କରୋନା ନେଇ ଆଡଭାଇଜରି ଜାରି କଲା ଓସେପା: ଅସୁସ୍ଥ ଲାଗିଲେ ସ୍କୁଲ ଆସନ୍ତୁନି

ଭୁବନେଶ୍ୱର ୬/୩: କରୋନା ନେଇ ଆଡଭାଇଜରି ଜାରି କରିଛନ୍ତି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୃପକ୍ଷ ବା ଓସେପା । ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ ଜିଲ୍ଲା ଶିକ୍ଷାଧିକାରୀ, ସମଗ୍ର ଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓ ବ୍ଲକ୍‌ ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଛାତ୍ରଛାତ୍ରୀଙ୍କୁ ଅସୁସ୍ଥ ଲାଗିଲେ ସ୍କୁଲ ନ ଆସିବାକୁ ପରାମର୍ଶ ଦିଆଯାଇଛି । ଏ ବାବଦରେ ଉଭୟ ଘରୋଇ ଓ ସରକାରୀ ସ୍କୁଲ ପ୍ରଧାନଶିକ୍ଷକ ସଚେତନତା ସୃଷ୍ଟି କରିବେ ବୋଲି ଶ୍ରୀ ପୁନିଆ କହିଛନ୍ତି ।

ଓସେପା ପକ୍ଷରୁ ଜାରି କରାଯାଇଥିବା ଆଡଭାଇଜରିରେ ପରାମର୍ଶ ଦିଆଯାଇଛି ଯେ ଆଲକୋହଲ ବେସ୍‌ଡ ହ୍ୟାଣ୍ଡ ୱାସରେ ହାତ ସଫା କରନ୍ତୁ । କାଶିଲେ ବା ଛିଙ୍କିବା ସମୟରେ ରୁମାଲ ବା ଟିସୁ ପେପର ବ୍ୟବହାର କରିବାକୁ କୁହାଯାଇଛି । କେନ୍ଦ୍ର ମାନବ ସମ୍ବଳ ବିକାଶ ସଚିବ ଅମିତ୍‌ ଖରେ ଗତ ୪ ତାରିଖରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କରୋନା ବାବଦରେ ସଚେତନତା ସୃଷ୍ଟି କରିବାକୁ ଅନୁରୋଧ କରିଥିଲେ ।

ସେପଟେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, କରୋନା ନେଇ ବିଭାଗ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଆଡଭାଇଜାରି ଅନୁସାରେ ପଦକ୍ଷେପ ନିଆଯାଉଛି । ସ୍ୱାସ୍ଥ୍ୟ ବିଭାଗ ସ୍କୁଲ ବନ୍ଦ ପାଇଁ ପରାମର୍ଶ ଦେଲେ ତାହାକୁ ପାଳନ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।

   ସମ୍ବନ୍ଧିତ ଖବର


ଆଜି ବିଶ୍ୱ ଏଡ୍‌ସ ନିରାକରଣ ଦିବସ: ଅସୁରକ୍ଷିତ ଯୌନ ସମ୍ପର୍କରୁ ୮୮% ସଂକ୍ରମିତ, ରାଜ୍ୟରେ ୫୨ ହଜାର ଆକ୍ରାନ୍ତ

କାଳିଆକୁ ଦେଖିବା ଜିଦ୍‌ରେ ତା’ ବେଡ୍‌ ପାଖରେ ଘୂରି ବୁଲୁଛି ଜଗା, ମା’ ସହ ଭାଇର ଫେରିବା ବାଟକୁ ଅନେଇ ବସିଛି…

ଆଜିଠୁ କୋଣାର୍କ ଉତ୍ସବ, ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ

ଆଜି ହାଫ୍‌, କାଲି ଫୁଲ୍‌ ଛାଡ଼ଖାଇ: ମଟନ୍‌ କେଜି ୭୦୦ ଛୁଇଁବ, ଡିମାଣ୍ଡ୍‌ରେ ରହିବେ ଚିକେନ୍‌ , ମାଛ

ଆଜିଠୁ ସବୁ ରୁଟ୍‌ରେ ଗଡ଼ିଲା ‘ମୋ ବସ୍‌’, କେବଳ ୨୯ନଂ ରୁଟ୍‌ରେ ଗଡ଼ିବନି ବସ୍‌

ଭୀଷଣ ଅବପାତ ରୂପ ନେବ ଲଘୁଚାପ, ଆଜି ବାତ୍ୟାରେ ପରିଣତ ହେବା ସମ୍ଭାବନା: ଆସନ୍ତା ୨ ଓ ୩ ତାରିଖରେ କୁହୁଡ଼ି ସମ୍ଭାବନା