PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ରେସ୍ତୋରାଁର ଅଜବ ନିୟମ: ମାସ୍କ ପିନ୍ଧି ଖାଦ୍ୟ ଅର୍ଡର କଲେ ଗଣିବାକୁ ପଡିବ ଫାଇନ୍, କରୋନା ଟିକାର ପ୍ରଶଂସା କରି ଧରାପଡିଲେ…

ନୂଆଦିଲ୍ଲୀ ୦୧/୦୬: କରୋନା ଭାଇରସ୍‌ ମହମାରୀ ଲାଗି ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ଜୀବନଶୈଳୀର ଅଂଶ ହୋଇଛି । କିନ୍ତୁ ଆମେରିକାରେ ଏଭଳି ଏକ ରେସ୍ତୋରାଁ ଅଛି, ଯେଉଁଠି ମାସ୍କ ଲଗାଇଲେ ଲୋକଙ୍କୁ ଫାଇନ୍‌ ଦେବାକୁ ପଡୁଛି । କାଲିଫର୍ଣ୍ଣିଆରେ ଫିଡଲହେଡ୍‌ସ ନାମକ କାଫେ ନିଜର ଏହି ଅଜବ ନିୟମ ଲାଗି ଚର୍ଚ୍ଚାରେ ।

କାଫେର ମାଲିକ କ୍ରିସ୍‌ କାସଲମ୍ୟାନ୍‌ ସର୍ବଦା କରୋନା ସମ୍ପର୍କିତ ଲାଗୁ ନିର୍ଦ୍ଦେଶାବଳୀ ଗୁଡ଼ିକୁ ବିରୋଧ କରିଆସୁଛନ୍ତି । ସେ କରୋନା ଟିକାର ମଧ୍ୟ ସମର୍ଥକ ନୁହନ୍ତି । କ୍ରିସ୍‌ଙ୍କ ମତ, ଲକ୍‌ଡାଉନ୍‌ ଯୋଗୁ ଆମେରିକାକୁ ଢେର କ୍ଷତି ସହିବାକୁ ପଡ଼ିଛି । କାଲିଫର୍ଣ୍ଣିଆ ଓ ହୱାଇ ଏଭଳି ରାଜ୍ୟ, ଯେଉଁଠି ଏବେ ବି ଟିକାକରଣ ସତ୍ତେ୍ୱ ମାସ୍କ ଲଗାଇବାକୁ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ପଡୁଛି । କିନ୍ତୁ ଏହା ସତ୍ତେ୍ୱ କ୍ରିସ୍‌ ନିଜ ରେସ୍ତୋରାଁରେ ଲୋକଙ୍କୁ ମାସ୍କରେ ଦେଖିବାକୁ ଚାହୁଁନାହାନ୍ତି।

ତାଙ୍କ ରେସ୍ତୋରାଁର ପ୍ରଥମ ନିୟମ ହେଉଛି, ଯଦି କୌଣସି ବ୍ୟକ୍ତି ମାସ୍କ ଲଗାଇଥିବା ଦେଖିବାକୁ ମିଳନ୍ତି, ତେବେ ତାଙ୍କ ଉପରେ ୫ ଡଲାର ଫାଇନ୍‌ ଲାଗୁ ହେବ। ଅନ୍ୟ ନିୟମ ହେଉଛି, ଯଦି କୌଣସି ବ୍ୟକ୍ତି କରୋନା ଟିକାର ପ୍ରଶଂସା କରୁଥିବା ନଜର ଆସନ୍ତି, ତେବେ ତାଙ୍କୁ ମଧ୍ୟ ୫ ଡଲାର ଫାଇନ୍‌ ଦେବାକୁ ପଡ଼ିବ ।

ଫାଇନ୍‌ ବିଷୟରେ କ୍ରିସ୍‌ ସ୍ଥାନୀୟ ଗଣମାଧ୍ୟମକୁ କହିଥିଲେ, ଏହି ସମସ୍ତ ଜରିମାନା ସ୍ଥାନୀୟ ଦାତବ୍ୟ ସଂସ୍ଥାକୁ ଯିବ । ଯେବେଠାରୁ ଏହି ନିୟମର ସାଇନ୍‌ ବୋର୍ଡ କ୍ରିସ୍‌ ନିଜ ରେସ୍ତୋରାଁ ବାହାରେ ଲଗାଇଛନ୍ତି, ଅନେକ ଏହାକୁ ଦେଖି ଫେରିଯାଉଛନ୍ତି । କିନ୍ତୁ ଯେତେବେଳେ ଲୋକେ ଜାଣିବାକୁ ପାଉଛନ୍ତି ଯେ ସେମାନେ ଦେଉଥିବା ଜରିମାନା ଦାତବ୍ୟ ସଂସ୍ଥାକୁ ଯାଉଛି, ସେମାନେ ରେସ୍ତୋରାଁ ଭିତରକୁ ଆସିବାକୁ ପସନ୍ଦ କରୁଛନ୍ତି । ଆଗାମୀ କିଛି ମାସ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରଖିବାକୁ ଚାହୁଁଥିବା କ୍ରିସ୍‌ କହିଛନ୍ତି ।

ଏହା ପୂର୍ବରୁ କ୍ରିସ୍‌ ନିଜ ବ୍ଲଗ୍‌କୁ ନେଇ ଚର୍ଚ୍ଚାକୁ ଆସିଥିଲେ । ସେ ଲେଖିଥିଲେ, ମୁଁ ସେ ସମସ୍ତଙ୍କୁ ସମ୍ମାନ ଦିଏ ଯେଉଁମାନେ ନିଜକୁ ଓ ନିଜ ପରିବାରକୁ ରକ୍ଷା କରିବା ଲାଗି ସଂଘର୍ଷ କରୁଛନ୍ତି । କିନ୍ତୁ କେବଳ ନିଜକୁ କରୋନାରୁ ରକ୍ଷା କରିବା ସୁସ୍ଥ ଜୀବନର ପରିଚୟ ନୁହେଁ । ଇକୋନୋମି ସଟ୍‌ଡାଉନ୍‌ ଓ ସାମାଜିକ ଦୂରତାରୁ ଲୋକଙ୍କ ମାନସିକ ସ୍ଥିତି ବିଗିଡ଼ିଛି । ଆଣ୍ଟି-ମାସ୍କ ସମର୍ଥକ ହୋଇ ମୁଁ ନିଜ ତରିକାରେ ସମସ୍ୟାର ମୁକାବିଲା କରିବାକୁ ଚାହୁଁଛି । ମୋ ତରିକା ଅନ୍ୟମାନଙ୍କଠାରୁ ଭିନ୍ନ ହୋଇପାରେ, କିନ୍ତୁ ଏହା ଦ୍ୱାରା ଆମେ ଅପରାଧୀ ହେବୁନାହିଁ।