ପ୍ରମୁଖ ଖବର
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଡାକ୍ତରଙ୍କ ପରାମର୍ଶ- ଦାନ୍ତ ମୂଳ ଫୁଲିବା ସଂକ୍ରମଣର ଲକ୍ଷଣ

{"align":"center","id":100443,"sizeSlug":"large"}

ଠିକ୍‌ ଭାବେ ପରିଷ୍କାର ନ କଲେ ଦାନ୍ତର ବିଭିନ୍ନ ସମସ୍ୟା ଦେଖାଦେଇଥାଏ । ଭଲ ଭାବେ ବ୍ରଶ୍‌ ନ କରିବା ଏବଂ ଖାଇ ସାରିବା ପରେ କୁଳି ନ କରିବା ଦାନ୍ତ ସମସ୍ୟାର ପ୍ରମୁଖ କାରଣ । କିନ୍ତୁ ଏହା ବ୍ୟତୀତ ଆହୁରି ଅନେକ ବଦଭ୍ୟାସ ପାଇଁ ସମସ୍ୟା ଉପୁଜିଥାଏ । ଦାନ୍ତର ବିଭିନ୍ନ ସମସ୍ୟା ପାଇଁ କ’ଣ କହୁଛନ୍ତି ଦନ୍ତ ଚିକିତ୍ସକ ଡାକ୍ତର ରାଧା ପ୍ରସନ୍ନ ଦଳେଇ ଆସନ୍ତୁ ଜାଣିବା ।

ପ୍ରଶ୍ନ: ମୋର ବୟସ ୨୮ ବର୍ଷ । ଅଧିକାଂଶ ସମୟରେ ମୋର ଦାନ୍ତ ମୂଳରୁ ରକ୍ତ ବାହାରୁଛି । ବ୍ରଶ୍‌ କଲା ବେଳେ ବି ରକ୍ତ ବାହାରୁଛି । ଦାନ୍ତ ମୂଳ ବିନ୍ଧା ହେଉଛି । କିଛି ସମୟ ପରେ ଦାନ୍ତ ବିନ୍ଧା ଠିକ୍‌ ହୋଇଯାଉଛି । କିନ୍ତୁ ରକ୍ତ ବାହାରିବା ବନ୍ଦ ହେଉନି ।

ଉତ୍ତର: ଏହା ନିଶ୍ଚୟ ଏକ ଗୁରୁତର ସମସ୍ୟା । ଏହା ଏକପ୍ରକାର ମାଢ଼ିଜନିତ ସମସ୍ୟା । ଯେଉଁମାନେ ଠିକ୍‌ ଭାବେ ବ୍ରଶ୍‌ କରି ନଥାନ୍ତି ବା ଖାଇବା ପରେ ଭଲ ଭାବରେ କୁଳି କରି ନଥାନ୍ତି ସେମାନଙ୍କ ଠାରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳେ । ଏହି ସମସ୍ୟା ଭୋଗୁଥିବା ବ୍ୟକ୍ତି ବ୍ରଶ୍‌କରିବା ସମୟରେ ଅଧିକ ଚାପ ପକାଇଲେ ଦାନ୍ତ ବିନ୍ଧା ଓରକ୍ତ ବାହାରିବା ପରି ସମସ୍ୟା ଦେଖା ଦେଇଥାଏ । ସମାଧାନ ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରି ଦାନ୍ତମୂଳ ସଫା କରିବା ଆବଶ୍ୟକ ।

ପ୍ରଶ୍ନ: ମୋର ଦାନ୍ତ ବିନ୍ଧା ବହୁ ଦିନରୁ ଲାଗି ରହିଛି । ଠିକ୍‌ ଭାବେ ଖାଦ୍ୟ ଚୋବାଇ ହେଉନି । ବେଳେ ବେଳେ ଦାନ୍ତ ମୂଳ ଫୁଲି ଯାଉଛି । ଏଥିପାଇଁ କ’ଣ କରିବା ଦରକାର?

