ସମାନ କାମ ପାଇଁ ସମାନ ଦରମା, କେନ୍ଦ୍ରର ୧୦ଲକ୍ଷ ଅନିୟମିତ କର୍ମଚାରୀଙ୍କୁ ମିଳିବ ଲାଭ: କେନ୍ଦ୍ର ସରକାର

କେନ୍ଦ୍ର ସରକାର ନିଜ ଅଧିନରେ ଆସୁଥିବା ବିଭିନ୍ନ ବିଭାଗରେ କାମ କରୁଥିବା ଦଶ ଲକ୍ଷ ଅନିୟମିତ କର୍ମଚାରୀଙ୍କ ପାଇଁ ସମୟ ପୂର୍ବରୁ ହିଁ ଦିପାବଳୀ ଉତ୍ସବ ପାଳନ କରିବା ପାଇଁ ଆଦେଶ ଜାରି କରିଛନ୍ତି।  କାରଣ ଏମାନଙ୍କୁ ଏବେ ନିୟମିତ କର୍ମଚାରୀମାନଙ୍କ ଭଳି ସମାନ ଦରମା ମିଳିବ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅଧୀନରେ ଥିବା କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ବୁଧବାର ଦିନ ଏହି ପ୍ରସଙ୍ଗରେ ଆଦେଶ ଜାରି କରିଛି।

ଆଦେଶ ମୁତାବିକ, ଏବେ ସମସ୍ତ ଅନିମିୟତ କର୍ମଚାରୀଙ୍କୁ ଆଠ ଘଣ୍ଟା କାମ କରିଲେ ସେହି ପଦରେ ଥିବା ନିୟମିତ କର୍ମଚାରୀଙ୍କ ଭଳି ସମାନ ଦରମା ଓ ମହଙ୍ଗା ଭତ୍ତାର ବରାବର ଦରମା ମିଳିବ। ଯେତେ କାମ କରିବେ ସେମାନଙ୍କୁ ସେତେ ଦିନର ଦରମା ମିଳିବ। ଆଦେଶ ସଂଖ୍ୟା ୪୯୦୧୪/୧/୨୦୧୭ ଅନୁସାରେ ସେମାନଙ୍କୁ ନିୟମିତ ରୋଜଗାର ପାଇବାର ଅଧିକାର ଅଛି।

ବର୍ତ୍ତମାନ ଏହି କର୍ମଚାରୀଙ୍କୁ ସମ୍ବନ୍ଧିତ ରାଜ୍ୟ ସରକାର ଦ୍ବାରା ଘୋଷିତ ନ୍ୟୁନତମ ଦରମା ମିଳୁଥିଲା। ଦିଲ୍ଲୀ ସରକାର ଅଣକୁଶଳ ଶ୍ରମିକଙ୍କ ପାଇଁ ପ୍ରତି ମାସରେ ୧୪ ହଜାର ଟଙ୍କା ଦରମା ଦେବା ପାଇଁ ସ୍ଥିର କରିଛନ୍ତି। କିନ୍ତୁ ଏହି ଆଦେଶ ପରେ ସେମାନଙ୍କୁ ଗ୍ରୁପ ଡିର ପେ ସ୍କେଲରେ ନ୍ୟୁନତମ ଦରମା ଅର୍ଥାତ୍ ୩୦ହଜାର ଟଙ୍କା ପ୍ରତି ମାସରେ ମିଳିବ। ଅର୍ଥାତ୍ ଏକା ଥରକରେ ତାଙ୍କର ଆମଦାନୀ ଦୁଇ ଗୁଣା ହୋଇଯିବ।

ଆଦେଶରେ ଏହା ବିସ୍ପଷ୍ଟ କରାଯାଇଛି କି, ଯଦି କୈାଣସି ଅନିୟମିତ କର୍ମଚାରୀଙ୍କ କାମ ନିୟମିତ କର୍ମଚାରୀଙ୍କ କାମ ଠାରୁ ଅଲଗା ଅଛି ତାହେଲେ ରାଜ୍ୟ ସରକାର ଦ୍ବାରା ନିର୍ଦ୍ଧାରିତ ନ୍ୟୁନତମ ଦରମା ଆଧାରରେ ହିଁ ପେମେଣ୍ଟ କରାଯିବ। ସମସ୍ତ ମନ୍ତ୍ରାଳୟ ଏବଂ ବିଭାଗକୁ ପଠାଯାଇଥିବା ଡିଆପିଟିର ଏହି ଆଦେଶ ‘ସମାନ କାର୍ଯ୍ୟ ପାଇଁ ସମାନ ଦରମା’ ଆଧାରରେ ଦିଆଯାଇଥିବା ସୁପ୍ରିମକୋର୍ଟର ନିଷ୍ପତ୍ତି ପରେ ଏହା ନିଆଯାଇଛି।

ସରକାରଙ୍କ ସ୍ପଷ୍ଟ ଆଦେଶ ପରେ ବି ଟ୍ରଡ୍ ୟୁନିୟନ୍ ନେତା ଏହାକୁ ଳାଗୁ କରାଯିବା ନେଇ ଏବେ ବି ଆଶଙ୍କାରେ ରହିଛନ୍ତି। ଭାରତୀୟ ମଜଦୁର ସଂଘର ପୂର୍ବ ଅଧ୍ୟକ୍ଷ ବୈଜନାଥ ରାୟଙ୍କ କହିବାନୁସାରେ, ଏହି ପ୍ରକାର ଆଦେଶ ପୂର୍ବରୁ ଜାରି କରାଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ ଲାଗୁ କରାଯାଇ ନାହିଁ।

   ସମ୍ବନ୍ଧିତ ଖବର


ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ରୁଟି ଅମ୍ମାଙ୍କ ଭିଡିଓ ଭାଇରାଲ: ୨୦ ଟଙ୍କାରେ ଲୋକଙ୍କୁ ଖୁଆନ୍ତି, ସରୁନି ଦୁଃଖ…

ବିହାର ନିର୍ବାଚନର ଏକ ରୋଚକ ତଥ୍ୟ, ୪ଟି ମେଣ୍ଟ କିନ୍ତୁ ମୁଖ୍ୟମନ୍ତ୍ରୀ ହେବାକୁ ୬ ଦାବିଦାର

ଚୀନ୍‌ର ଡିଜିଟାଲ୍ ପ୍ଲାନ୍ ! ଚାଇନିଜ୍ ମୋବାଇଲରୁ ଅରୁଣାଚଳ ଗାଏବ୍…