PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ରାଜଧାନୀର ପୁଞ୍ଜିଲାଲ୍‌; ୟୁଟ୍ୟୁବ୍‌ରୁ ଶିଖି କେମିତି ତିଆରି ହେଉଥିଲା ବନ୍ଧୁକ ଜାଣନ୍ତୁ…

ଭୁବନେଶ୍ୱର,୧୫ ।୪(ବ୍ୟୁରୋ): ଖୋଦ୍‌ ରାଜଧାନୀର ଛାତି ଉପରେ ଚାଲିଥିଲା ବନ୍ଧୁକ କାରଖାନା । ତା’ ପୁଣି ଓୟୁଏଟି କଲୋନିର ଏକ ସରକାରୀ କ୍ୱାର୍ଟର୍ସରେ । ଏହି କାରଖାନାରେ ୟୁଟ୍ୟୁବ୍‌ରୁ ଶିଖି ବନ୍ଧୁକ ତିଆରି ହେଉଥିଲା । ଖାଲି ବନ୍ଧୁକ ନୁହେଁ, ବୋମା ବି ଭିଡ଼ା ଚାଲିଥିଲା । ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୧୦ ବର୍ଷ ଧରି ଏମିତି କାରଖାନା ଚାଲିଥିଲେ ବି କମିଶନରେଟ୍‌ ପୁଲିସ ଏହାର ଟେର୍‌ ପାଇନଥିଲା । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ରବିବାର ରାତିରେ ଏକ ବୋମା ବିସ୍ଫୋରଣ ତଦନ୍ତ ବେଳେ ଏଭଳି ଏକ କାରଖାନା ଠାବ କରିଛି ପୁଲିସ । ଆଉ କାରଖାନାକୁ ଦେଖି ପୁଲିସ ପୁରା ତାଜୁବ୍‌ ହୋଇଯାଇଛି । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ କାର୍ପଟଦାର ପୁଞ୍ଜିଲାଲ୍‌ ମେହେରଙ୍କ ଭଳି ଧରାପଡିଥିବା ନୃସିଂହ ମଧ୍ୟ ୟୁଟ୍ୟୁବ୍‌ରୁ ବନ୍ଧୁକ ତିଆରି ଶିଖିଥିଲେ । ବନ୍ଧୁକଗୁଡିକୁ ଖୁଲମ୍‌ଖୁଲା ବିକୁଥିଲେ । ପାଟଣାଗଡ଼ର ପୁଞ୍ଜିଲାଲ୍‌ଙ୍କ ଭଳି ୟୁଟ୍ୟୁବ୍‌ରୁ ଶିଖି ନୃସିଂହ ରାଜଧାନୀର ପୁଞ୍ଜିଲାଲ୍‌ ବନି ଯାଇଥିଲେ ।

କେମିତି ତିଆରି କରୁଥିଲେ
ନୃସିଂହଙ୍କ କାରଖାନାରେ ବନ୍ଧୁକ ତିଆରି ପାଇଁ ସମସ୍ତ ସରଞ୍ଜାମ ମହଜୁଦ୍‌ ଥିଲା । ପଟାସ, କାର୍ବନ, ବେରିୟମ, ଆଲମୁନିୟମ ଗୁଣ୍ଡ, ଡ୍ରିଲ୍‌ ମେସିନ୍‌, ହାତୁଡି, ଆରି, ପ୍ଲାସ୍‌, ପେଚକସ୍‌, କଟର ସବୁ ରହୁଥିଲା ନୃସିଂହଙ୍କ କାରଖାନାରେ । ବନ୍ଧୁକ ବ୍ୟାରେଲ ତିଆରି ପାଇଁ ଗୋଲେଇ ଆକୃତିର ପୁଳା ପୁଳା ନଳି ରଖିଥିଲେ । ଏହାକୁ ଲେଦ୍‌ ମେସିନ୍‌ ଦ୍ୱାରା ରିଫିଲ୍‌ କରୁଥିଲେ । ବନ୍ଧୁକ ପାଇଁ ବ୍ୟାରେଲ୍‌ ଓ ଗୁଳି ରଖାଯାଉଥିବା ସିଲିଣ୍ଡର ମଧ୍ୟ ନିଜେ ତିଆରି କରୁଥିଲେ । ବନ୍ଧୁକ ଛାଞ୍ଚରେ ଅନ୍ୟ ସବୁ ପାର୍ଟସ(ଟ୍ରିଗର, ଟ୍ରିଗର ଗାର୍ଡ, ଟ୍ରିଗର ସ୍ପ୍ରିଙ୍ଗ, ଗ୍ରିପ୍‌, ମୁଖ୍ୟ ସ୍ପ୍ରିଙ୍ଗ, ହାମର)କୁ ଏକାଠି ଯୋଡୁଥିଲେ । କାରଖାନାରେ ଗୁଳି(ବୁଲେଟ୍‌) ମଧ୍ୟ ତିଆରି ଚାଲିଥିଲା । ଅସଲି ଗୁଳି ଢ଼ାଞ୍ଚାରେ ଦେଶୀ ଗୁଳି ତିଆରି କରୁଥିଲେ ନୃସିଂହ । ସେହିପରି ବୋମା ଭିଡି଼ବା ପାଇଁ ସୁତୁଲି, ଗୋଳାବାରୁଦ, ପଥର, କାଚ ରଖିଥିଲେ । କେହି ଅର୍ଡର କଲେ, ବୋମା ଭିଡି଼ ସେମାନଙ୍କୁ ଯୋଗାଉଥିଲେ ।

ୟୁଟ୍ୟୁବ୍‌ରୁ ଶିଖିଥିଲେ ବନ୍ଧୁକ ତିଆରି
ନୃସିଂହ ମୋବାଇଲ୍‌ରେ ୟୁଟ୍ୟୁବ୍‌ ଭିଡିଓ ଦେଖୁଥିଲେ । ଏଥିରୁ ବୋମା, ବନ୍ଧୁକ ତିଆରି କୌଶଳ ଶିଖୁଥିଲେ । ବନ୍ଧୁକ ତିଆରି ପାଇଁ ଆବଶ୍ୟକ ସରଞ୍ଜାମ ବିଭିନ୍ନ ଅଞ୍ଚଳରୁ ସଂଗ୍ରହ କରୁଥିଲେ । ୟୁଟ୍ୟୁବ୍‌ରୁ ଦେଖିଥିବା କୌଶଳ ଅନୁସାରେ ଦେଶୀ ବନ୍ଧୁକ ତିଆରି କରୁଥିଲେ । ବାରୁଦ୍‌, କାଚ, ପଥର ଚିପ୍ସକୁ ସୁତୁଲିରେ ଗୁଡ଼ାଇ ବୋମା ତିଆରି କରୁଥିଲେ । ଏଭଳି ବିପଦପୂର୍ଣ୍ଣ କାମରୁ ଦୂରେଇ ରହିବାକୁ ଅନେକଥର ବାରଣ କରିଥିବା ପରିବାର ଲୋକ କହିଛନ୍ତି । ହେଲେ ନୃସିଂହ ସେମାନଙ୍କ କଥା ଶୁଣୁନଥିଲେ ।
ଭଡ଼ା କ୍ୱାର୍ଟର୍ସରେ କାରଖାନା
ଓୟୁଏଟି ଗେଷ୍ଟ ହାଉସ୍‌ ପଛପଟେ ଥିବା ‘ୱାନ୍‌ ଆର୍‌ ୧/୭’ କ୍ୱାର୍ଟର୍ସ ନୃସିଂହଙ୍କୁ ଆଲର୍ଟ ହୋଇଥିଲା । ଏଥିରେ ସେ ପରିବାର ସହ ରହୁଥିଲେ । ଏହା ପାଖ କ୍ୱାର୍ଟର୍ସ ଅର୍ଥାତ ‘ୱାନ୍‌ ଆର୍‌ ୧/୬’ରେ ଦୀର୍ଘ ବର୍ଷ ଧରି କେହି ରହୁନଥିଲେ । ଏହି କ୍ୱାର୍ଟର୍ସଟି ଭଙ୍ଗା ଦଦରା ହୋଇ ପଡି଼ଥିଲା । କ୍ୱାର୍ଟର୍ସଟି ଆଲର୍ଟ ହୋଇଥିବା କର୍ମଚାରୀଙ୍କୁ ସେ ଭଡ଼ାରେ ନେବାକୁ କହି ନିଜେ ଅକ୍ତିଆରରେ ରଖିଥିଲେ । ଏବାବଦରେ ମାସକୁ ୩-୪ହଜାର ଟଙ୍କା ଭଡ଼ା ଦେଉଥିଲେ । ପରେ ଏହା ନୃସିଂହଙ୍କ ପାଇଁ ବନିଯାଇଥିଲା ବନ୍ଧୁକ, ବୋମା ତିଆରି କାରଖାନା । ସବୁଦିିନ ସୁଯୋଗ ଦେଖି ସେ ଏହି କ୍ୱାର୍ଟର୍ସ ଭିତରକୁ ଯାଉଥିଲେ । କେହି ନ ଜାଣି ପାରିବା ପାଇଁ ଭିତରୁ କବାଟ କିଳି ଦେଉଥିଲେ । ଆଖପାଖ ବାସିନ୍ଦାଙ୍କ ସନ୍ଦେହ ନ ଉପୁଜିବା ପାଇଁ ବିଶେଷକରି ରାତିବେଳା କ୍ୱାର୍ଟର୍ସରେ କାମ ଚାଲୁଥିଲା ।