ଉତ୍ତର: ବାରମ୍ବାର ଦାନ୍ତ ମୂଳ ଫୁଲିବା ସଂକ୍ରମଣର ଲକ୍ଷଣ । ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଦାନ୍ତର ଏକ୍ସରେ କରାଇ ନିଅନ୍ତୁ । ତା’ ପରେ ଜଣାପଡିବ ଯେ ସଂକ୍ରମଣ ଅଛି କି ନାହିଁ । ଦାନ୍ତ ମୂଳ ସଂକ୍ରମିତ ହୋଇଥିଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଚିକିତ୍ସା ପ୍ରଣାଳୀ ଅବଲମ୍ବନ କରିବା ଉଚିତ୍‌ ।

ପ୍ରଶ୍ନ: ମୋର ବୟସ ୩୦ ବର୍ଷ । ଯେବେଠାରୁ କଳ ଦାନ୍ତ ବାହାରିଛି ଦାନ୍ତ ବିନ୍ଧା ଆରମ୍ଭ ହୋଇଛି । କେତେବେଳେ ବିନ୍ଧେ ତ ଆପେ ଆପେ ଭଲ ହୋଇଯାଏ । ସମ୍ପୂର୍ଣ୍ଣ ରୂପେ ବିନ୍ଧା ସମସ୍ୟାକୁ ରୋକିବା ପାଇଁ କ’ଣ କରିବାକୁ ପଡିବ?

ଉତ୍ତର: ପ୍ରଥମେ ଆପଣ ଜାଣିବା ଦରକାର ଯେ ଯେଉଁ ନୂଆ ଦାନ୍ତ ଉଠିବା ସହ ବିନ୍ଧା ହେଉଛି, ସେହି ଦାନ୍ତ ପାଇଁ ଆବଶ୍ୟକ ଜାଗା ଅଛି କି ନାହିଁ । ଅନେକ ସମୟରେ ଉଠୁଥିବା ଜ୍ଞାନ ଦାନ୍ତ ପାଇଁ ମାଢିରେ ଆବଶ୍ୟକ ଜାଗା ନଥାଏ । ତେଣୁ ଏହା ଉଠିବା ସମୟରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ତେଣୁ ପ୍ରଥମେ ଏକ୍ସରେ କରି ଦେଖିବା ଦରକାର ଯେ ଏହି ଯନ୍ତ୍ରଣାର କାରଣ କ’ଣ? ହୁଏତ ଜାଗାର ଅଭାବ ରହିଥାଏ ଅଥବା ଦାନ୍ତ ସିଧା ଉଠିବା ପରିବର୍ତ୍ତେ ବଙ୍କା ଭାବେ ଉଠିବା ଦ୍ୱାରା ମଧ୍ୟ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏଥିପାଇଁ ଆପଣ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍‌ ହେବ ।

ପ୍ରଶ୍ନ: ମୋର ସବୁ ଦାନ୍ତ ହଳଦିଆ ପଡିଯାଇଛି । ଏହାର କାରଣ କ’ଣ?

ଉତ୍ତର: ଦାନ୍ତ ହଳଦିଆ ପଡିବାର ଦୁଇଟି ପ୍ରମୁଖ କାରଣ ରହିଛି । ପ୍ରଥମତଃ, ଖାଦ୍ୟ ପଦାର୍ଥ ଜମିବା, ଦ୍ୱିତୀୟତଃ, ଠିକ୍‌ ଭାବରେ ବ୍ରଶ୍‌ ନ କରିବା ଓ ମାତ୍ରାଧିକ ହଳଦୀଯୁକ୍ତ ଖାଦ୍ୟ ଖାଇବା । ଏହି ସମସ୍ୟାର ସମାଧାନ କରିବା ପାଇଁ ଦିନକୁ ଦୁଇଥର ବ୍ରଶ୍‌ କରିବା ବହୁତ ଜରୁରି । ଏହାବ୍ୟତୀତ ଆପଣ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଦାନ୍ତ ସଫା କରାଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.