ନିର୍ବାଚନ ଖବର
  • ୧୭ରେ କ୍ୟାମ୍ପସ ଯାଞ୍ଚ କରିବେ ଶିକ୍ଷକ, ୧୮ରେ ଖୋଲିବ ସ୍କୁଲ
  • ||
  • ରାଜନୀତିରୁ ସନ୍ନ୍ୟାସ ନେଲେ କନ୍ଧମାଳର ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ
  • ||
  • ଜେଲ୍‌ ବିଭାଗରେ ବଡ଼ ଧରଣ ଅଦଳବଦଳ: ୧୯ଜଣ ଜେଲର୍‌ଙ୍କ ବଦଳି
  • ||
  • ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ବିଧାୟକ ପ୍ରଶାନ୍ତ ଜଗଦେବ
  • ||
  • ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଉତ୍ସବ: ଆଜି ମଙ୍ଗଳକୃତ୍ୟ ନୀତି, ସୋମବାର ହର-ଗୌରୀଙ୍କ ପଡିବ ହସ୍ତଗଣ୍ଠି
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ହାଇ-ଭୋଲଟେଜ ଟକ୍କର, ନସାଓରେ ଭାରତ- ପାକିସ୍ତାନ ମୁକାବିଲା
  • ||
  • ରବିବାର ସନ୍ଧ୍ୟା ୭ଟା ୧୫ରେ ଶପଥ ସମାରୋହ ଉତ୍ସବ, ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି
  • ||
  • ଓଡ଼ିଶା ଛୁଇଁଲା ମୌସୁମୀ, ହେଲେ ତାତିରୁ ମିଳିବନି ତ୍ରାହି, ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ
  • ||

ଧର୍ମ କିମ୍ବା ଜାତିକୁ ନେଇ ଆମ ସରକାର କୌଣସି ଭେଦଭାବ କରେନି, ପିଲାଦିନେ ମୁଁ ପଡ଼ୋଶୀଙ୍କ ସହ ଇଦ୍‌ ପାଳୁଥିଲି : ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୫/୦୫ : ମୁସ୍‌ଲିମ୍‌ ସମୁଦାୟ ଲୋକମାନଙ୍କ ଗହଣରେ ମୁଁ ଛୋଟରୁ ବଡ଼ ହୋଇଥିଲି । ଆମ ପଡ଼ୋଶୀରେ ମୁସ୍‌ଲିମ୍‌ ପରିବାର ରହୁଥିଲେ । ପିଲାଦିନେ ନିଜ ପଡ଼ୋଶୀମାନଙ୍କ ସହ ମିଶି ଇଦ୍‌ ପାଳନ କରୁଥିଲି । ଇଦ୍‌ ବେଳେ ଆମ ଘରେ ଖାଦ୍ୟ ପ୍ରସ୍ତୁତ ହେଉ ନ ଥିଲା । କାରଣ ପଡ଼ୋଶୀ ମୁସ୍‌ଲିମ୍‌ ଘରଗୁଡ଼ିକରୁ ଖାଦ୍ୟ ଆସୁଥିଲା । ଏବେ ମୋର ଅନେକ ବନ୍ଧୁ ବି ମୁସ୍‌ଲିମ୍‌ ସମୁଦାୟର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବାରାଣସୀରେ ନିଜ ନାମାଙ୍କନ ଦାଖଲ କରିବା ପରେ ଏକ ଟିଭି ଚ୍ୟାନେଲ୍‌କୁ ଦେଇଥିବା ସାକ୍ଷାତକାରରେ ଏହି ବୟାନ ଦେଇଛନ୍ତି । 

