ଏବେ କାଶ୍ମୀରରେ ଭାରତର ଅନ୍ୟ ରାଜ୍ୟର ଲୋକ କିଣିପାରିବେ ଜମି

ନୂଆଦିଲ୍ଲୀ – ପୂର୍ବରୁ ଭାରତର ଅନ୍ୟ ଅଂଶର ନାଗରିକମାନେ ଜମ୍ମୁ କାଶ୍ମୀରରୁ ଜମି କିଣିବା ଉପରେ ପ୍ରତିବନ୍ଧକ ଥିଲା । ଏବେ କେନ୍ଦ୍ର ସରକାର ଏହି କଟକଣାକୁ ହଟାଇ ଦେଇଛନ୍ତି । ଜାମ୍ମୁ- କାଶ୍ମୀରରେ ଜମି କିଣିବା ପାଇଁ ନିୟମରେ ପରିବର୍ତ୍ତନ କରିଛନ୍ତି । ଲଦାଖରେ ମଧ୍ୟ ଏହି ନିୟମ ଲାଗୁ କରାଯାଇଛି । ଏହି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ତତ୍‌କାଳ ଏହି ନିୟମ ଲାଗୁ କରାଯାଇଛି । ପୂର୍ବରୁ କେବଳ ଜାମ୍ମୁ-କାଶ୍ମୀରରେ ଲୋକ ହିଁ ସେହିଠାରେ ଜମି କିଣିପାରୁଥିଲେ । ଏଥିପାଇଁ ସେମାନେ କାଶ୍ମୀରର ନାଗରିକ ହେବା ବାଧ୍ୟତାମୂଳକ ଥିଲା । ଜାମ୍ମୁ-କାଶ୍ମୀର ପୁର୍ନଗଠନ ନିୟମ ଲାଗୁ ହେବାପରେ ଏବେ ସେଠାରେ ଜମି କିଣିବା ନିୟମରେ ପରିବର୍ତ୍ତନ କରାଯାଇଛି । ଅଣ ଚାଷ ଜମିକୁ ଭାରତର ଅନ୍ୟ ଅଞ୍ଚଳର ଲୋକ କିଣିପାରିବେ । ଏହା ସହ ଚାଷ ଜମିର କିସମ ପରିବର୍ତ୍ତନ ସହଜରେ କରିହେବ ।

ଜାମ୍ମୁ-କାଶ୍ମୀରରେ କେତକ ନେତା ଏହାର ବିରୋଧ କରିଛନ୍ତି । ନ୍ୟାସନାଲ୍‌ କନଫରେନ୍ସର ନେତା ଓମାର ଅବଦୁଲା ଏହା କାଶ୍ମୀରର ସେଲ୍‌ ବୋଲି କହିଛନ୍ତି। ଏଥିରେ ରାଜ୍ୟର କ୍ଷୁଦ୍ର ଜମିମାଲିକଙ୍କର କ୍ଷତି ହେବ ବୋଲି ସେ ଟ୍ୱିଟ କରିଛନ୍ତି ।

ଧାରା ୩୭୦ ଏହ୍ ୩୫ କ ଅନୁସାରେ କେବଳ କାଶ୍ମୀରରେ ବାସିନ୍ଦା ହିଁ କାଶ୍ମୀର ସହ ଲଦାଖ ଏବଂ ଜମ୍ମୁରେ ଜମି କିଣିପାରୁଥିଲେ । ଏହା ଦ୍ୱାରା ସେଠାରେ ଔଦଗିକ ଏବଂ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରୁ ନଥିଲା ।

ଏବେ ଅନ୍ୟ ରାଜ୍ୟର ବ୍ୟକ୍ତି ଜମି କିଣିପାରିବେ । ମାତ୍ର ଚାଷ ଜମିର ବିକ୍ରି ଉପରେ କେତକ କଟକଣା ରଖାଯାଇଛି । ଏହାକୁ ଅଣ ଚାଷ କାର୍ଯ୍ୟ ପାଇଁ ବିକ୍ରି କରାଯାଇ ପାରିବ ନାହିଁ । ଏହା ସହ ଅନ୍ୟ କାର୍ଯ୍ୟ ପାଇଁ ବିକ୍ରି କରାଗଲେ କେତକ ସର୍ତ୍ତ ପାଳନ କରିବା ପାଇଁ ପଡିବ ।