ଯୋଗୀ ଆଦିତ୍ୟନାଥଙ୍କ ଆଦେଶକୁ ମାନୁନାହାନ୍ତି ଅଧିକାରୀ; ବଢ଼ୁଛି ଗୋ ହତ୍ୟା

ଉତ୍ତରପ୍ରଦେଶ ୧୦।୪: ଗୋବଂଶକୁ ସୁରକ୍ଷିତ ରଖିବା ନେଇ ପ୍ରଧାନମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆଦେଶ ହେଲା ବ୍ୟର୍ଥ। ଯୋଗୀଙ୍କ ଏହି ଆଦେଶ ଅଧିକାରୀଙ୍କ ଉପରେ କୈାଣସି ପ୍ରକାର ପ୍ରଭାବ ପକାଉନାହିଁ ଜଣାପଡ଼ିଛି। ଗୋବଂଶକୁ ଗୋଶାଳାରେ ରଖିବା ପରେ ବି ଅଧିକାରୀମାନେ କୈାଣସି ଧ୍ୟାନ ଦେଉନାହାନ୍ତି।

ଫଳରେ ମଙ୍ଗଳବାର ଦିନ କାନପୁର ସ୍ଥିତ ରସୁଲାବାଦ ଅସାଲତଗଂଜ ଗୋଆଶ୍ରମରେ ତିନୋଟି ଗାଈଙ୍କ ମୃତ୍ୟୁ ହୋଇଛି। ଶୁକ୍ର ବାରରୁ ନେଇ ଆଜି ପର୍ଯ୍ୟନ୍ତ ପାଖାପାଖି ୨୦ଟି ଗାଈଙ୍କର ମୃତ୍ୟୁ ହୋଇସାରିଲାଣି।

ପୋଷ୍ଟବର୍ଟମ ପରେ କେଉଁ କାରଣରୁ ଗାଈଙ୍କର ମୃତ୍ୟୁ ହୋଇଛି ବୋଲି ତାହା ଡାକ୍ତର ସ୍ପଷ୍ଟ କରାଇନାହାନ୍ତି। ଭିଷଣ ଗରମ ଓ ଖରା ହେବା ସତ୍ବେ ବି ଗୋଆଶ୍ରମରେ ଟିଣର ଘର ତିଆରି ହୋଇପାରିନାହିଁ। ସବୁ ଗାଈ ଟାଣ ଖରାରେ ସିଝୁଛନ୍ତି। ବର୍ତ୍ତମାନ ଆଉ ୪ଟି ଗାଈଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଅଛି ବୋଲି ସୂଚନା ମିଳିଛି।ଫଳରେ ଗୋ ହତ୍ୟା ବଢ଼ିବାରେ ଲାଗିଛି।