PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ଼: ପୁଲିସ ପଞ୍ଝାରେ ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗ, ଧରିଲା ବୀରମିତ୍ରପୁର ପୋଲିସ
  • ||
  • ବୌଦ୍ଧ: ବିଦ୍ୟୁତ ଆଘାତରେ ଟଳିପଡିଲେ ଯୁବକ, କଣ୍ଟାମାଳ ବ୍ଲକ ତେନ୍ତୁଳୀଖୁଣ୍ତି ଗ୍ରାମରୁ ଆସିଲା ଦୁଃଖଦ ଖବର
  • ||
  • ବୁର୍ଲା: ରୋଗୀ ସମ୍ପର୍କୀୟଙ୍କୁ ବାରମ୍ବାର ଲୁଟ କରୁଥିବା ୪ ଜଣିଆଁ ଡ଼କାୟତ ଗ୍ୟାଙ୍ଗକୁ ଗିରଫ କଲା ବୁର୍ଲା ପୁଲିସ…
  • ||
  • ରାଜନଗର: ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା, ରାତ୍ରୀଯାପନ ପାଇଁ ମିଳିବନି ଅନୁମତି…
  • ||
  • ସହିଦ ସପ୍ତାହରେ ମାଲକାନଗିରି ଜିଲ୍ଲା ସୀମାନ୍ତରେ ଗୁଳିବିନିମୟ ଜଣେ ହାର୍ଡକୋର ମାଓବାଦୀ ମୃତ
  • ||
  • ମାଲକାନଗିରି: ସହିଦ ସପ୍ତାହରେ ମାଲକାନଗିରି ଜିଲ୍ଲା ସୀମାନ୍ତରେ ମାଓ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ, ଜଣେ ହାର୍ଡକୋର ମାଓବାଦୀ ନିହତ
  • ||
  • ବଲାଙ୍ଗୀର: ଆତ୍ମସମର୍ପଣ କଲା କେକେବିଏନ ଡିଭିଜନର କ୍ୟାଡରର ମାଓବାଦୀ
  • ||
  • ବ୍ରହ୍ମପୁର: ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଉଦଘାଟିତ, ଦାୟିତ୍ୱ ନେଲେ ଭାରପ୍ରାପ୍ତ କୁଳପତି
  • ||
  • ଭୁବନେଶ୍ୱର: କେନ୍ଦ୍ରାପଡ଼ାର ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ଦାବି, କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ଦାବି କଲେ ମୁନ୍ନା ଖାଁ, ସୁବାସ ସିଂ, ମମତା ମହନ୍ତ
  • ||
  • ଭୁବନେଶ୍ୱର: ଥମୁନି କରୋନ ମୃତ୍ୟୁ, ଆଉ ୬୪ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ଯଶିପୁର ନିକଟସ୍ଥ ବଡ଼ବିଲ କୁଆବଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗାଡି ଚକତଳେ ଚାପିହୋଇ ଯୁବକଙ୍କ ମୃତ୍ୟୁ…
  • ||
  • ପୁରୀ: ହଟିବ ଜଗା ଦର୍ଶନ କଟକଣା ! ଅଗଷ୍ଟ ୪ରେ ଶ୍ରୀମନ୍ଦିର ସମନ୍ୱୟ କମିଟି ବୈଠକ
  • ||
  • ଭୁବନେଶ୍ୱର: ଓଡ଼ିଶା ସହ ୧୦ ରାଜ୍ୟ ବଢ଼ାଉଛି ଚିନ୍ତା, ୪୬ ଜିଲ୍ଲାରେ ୧୦%ରୁ ଅଧିକ ଟିପିଆର
  • ||
  • ଭୁବନେଶ୍ୱର: ଓଡ଼ିଶାରେ କୁମିଛି ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୩୭ କୋଭିଡ୍ ପଜିଟିଭ
  • ||

ଓଏସଏପି ଯବାନଙ୍କ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ: ୨ ମୃତ, ୩୦ ଆହତ; ମୁଖ୍ଯମନ୍ତ୍ରୀ ଘୋଷଣା କଲେ ସହାୟତା

ଝାରସୁଗୁଡା ୩/୧: ବେଲପାହାଡ ନିକଟରେ ପୋଲିସ ଭ୍ୟାନ ଓ ଟ୍ରକ ମୁହାଁ ମୁହିଁ ଧକ୍କା । ଦୁର୍ଘଟଣାରେ ୨ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ୧୫ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ସମସ୍ତ ପୋଲିସ କର୍ମୀ ଝାରସୁଗୁଡ଼ା ଦ୍ୱିତୀୟ ସଶସ୍ତ୍ର ବାହିନୀର ଯବାନ। ଆଜି ଡ୍ୟୁଟିରେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା ।  ସକାଳ ୬ଟା ୩୫ ବେଳକୁ ବେଲପାହାଡ଼ ପୋଲ ନିକଟରେ ସମ୍ମୁଖ ପଟରୁ ଆସୁଥିବା ଏକ ଟ୍ରକ ଭ୍ୟାନଟିକୁ ଧକ୍କା ଦେଇଥିଲା ।  ପୋଲିସ ଭ୍ୟାନରେ ୩୩ ଜଣ ଯବାନ ଥିଲେ। ଆହତ ମାନଙ୍କୁ ମଣ୍ଡାଳିଆ କେନ୍ଦ୍ରୀୟ ଡାକ୍ତରଖାନା ଓ ବେଲପାହାଡ଼ ଟିଆରଏଲ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକ ଯବାନ ଶଙ୍କର ପ୍ରସାଦ ପନ୍ଥା  ଓ ପ୍ରଶାନ୍ତ ବେହେରା ।

ଅନ୍ଯପଟେ ଏହି ଖବର ଶୁଣି ମର୍ମାହତ ହୋଇଛନ୍ତି ମୁଖ୍ଯମନ୍ତ୍ରୀ । ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ମୃତଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ ମଧ୍ଯ ଘୋଷଣା କରାଯାଇଛି । ବୁର୍ଲା ଡାକ୍ତରଖାନାରେ ପହଞ୍ଚି ଆହତଙ୍କୁ ଭେଟିଛନ୍ତି ମୁଖ୍ଯମନ୍ତ୍ରୀ ।