ମୋଦି କହିଛନ୍ତି, ଧର୍ମ କିମ୍ବା ଜାତିକୁ ଆଧାର କରି ଆମ ସରକାର କୌଣସି ପ୍ରକାର ଭେଦଭାବ କରେନାହିଁ । ୨୦୦୨ ପରେ ମୋ ଛବି ଖରାପ ହୋଇଥିଲା । ଲୋକମାନେ ମୋ ଛବି ବିଗାଡ଼ିବା ପାଇଁ ଅନେକ ଚେଷ୍ଟା କରିଥିଲେ । ମୁଁ ଭୋଟ୍‌ ବ୍ୟାଙ୍କ ନିମନ୍ତେ କାର୍ଯ୍ୟ କରି ନ ଥାଏ । ଯଦି କୌଣସି କଥା ଭୁଲ ଲାଗେ ମୁଁ ତାକୁ ଭୁଲ ହିଁ ଦର୍ଶାଇଥାଏ । ମୁସ୍‌ଲିମ୍‌ଙ୍କୁ ଅନୁପ୍ରବେଶକାରୀ ତଥା ଅଧିକ ପିଲା ଜନ୍ମ କରୁଥିବା ଲୋକ ଦର୍ଶାଯିବା ପ୍ରଶ୍ନର ଉତ୍ତରରେ ମୋଦି କହିଛନ୍ତି, ମୁଁ ଅଧିକ ପିଲା ଜନ୍ମ କରୁଥିବା ଲୋକଙ୍କ ସମ୍ପର୍କରେ କହିଲେ କିଛି ଲୋକ ତାକୁ ମୁସ୍‌ଲିମ୍‌ଙ୍କ ଆଡ଼କୁ ଟାଣିନେଇଥାନ୍ତି । ଅନେକ ଗରିବ ହିନ୍ଦୁ ପରିବାରରେ ମଧ୍ୟ ଏହି ସମସ୍ୟା ରହିଛି । ଅଧିକ ପିଲା ଜନ୍ମ ହେବା କାରଣରୁ ସେମାନଙ୍କୁ ଠିକ୍‌ ଭାବେ ଶିକ୍ଷା ଓ ଯତ୍ନ ମିଳିପାରେ ନାହିଁ । ମୁଁ ହିନ୍ଦୁ କିମ୍ବା ମୁସ୍‌ଲିମ୍‌ଙ୍କ ନାମ ନେଇନାହିଁ । ମୁଁ କେବଳ ଗୋଟିଏ ଅପିଲ୍‌ କରିଥିଲି ଯେ ଯେତିକି ପିଲାଙ୍କୁ ଠିକ୍‌ ଭାବେ ଯତ୍ନ ନେଇହେବ, ସେତିକି ଜନ୍ମ ଦେବା ଜରୁରି । 

ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କୁ ମୁସ୍‌ଲିମ୍‌ ସମୁଦାୟ ଲୋକମାନେ ଭୋଟ୍‌ ଦେବେ କି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ମୋର ପୂର୍ଣ୍ଣ ଭରସା ଅଛି ଜନତା ମୋତେ ଭୋଟ୍‌ ଦେବେ । ଯେଉଁଦିନ ମୁଁ ହିନ୍ଦୁ-ମୁସ୍‌ଲିମ୍‌ କଥା କହିବି, ସେଦିନ ମୁଁ ସାର୍ବଜନୀନ ଜୀବନରେ ରହିବା ପାଇଁ ଯୋଗ୍ୟ ହେବିନାହିଁ । ମୁଁ ଆଦୌ ହିନ୍ଦୁ-ମୁସ୍‌ଲିମ୍‌ କରିବି ନାହିଁ, ଏହା ମୋର ଶପଥ । ପ୍ରଧାନମନ୍ତ୍ରୀ ନିଜ ସମାଲୋଚକଙ୍କ ବାବଦରେ ବୟାନ ଦେଇ କହିଛନ୍ତି, ‘ଧର୍ମଗ୍ରନ୍ଥ କହୁଛି ‘ନିନ୍ଦକ ନିୟରେ ରଖିୟେ’ । ଏହାର ଅର୍ଥ ସମାଲୋଚକଙ୍କୁ ପାଖରେ ରଖନ୍ତୁ । ମୋ ବିରୋଧୀମାନେ ଭାବୁଛନ୍ତି ଯେ ଗାଳି ଦ୍ୱାରା ମୋତେ ଓ ମୋ ବିଚାରଧାରାକୁ ପ୍ରଭାବିତ କରିବେ । କିନ୍ତୁ ସେମାନଙ୍କ ସମାଲୋଚନା ହିଁ ମୋତେ ଆହୁରି ପ୍ରସିଦ୍ଧି ପ୍ରଦାନ କରିଛି । ଆଜି ମୁଁ ଯାହା କିଛି ହୋଇପାରିଛି, ଏହା ସେହି ଲୋକମାନଙ୍କ ଯୋଗୁ ସମ୍ଭବ ହୋଇଛି ଯେଉଁମାନେ ମୋତେ ଦୁର୍ବ୍ୟବହାର କରିଥିଲେ । ମୋତେ କେହି ଜାଣି ନ ଥିଲେ । ସେମାନଙ୍କ ପାଇଁ ମୋତେ ସମସ୍ତେ ଜାଣିଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.