ବୋମା ବିସ୍ଫୋରଣରୁ ଧରା ପଡ଼ିଗଲେ
ନୃସିଂହଙ୍କ ଭଡ଼ା ଘରେ ତିଆରି ହୋଇ ରହିଥିବା ବୋମାରୁ ଗତକାଲି ରାତିରେ ଗୋଟିଏ ବୋମା ବିସ୍ଫୋରଣ ହୋଇଥିଲା । କେହି ଜଣେ ପୁଲିସ କଣ୍ଟ୍ରୋଲ୍‌ ରୁମ୍‌କୁ ଫୋନ୍‌ କରି ବୋମା ବିସ୍ଫୋରଣ ସଂପର୍କରେ ଜଣାଇଥିଲେ । କଣ୍ଟ୍ରୋଲ ରୁମ୍‌ରୁ ଖବର ପାଇ ଖଣ୍ଡଗିରି ପୁଲିସ କଲୋନୀରେ ପହଞ୍ଚିଥିଲା । ନୃସିଂହଙ୍କ ଘରେ ଯାଞ୍ଚ କଲାବେଳେ ବନ୍ଧୁକ କାରଖାନାକୁ ଠାବ କରିଥିଲା ।
ପ୍ରଥମେ ବାଣ ପରେ ବୋମା ବନ୍ଧୁକ
ନୃସିଂହଙ୍କ ଜେଜେ ଓ ବାପା ପ୍ରଥମେ ବିଭିନ୍ନ ପ୍ରକାର ବାଣ ତିଆରି କରୁଥିଲେ । ସରକନ୍ତରା ଅଞ୍ଚଳରେ ନିଜ ଦବ୍‌ଦବା ବଢ଼ାଇବା ପାଇଁ ବୋମା ତିଆରି କରିବା ଆରମ୍ଭ କରିଥିଲେ । ନୃସିଂହ ଏହି ଧାରାକୁ ଏବେ ଆଗେଇ ନେଇଛନ୍ତି । ସେ ପିଲାବେଳୁ ବାପାଙ୍କଠୁ ବୋମା ଭିଡି଼ବା ଶିଖିଥିଲେ । ଅନେକ ସମୟରେ ଗଣ୍ଡଗୋଳ, ବୋମା ମାଡ଼ କରି ଅପରାଧୀ ପାଲଟି ଯାଇଥିଲେ । ସାନଭାଇକୁ ମଧ୍ୟ ବୋମା ଭିଡ଼ିବା ଶିଖାଇଥିଲେ । ୟୁଟ୍ୟୁବ୍‌ରୁ ବନ୍ଧୁକ ତିଆରି ଶିଖିବା ପରେ ନିଜେ ବନ୍ଧୁକ ତିଆରି କରି ବିକୁଥିଲେ ।
ରାଜଧାନୀ ଓ ବାହାରକୁ ଚାଲାଣ
ନୃସିଂହ ବନ୍ଧୁକ ତିଆରି କରି ରାଜଧାନୀର ବିଭିନ୍ନ ଅଞ୍ଚଳରେ ବିକ୍ରି କରୁଥିଲେ । ବିଶେଷକରି ଡୁମୁଡୁମା, ଯଦୁପୁର, ଖଣ୍ଡଗିରି, ଘାଟିକିଆ ଅଞ୍ଚଳରେ ସେ ଅନେକ ଅପରାଧୀଙ୍କୁ ବନ୍ଧୁକ ଯୋଗାଇଛନ୍ତି । ସେହିପରି ଖୋର୍ଦ୍ଧା, ତାପଙ୍ଗ, ମଳିପଡ଼ା, ଡ଼େଲାଙ୍ଗ, କଣାସ, କଟକ ଓ ଆଠଗଡ଼ ଅଞ୍ଚଳରେ ଥିବା ଅପରାଧୀଙ୍କୁ ନୃସିଂହ ଦେଶୀ ବନ୍ଧୁକ ଯୋଗାଇଥିବା ପୁଲିସ ଜେରାରୁ ଜାଣିବାକୁ ପାଇଛି ।
କଲୋନି ଲୋକେ ମୁହଁ ଖୋଲୁ ନଥିଲେ
