ଗହଣା ଦୋକାନି ଏବେ ବିକୁଛନ୍ତି ପରିବା

ଜୟପୁର – ରାଜସ୍ଥାନର ଗହଣା ଦୋକାନି ଏବେ ପରିବା ବେପାରୀ । କରୋନା ଓ ଲକ୍‌ ଡାଉନ୍‌ ବେଳେ ଅନ୍ୟ ବ୍ୟବସାୟ ଚାଲୁ ନଥିବାରୁ ଏବେ ସେ ପରିବା ବ୍ୟବସାୟ ଆରମ୍ଭକରିଥିବା ସୂଚନା ଦେଇଛନ୍ତି ।

PHOTO COURTESY REUTER

ଲକ୍‌ଡାଉନ୍‌ ଯୋଗୁଁ ହୁକୁମ୍‌ ଚାନ୍ଦ ସୋନି ନାମକ ବ୍ୟକ୍ତିଙ୍କର ଗହଣା ଦୋକାନ ବନ୍ଦ ହୋଇଯାଇଛି । ସେ ଗତ ୨୫ ବର୍ଷ ଧରି ରାଜସ୍ଥାନର ରାଜଧାନୀ ଜୟପୁରରେ ଗହଣା ବ୍ୟବସାୟ କରୁଛନ୍ତି । ତାଙ୍କର ଏକ ଅଳଙ୍କାର ଦୋକାନ ଅଛି । ମାତ୍ର ବ୍ୟବସାୟ ବନ୍ଦ ହୋଇଯିବାରୁ ସେ ପନିପରିବା ବ୍ୟବସାୟ କରୁଥିବା କଥା କହିଛନ୍ତି ।

ସେ ଯେଉଁ ଦେକାନରେ ଦାମୀ ଗହଣା ରଖିଥିଲେ ବେ ସେହି ଦୋକାନରେ ତାଜା ପନିପରିବା ରଖି ପରିବା ବ୍ୟବସାୟ କରୁଛନ୍ତି। ଜୟପୁରର ରାମ ନଗର ଅଞ୍ଚଳରେ ତାଙ୍କର ଗହଣା ଦୋକାନ ଥିଲା । ଲକ୍‌ଡାଉନ୍‌ରେ ମଧ୍ୟ ତାଙ୍କ ପରିବା ଦୋକାନରେ ତାଜା ପରିବା ପାଇଁ ଗ୍ରାହକଙ୍କ ଆସୁଛନ୍ତି। ସାମାଜିକ ଦୂରତ୍ୱ ରଖି ସେ ଏବେ ବ୍ୟବସାୟ କରୁଛନ୍ତି ।

ଏହି ଦୋକାନରେ ସେ ଗହଣା ବିକି ଗୁଜୁରାଣ ମେଣ୍ଟାଇଥିବାରୁ ଏବେ ଲକ୍‌ଡାଉନ୍‌ରେ ପରିବା ବେପାର କରି ପରିବାର ପ୍ରତିପୋଷଣ କରୁଥିବା ସୂଚନା ଦେଇଛନ୍ତି।


କର୍ମ ହିଁ ଭଗବାନ୍‌ ଏଥିପାଇଁ ସେ ପନିପରିବା ବ୍ୟବସାୟ କରୁଥିବା କଥା କହିଛନ୍ତି।

   ସମ୍ବନ୍ଧିତ ଖବର


ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..

୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଜିନପିଙ୍ଗ୍‌ ସେନା, ୧୦୦ ଯବାନ ଆକାଶରେ କଲେ ସମାରାଭ୍ୟାସ

RBI ଗଭର୍ଣ୍ଣରଙ୍କୁ କରୋନା