ଲକଡାଉନ୍ ୩.୦: ଏହି ଜୋନରେ ୪ ମଇ ପରେ ଖୋଲିବ ସେଲୁନ ଓ ବିୟୁଟିପାର୍ଲର, ଗୃହମନ୍ତ୍ରଣାଳୟର ସୂଚନା

ନୂଆଦିଲ୍ଲୀ,୨।୫: କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଦେଖି କେନ୍ଦ୍ର ସରକାର ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଲାଗୁ କରିଛନ୍ତି। ତେବେ ୩ ମଇରେ ଶେଷ ହେବାକୁ ଥିବା ଲକଡାଉନ୍ ଏବେ ୧୭ ମଇ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଗୃହମନ୍ତ୍ରାଣାଳୟ ଏହା ସହିତ ଦେଶରେ ମୋଟ ୭୩୩ ଟି ଜିଲ୍ଲାରେ କରୋନା ମାମଲା ଆଧାରରେ ରେଡ୍, ଅରେଞ୍ଜ ଓ ଗ୍ରୀନରେ ବାଣ୍ଟିଛନ୍ତି। ଏପର୍ଯ୍ୟନ୍ତ କୌଣସି ଜୋନରେ ସେଲୁନ ଓ ବ୍ୟୁଟି ପାର୍ଲର ଖୋଲି ନଥିଲା। କିନ୍ତୁ ଆଜି ଗୃହମନ୍ତ୍ରଣାଳୟ ସ୍ବଷ୍ଟ କରିଛନ୍ତି ଯେ, ୪ ମଇରୁ ଲକଡାଉନର ତୃତୀୟ ପର୍ଯ୍ୟାୟରେ ଅରେଞ୍ଜ ଜୋନ୍ ଓ ଗ୍ରୀନ୍ ଜୋନରେ ସେଲୁନ ଓ ବିଉଟି ପାର୍ଲର ଖୋଲାଯିବାର ଯିବ।

ଗୃହମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, ଅରେଞ୍ଜ ଜୋନରେ ଇ-କମର୍ସ କମ୍ପାନୀ ଗୁଡିକ ଦ୍ବାରା ଅଦରକାରୀ ଜିନିଷର ବିକ୍ରି ଉପରେ କଟକଣା ରହିବ ନାହିଁ। ଗୃହମନ୍ତ୍ରଣାଳୟ ସାରାଦେଶରେ ରେଡ୍ ଜୋନରେ ୧୩୦ ଜିଲ୍ଲା, ଅରେଞ୍ଜ ଜୋନରେ ୨୮୪ ଜିଲ୍ଲା ଓ ଗ୍ରୀନ୍ ଜୋନରେ ୩୧୯ ଜିଲ୍ଲାକୁ ଗ୍ରୀନ ଜୋନରେ ରଖିଛନ୍ତି। ଗ୍ରୀନ ଜୋନରେ ସେଲୁନ, ବିଉଟି ପାର୍ଲର ସହିତ ଅନ୍ୟ ଜରୁରୀ ସେବା ଓ ବସ୍ତୁ ଉପଲବ୍ଧ କରୁଥିବା ସଂସ୍ଥା ୪ ମଇରୁ ଖୋଲିବ।

ଏହାଛଡା ଗ୍ରୀନ ଜୋନ ଥିବା ଅଞ୍ଚଳରେ ରାଷ୍ଟ୍ରୀୟ ସ୍ତରରେ ଲାଗୁ କଟକଣା ବ୍ୟତୀତ କୌଣସି କଟକଣା ରହିବ ନାହିଁ। ସବୁ ପ୍ରକାର ଆର୍ଥିକ ଗତିବିଧିକୁ ସମ୍ପୂର୍ଣ୍ଣ ଭାବରେ ସେଠାରେ ଛାଡ କରାଯିବ। ଏଠାରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚାଲିବାର ଅନୁମତି ମିଳିଛି। ଏହି ବସ୍ ଗ୍ରୀନ ଜୋନ୍ ଜିଲ୍ଲାରୁ ଆଉ ଏକ ଗ୍ରୀନ୍ ଜୋନ୍ ଜିଲାକୁ ଯାଇପାରିବ।

   ସମ୍ବନ୍ଧିତ ଖବର


‘କୋଭାକ୍ସିନ’ର ୩ୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ମିଳିଲା ଅନୁମତି

ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା: ୨ ଗୁରୁତର

ଏଥର ଦଶହରା ଛୁଟିରେ ବି ଆର୍‌ଟିଓରେ ହେବ ଗାଡି ପଞ୍ଜିକରଣ, ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ପରିବହନ କାର୍ଯ୍ୟାଳୟ

କରୋନା ସହ ୧୫ ଦିନ ଲଢ଼େଇ ପରେ ହାରିଗଲେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରୁକ୍ମଣୀ ଦେବୀ

ଆଜି ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀ ପୂଜା, ମଣ୍ଡପରେ ସନ୍ଧିପୂଜା

ଆସୁଛି ଆଉ ଏକ ଲଘୁଚାପ ! ୩୧ ପରେ ପୁଣି ବର୍ଷା ସମ୍ଭାବନା, ୪ ଦିନରେ ସମଗ୍ର ରାଜ୍ୟରୁ ବିଦାୟ ନେବ ମୌସୁମୀ