ଏହି ୨୫ଟି ଫିଲ୍ମ ଦେଖିଲେ ମିଳିବ ୨ ଲକ୍ଷ ଟଙ୍କା, ଆପଣ ରାଜି ତ ?

ନୂଆଦିଲ୍ଲୀ ୨୭/୧୧: ଯଦି ଆପଣ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ୍ ଓ ଡିଜନୀ+ହଟଷ୍ଟାରରେ ଫିଲ୍ମ ଦେଖିବା ପାଇଁ ଚିନ୍ତା କରୁଛନ୍ତି ତେବେ ଆଗ ଏହି ଖବରଟି ପଢନ୍ତୁ । ଯଦି ଆପଣଙ୍କୁ କୁହାଯିବ କି ଫିଲ୍ମ ଦେଖିବା ପାଇଁ ଆପଣଙ୍କୁ ପ୍ରାୟ ୨ ଲକ୍ଷ ଟଙ୍କା ମିଳିବ ତେବେ ଆପଣ କଣ କରିବେ ? ଆଜ୍ଞା ହଁ, କ୍ରିସମସରେ ଓଟିଟି ପ୍ଲାଟଫର୍ମମାନେ ନିଜ ୟୁଜର୍ସଙ୍କୁ ଫିଲ୍ମ ଦେଖିଲେ ପଇସା ଦେବେ ।

ଡ୍ରିମ୍ ଜବ୍
ନେଟଫ୍ଲିକ୍ସ, ଆମାଜନ ପ୍ରାଇମ୍ ଓ ଡିଜ୍ନି ପ୍ଲସ୍ ହଟଷ୍ଟାର୍ ଏମିତି ଲୋକଙ୍କୁ ଖୋଜୁଛନ୍ତି ଯେଉଁମାନେ କ୍ରିସମସ ସମ୍ପର୍କିତ ଫିଲ୍ମ ଦେଖି ତାର ରିଭ୍ୟୁ କରିବ । ରିଭ୍ୟୁ କରିବାକୁ ଆପଣଙ୍କୁ ୨୫ ଦିନରେ ୨୫ଟି ଫିଲ୍ମ ଦେଖିବାକୁ ହେବ ।

ଫିଲ୍ମ ଦେଖିଲେ ମିଳିବ ପଇସା
ଏଥିପାଇଁ ରିଭ୍ୟୁୱରଙ୍କୁ ୨୫୦୦ ଡଲାର(୧,୮୪,୫୫୮ଟଙ୍କା) ଦିଆଯିବ । ଏହା ସହିତ ନେଟଫ୍ଲିକ୍ସ, ଡିଜ୍ନି ପ୍ଲସ୍ ଓ ଆମାଜନ ପ୍ରାଇମ୍ ସହିତ ୭ ଷ୍ଟ୍ରିମିଂ ସେବାକୁ ବର୍ଷେ ପାଇଁ ସବସ୍କ୍ରିପ୍ସନ ଫ୍ରି ଦିଆଯିବ ।

ଫିଲ୍ମର ରିଭ୍ୟୁ କରିବାକୁ ହେବ
କମ୍ପାନୀ ଏହାକୁ Chief Holiday Cheermeister! ନାଁ ଦେଇଛି । ଏଥିପାଇଁ ରିଭ୍ୟୁୟରଙ୍କୁ Reviews.org ଯାଇ ନିଜକୁ ରେଜିଷ୍ଟର କରିବାକୁ ହେବ ।

ଏହି ଡ୍ରିମ୍ ଜବ୍ ପାଇଁ ମାତ୍ର ଗୋଟିଏ ନେଟ୍ କନେକ୍ସନ ଥିବା ଲାପଟପ୍ ଦରକାର । ଆପଣ ଆରାମରେ ଫିଲ୍ମ ଦେଖିପାରିବେ । ଏହା ପରେ କ୍ରିସମସ୍ ଫିଲ୍ମର ଲମ୍ବା ଲିଷ୍ଟରୁ ୨୫ ଫିଲ୍ମ ଚୟନ କରିବାକୁ ପଡିବ ଯାହାକୁ ଆପଣ ଦେଖିବାକୁ ଚାହିଁବେ । ପ୍ରତି ଫିଲ୍ମ ପରେ ଗୋଟିଏ ସର୍ଭେ ଫର୍ମ ଭରିବାକୁ ହେବ । ଆପଣ ନିଜ ଇଛା ଅନୁସାରେ ଯେଉଁ ଫିଲ୍ମ ଚାହିଁବେ ଚୟନ କରିପାରିବେ । ତେବେ ଏହି ଜବ୍ ପାଇଁ ଆପଣଙ୍କୁ ୧୮ ବର୍ଷରୁ ଉପରକୁ ହୋଇଥିବା ଦରକାର । ଏବଂ ଆବେଦନର ଶେଷ ତାରିଖ ହେଉଛି ୪ ଡିସେମ୍ବର ।