଆଉ ୯ଜଣ କଏଦୀ କରୋନା ପଜିଟିଭ୍‌ ଚିହ୍ନଟ
  • ||
  • କୋରାପୁଟ:ହଳଦୀକୁଣ୍ଡ ପଞ୍ଚାୟତର ପୁରୁଣାପାଣି ଗାଁରେ ଘଟିଲା ଆଘଟଣ, ପୋଖରୀରେ ବୁଡି ଆଖିବୁଜିଲେ ମା’- ଝିଅ
  • ||
  • ଗଞ୍ଜାମ: ପୁଇଁତୋଳା ଛକରେ ଅଟୋ ପିଟିଲା ଟ୍ରକ, ଅଟୋ ଡ୍ରାଇଭର ମୃତ ,୩ ଆହତ
  • ||
  • ଭୁବନେଶ୍ଵର : ଆଇଗିଣିଆ ଛକରେ ମର୍ମନ୍ତୁଦ ଦୁର୍ଘଟଣା, କଣ୍ଟେନର ଖସି ଟ୍ରଲର ଡ୍ରାଇଭର ମୃତ, ହେଲପର ଗୁରୁତର
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ନେଲା ଆଉ ୨୧ ଜଣଙ୍କ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୨୧୬୧କୁ ବୃଦ୍ଧି
  • ||
  • ରାଞ୍ଚି : ଝାରଖଣ୍ଡର ରାଞ୍ଚିର ସଦର ହସ୍ପିଟାଲରେ ଅକ୍ସିଜେନ୍ ସପ୍ଲାଇ ବନ୍ଦ ହେବା କାରଣରୁ ୫ ରୋଗୀ ମୃତ, ଯାଞ୍ଚ୍ ନିର୍ଦ୍ଦେଶ ଦେଲେ ସ୍ଵାସ୍ଥ୍ୟମନ୍ତ୍ରୀ
  • ||
  • ଭୁବନେଶ୍ଵର : ଓଡ଼ିଶାରେ କରୋନା ବିସ୍ଫୋରଣ, ଦିନକରେ ଚିହ୍ନଟ ହେଲେ ୧୧ ହଜାର ୮୦୭ ପଜିଟିଭ ଆକ୍ରାନ୍ତ
  • ||
  • ଭୁବନେଶ୍ଵର : ଆଜି ଅଧା ଓଡ଼ିଶାରେ କାଳବୈଶାଖୀ, ୩ ଜିଲ୍ଲାରେ କୁଆପଥର ବର୍ଷିବା ନେଇ ସତର୍କ ସୂଚନା ଜାରି କଲେ ସ୍ୱତନ୍ତ୍ର ରିଲିଫ୍‌ କମିଶନର, ୧୧ରୁ ବଢ଼ିବ ତାତି
  • ||

