ଫିଲ୍ମ ‘ପିରିୟଡ- ଏଣ୍ଡ ଅଫ ସେଣ୍ଟେନ୍ସ’କୁ ମିଳିଲା ଓସ୍କାର: ୟୁପିର ହାପୁଡରେ ପରିବେଶ ଉତ୍ସବମୁଖର, ବଣ୍ଟାଯାଉଛି ମିଠା

source:khabar.ndtv.com
ନୁଆଦିଲ୍ଲୀ ୨୫/୨: ଭାରତରେ ପିରିୟଡ (ମାସିକ ଧର୍ମ) ସହିତ ଜଡିତ ଅନ୍ଧବିଶ୍ୱାସ ଓ ପ୍ରତିବନ୍ଧକ ଉପରେ ଆଧାରିତ ଫିଲ୍ମ ‘ପିରିୟଡ- ଏଣ୍ଡ ଅଫ୍ ସେଣ୍ଟନ୍ସ’ ୯୧ତମ ଏକାଡେମୀ ପୁରସ୍କାର ସମାରୋହରେ ଡକ୍ୟୁମେଣ୍ଟାରୀ ସର୍ଟ ସବଜେକ୍ଟ ଶ୍ରେଣୀରେ ଓକ୍ସାର ପୁରସ୍କାର ହାସଲ କରିଛି । ଫିଲ୍ମ ନିର୍ମାଣ ଭାରତୀୟ ଫିଲ୍ମକାର ଗୁନିତ ମୋଙ୍ଗାଙ୍କ ସିଖିୟା ଏଣ୍ଟରଟଣ୍ଟମେଣ୍ଟ କମ୍ପାନୀ ଦ୍ୱାରା କରାଯାଇଛି । ୨୬ ମିନିଟର ଏହି ଫିଲ୍ମ ‘ପିରିୟଡ’ ଉତ୍ତରୀ ଭାରତର ହାପୁଡ ଝିଅ ଓ ମହିଳାଙ୍କ କାହାଣୀ ଦେଖିବାକୁ ମିଳିବ । ଏହି ଫିଲ୍ମକୁ ଓସ୍କାର ମିଳିବା ପରେ ସାରା ଭାରତରେ ଉତ୍ସବର ପରିବେଶ ଦେଖିବାକୁ ମିଳିଛି । ହାପୁଡରେ ରହିଥିବା ସ୍ନେହା ଏହି ଫିଲ୍ମରେ ମୁଖ୍ଯ ଭୂମିକାରେ ଅଭିନୟ କରିଛନ୍ତି ଏବଂ ଏବେ ତାଙ୍କ ଗାଁରେ ଉତ୍ସବ ପାଳନ ହେଉଛି । ଲୋକମାନେ ଖୁସିରେ ମିଠା ବାଣ୍ଟୁଛନ୍ତି ।
Hapur: Family of Sneha, one of the women appearing in 'Period. End of Sentence.' which won #Oscars for Best Documentary Short Subject celebrate in Kathikhera village. It's based on a group of women, including her, which led a revolution here against taboo surrounding menstruation pic.twitter.com/88Aaujjksy
— ANI UP (@ANINewsUP) February 25, 2019
Look who stopped by the #Oscars Thank You Cam, presented by @Cadillac! Best Documentary Short winners for Period. End of Sentence. #KeepRising pic.twitter.com/NssJfSPkI3
— The Academy (@TheAcademy) February 25, 2019
ଫିଲ୍ମରେ ପିରିୟଡକୁ ନେଇ ଭାରତରେ ଦେଖାଦେଉଥିବା ପ୍ରତିବନ୍ଧକ ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ ମହିଳାଙ୍କ ଲଢାଇ ଦେଖିବାକୁ ମିଳିବ । ଆମେରିକୀୟ ଫିଲ୍ମକାର ରେକା ଜେହତାବଚିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମର ନିର୍ମାଣ ଲସ୍ ଆଞ୍ଜେଲସର ଓକୱୁଡ୍ ସ୍କୁଲର ବିଦ୍ଯାର୍ଥୀଙ୍କ ଏକ ଟିମ୍ ଓ ତାଙ୍କ ଶିକ୍ଷୟତ୍ରୀ ମେଲିସା ବର୍ଟନଙ୍କ ଦ୍ୱାରା ସ୍ଥାପିତ ଦ ପ୍ଯାଡ୍ ପ୍ରୋଜେକ୍ଟ ଦ୍ୱାରା କରାଯାଇଛି । ଓସ୍କାର ପୁରସ୍କାର ପାଇଁ ଫିଲ୍ମ ‘ପିରିୟଡ’ର ମୁକାବିଲା ବ୍ଲାକ୍ ସିପ୍, ଆଣ୍ଡ ଗେମ୍, ଲାଇଫବୋଟ୍ ଓ ଏ ନାଇଟ୍ ଆଟ୍ ଦ ଗାର୍ଡେନ୍ ସହିତ ହୋଇଥିଲା ।