ନୃସିଂହ ଦୀର୍ଘବର୍ଷ ଧରି ସେଠାରେ ବନ୍ଧୁକ ଓ ବୋମା ତିଆରି କରୁଥିଲେ । କଲୋନି ଲେକେ କିଛିଟା ସୁରାକ୍‌ ପାଉଥିଲେ ମଧ୍ୟ ଭୟରେ କିଛି କହୁ ନଥିଲେ । ନୃସିଂହଙ୍କ ଘର ସରକନ୍ତରା ଓ ସେ ଗୁଣ୍ଡା ଶ୍ରେଣୀର ହୋଇଥିବାରୁ କେହି ତାଙ୍କ ବିରୋଧରେ ପାଟି ଫିଟାଉ ନଥିଲେ । ନୃସିଂହ ପୁରା କଲୋନି ଲୋକଙ୍କୁ ଭୟଭୀତ କରାଇ ରଖିଥିଲେ । ଲୋକାଲ ଲୋକ ହିସାବରେ କଲୋନିରେ ତାଙ୍କର ଦବ୍‌ଦବା ରହିଥିଲା ।
ବୋମା ଫୁଟି ସାନ ଭାଇଙ୍କ ମୃତ୍ୟୁ ହୋଇଥିଲା
ନୃସିଂହଙ୍କ ପରିବାର ଗାଁରେ ବାଣ ଓ ବୋମା ଭିଡ଼ୁଥିଲେ । ତାଙ୍କ ପରିବାର ସରକନ୍ତରା ଓ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳାଇ ଆସୁଥିଲେ । ୨୦୦୬ ମସିହାରେ ଏକ ଗଣ୍ଡଗୋଳରେ ନୃସିଂହଙ୍କ ସାନଭାଇ ନାରାୟଣ ବୋମା ଫିଙ୍ଗୁଥିବା ବେଳେ ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ପୂର୍ବରୁ ଗାଁରେ ବାଣ ଭିଡ଼ୁଥିବା ବେଳେ ନୃସିଂହଙ୍କର ଜଣେ ସଂପର୍କୀୟ ହାତ ହରାଇଥିଲେ ।
ନୃସିଂହଙ୍କ ନାମରେ ୪ ସଙ୍ଗୀନ ମାମଲା
ନୃସିଂହଙ୍କ ନାଁରେ ଖଣ୍ଡଗିରି ଥାନାରେ ବୋମା ମାଡ, ଗଣ୍ଡଗୋଳ, ଗୁଳି ଚାଳନା ଭଳି ୪ ସଙ୍ଗୀନ ମାମଲା ରହିଛି । ଖଣ୍ଡଗିରି, ସରକନ୍ତରା, ଯଦୁପୁର ଓ ଆଖପାଖ ଅଞ୍ଚଳରେ ଗଣ୍ଡଗୋଳ, ଦାଦାବଟି ମାଗିବା ଆଦି ଅଭିଯୋଗ ମଧ୍ୟ ତାଙ୍କ ନାଁରେ ଅଛି । ତେବେ ନୃସିଂହଙ୍କ ବିରୋଧରେ ୪ଟି ସଙ୍ଗୀନ ମାମଲା ଥାଇ ବି ପୁଲିସ ତାଙ୍କୁ ଆଜି ପର୍ଯ୍ୟନ୍ତ କାହିଁକି ଗିରଫ କରୁ ନଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ରିମାଣ୍ଡରେ ଆସିବେ ନୃସିଂହ
ନୃସିଂହ ଗତ ୧୦ ବର୍ଷ ମଧ୍ୟରେ କେତେ ବନ୍ଧୁକ ତିଆରି କରି ବିକିଛନ୍ତି, କାହାକୁ କାହାକୁ ବିକିଛନ୍ତି, କଞ୍ଚାମାଲ୍‌ ସେ କେଉଁଠାରୁ ଆଣୁଥିଲେ ଓ ଏହି କାରବାରରେ ତାଙ୍କୁ କିଏ ସହଯୋଗ କରୁଥିଲା ନା ନାଇଁ ସେ ନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି । ତେଣୁ ନୃସିଂହଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରାଯିବ ବୋଲି ପୁଲିସ କମିଶନର ଡ. ସତ୍ୟଜିତ ମହାନ୍ତି କହିଛନ୍ତି ।