ଅଚଳ କଲେ ବିରୋଧୀ: ଚାଷୀଙ୍କୁ ଦିଅ ପ୍ରାଇସ୍‌, ପ୍ରେଷ୍ଟିଜ୍‌, ପେନ୍‌ସନ

source:http://odishaassembly.nic.in/

ଭୁବନେଶ୍ୱର,୭ା୨(ବ୍ୟୁରୋ): ତୃତୀୟ ଦିନରେ ମଧ୍ୟ ବିଧାନସଭାର ପୂର୍ବାହ୍ନ ଅଧିବେଶନ ଅଚଳ ରହିଲା । ବିରୋଧୀଙ୍କ ହଙ୍ଗାମାରେ ଗୃହ ଆଗକୁ ଯାଇପାରିଲାନି । ବାଚସ୍ପତି ଯେତେ ଅନୁରୋଧ କଲେ ମଧ୍ୟ କିଛି ଫୁଳ ମିଳିଲାନି । ଉଭୟ କଂଗ୍ରେସ ଓ ବିଜେପି ନିଜ ଜିଦରେ ଅଟଳ ରହିଲେ । ମାତ୍ର ଦୁଇ ମିନିଟରେ ଗୃହ ଅପରାହ୍‌ଣ ଯାଏ ମୁଲତବି ରହିଲା । ଗୁରୁତ୍ୱପୂର୍ଣ୍ଣ ଚାଷୀ ପ୍ରସଙ୍ଗରେ ହେବାକୁ ଥିବା ମୁଲତବି ଆଲୋଚନା ମଧ୍ୟ ହୋଇପାରିଲାନି ।
ଲଗାତର ଦୁଇ ଦିନ ଗୃହ ଅଚଳ ରହିବା ପରେ ଗୁରୁବାର ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଲା । ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହର ମଧ୍ୟଭାଗକୁ ମାଡ଼ି ଆସିଲେ । ନାରା ଛାଡ଼ିଲେ । କଂଗ୍ରେସ ଚାଷୀ ଓ ବୋକାରୀଙ୍କ ପ୍ରସଙ୍ଗ ଉଠାଉଥିଲା ବେଳେ ବିଜେପି ବେକାରୀ ନିଯୁକ୍ତି ନେଇ ହୋହଲ୍ଲା କରୁଥିଲା । ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ପାଟି କରୁଥିଲେ, ଚାଷୀ ମାରଣ ନୀତି ଚଳିବ ନାହିଁ । ଚାଷୀଙ୍କ ହକ୍‌ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନସନ ଦିଅ । ଅନ୍ୟ କଂଗ୍ରେସ ସଭ୍ୟମାନେ ପାଳି ଧରୁଥିଲେ । ସେହିଭଳି ବିଜେପି ସଭ୍ୟ ରବି ନାଏକ ସ୍ଲୋଗାନ ଛାଡୁଥିଲେ ବେକାରଙ୍କୁ ନିଯୁକ୍ତି ଆରମ ଦାବି । ବେକାରଙ୍କୁ ତୁରନ୍ତ ନିଯୁକ୍ତି ଦିଅ । ଅନ୍ୟ ବିଜେପି ସଭ୍ୟମାନେ ଏଥିରେ ସ୍ୱର ମିଶାଉଥିଲେ । ଏମିତି ହୋହଲ୍ଲା ପାଟିତୁଣ୍ଡ ମଧ୍ୟରେ ବାଚସ୍ପତି ଗୃହକାର୍ଯ୍ୟ ଆଗକୁ ନେବାକୁ ଉଦ୍ୟମ କଲେ । ପ୍ରଶ୍ନକର୍ତ୍ତାଙ୍କ ନାମ ପଢ଼ିଲେ, ମାତ୍ର କେହି ନିଜ ଆସନରେ ନଥିଲେ । ବାଚସ୍ପତି ଗୃହ ଚଳାଇବାକୁ ଉଦ୍ୟମ କରିବାରୁ ଚୌକି ଭିଡ଼ିଆଣି ଚଢ଼ିଲେ ତାରା । ବାଚସ୍ପତିଙ୍କ ଟେବୁଲ ବାଡ଼େଇଲେ । ଏପଟେ ବିଜେପି ସଭ୍ୟମାନେ ମଧ୍ୟ ଜୋର୍‌ ପାଟି କଲେ । ବାଚସ୍ପତି ମାତ୍ର ମିନିଟକ ପରେ ଗୃହକୁ ୧୧ଟା ୩୦ ଯାଏ ମୁଲତବି ଘୋଷଣା କଲେ ।
ସାଢ଼େ ୧୧ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ପରିସ୍ଥିତିରେ କିଛି ବି ସୁଧାର ଆସିଲାନି । ତାରା ବାଚସ୍ପତିଙ୍କ ଟେବୁଲ ବାଡ଼େଇବା ସହ କାଗଜପତ୍ର ଛଡ଼ାଇ ଆଣିବାକୁ ଉଦ୍ୟମ କଲେ । କଂଗ୍ରେସ ସଭ୍ୟ ସ୍ଲୋଗାନ ଛାଡ଼ିଲେ ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଆମର ଦାବି । ବେକାରଙ୍କୁ ନିଯୁକ୍ତି ଆମର ଦାବି । ବିଜେପି ସଭ୍ୟମାନେ ମଧ୍ୟ ବେକାରଙ୍କୁ ନିଯୁକ୍ତି ଦେଇ ନାରା ଛାଡ଼ୁଥିଲେ । ବିରୋଧୀ ବିଧାୟକଙ୍କ ପାଟିତୁଣ୍ଡ ଓ ହୋହଲ୍ଲାରେ ଗୃହ କମ୍ପିଲା । ବାଚସ୍ପତି ଗୃହ ଚଳାଇବାକୁ ସଭ୍ୟମାନଙ୍କ ସହଯୋଗ ଲୋଡ଼ିଲେ ମଧ୍ୟ କିଛି ସୁଫଳ ମିଳିଲାନି । ବାଧ୍ୟ ହୋଇ ବାଚସ୍ପତି ଅପରାହ୍‌ଣ ୩ ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଲେ ।
ଅପରାହ୍‌ଣରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୁଣି କଂଗ୍ରେସ ଓ ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କଲେ । କଂଗ୍ରେସ ସଭ୍ୟମାନେ ପାଟି କଲେ, କୃଷିଋଣ ଛାଡ଼ ଆମର ଦାବି । ବିଜେପି ସଭ୍ୟମାନେ ପାଟି କଲେ, ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ପୁଲିସ ଅଟକ ରଖିଛି । ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିବା ସହ ଜୋର ହଙ୍ଗାମା କରିବାରୁ ବାଚସ୍ପତି ୩ଟା ୩ରୁ ୫ଟା ୩୦ ଯାଏ ଗୃହକୁ ମୁଲତବି ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର