ସରକାରଙ୍କ ନିର୍ଦେଶ ପରେ ୫ହଜାର ଓଟଙ୍କୁ ଗୁଳିକରି ହତ୍ୟା, କାରଣ ରହିଛି ଏହା

ସିଡନୀ,୧୪।୧: ଅଷ୍ଟେ୍ରଲିଆର ସିଡନୀ ଜଙ୍ଗଲରେ ଲାଗିଥିବା ନିଆଁ କାରଣରୁ ମଣିଷଙ୍କଠାରୁ ନେଇ ପଶୁଙ୍କ ପର୍ଯ୍ୟନ୍ତ ସମସ୍ତେ ରହିଛନ୍ତି ଖୁବ୍ ବଡ ଅସୁବିଧାରେ। ଗତ ସେପ୍ଟେମ୍ବର ମାସରୁ ଲାଗିଥିବା ଏହି ନିଆଁ​‌ରେ ଏପର୍ଯ୍ୟନ୍ତ ୫୦ କୋଟି ପଶୁ ଓ ପକ୍ଷୀଙ୍କର ମୃତ୍ୟୁ ହୋଇସାରିଛି। ପ୍ରାୟ ୨୦ରୁ ୨୫ ଜଣ ଲୋକଙ୍କର ଜୀବନ ଯାଇ ସାରିଛି। ଆଖପାଖରେ ରହୁଥିବା ଲୋକଙ୍କୁ ଅନ୍ୟସ୍ଥାନକୁ ବିସ୍ଥାପିତ କରିଦିଆଯାଇଛି। କିନ୍ତୁ ପଶୁଙ୍କ ଜୀବ ଉପରେ ଏବେ ବି ବିପଦ ରହିଛି। ଏହା ଭିତରେ ଶୁଣିବାକୁ ମିଳୁଛି ଯେ, ୫୦୦୦ ଓଟଙ୍କୁ ହେଲିକପ୍ଟର ଯୋଗେ ଗୁଳି କରି ମାରିଦିଆଯାଇଛି। ମଙ୍ଗଳବାର ଅଧିକାରୀଙ୍କ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ମରୁଡି ପ୍ରଭାବିତ ଦକ୍ଷିଣ ଅଷ୍ଟେ୍ରଲିଆରେ ଆଜିକାଲି ଓଟଙ୍କୁ ମାରିବାର କାମ ଚାଲିଛି।  ୧୦ ହଜାର ଓଟଙ୍କୁ ମାରିବାକୁ ସରକାର ନିର୍ଦେଶ ଦେଇଥିବା ବେଳେ ଏପର୍ଯ୍ୟନ୍ତ ୫ ହଜାର ଓଟଙ୍କୁ ମାରିଦିଆଯାଇ ସାରିଛି। ଏସବୁ ଓଟଙ୍କୁ ୫ ଦିନ ଭିତରେ ହତ୍ୟା କରାଯାଇଛି। କିଛି ପ୍ରଫେସନାଲ ସୁଟରଙ୍କୁ ହେଲିକପ୍ଟରେ ଏହି ଓଟ ଗୁଡିକୁ ମାରିଛନ୍ତି।

ଅଷ୍ଟେ୍ରଲିଆର ଲୋକଙ୍କର ଅଭିଯୋଗ ଥିଲା ଯେ, ଜଙ୍ଗଲରେ ନିଆଁ ଲାଗିବା କାରଣରୁ ଜଙ୍ଗଲି ପଶୁମାନେ ପାଣି ପିଇବା ପାଇଁ ତାଙ୍କ ଘରେ ପଶି ଯାଉଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଅଷ୍ଟେ୍ରଲିଆ ସରକାର ୧୦ ହଜାର ଓଟଙ୍କୁ ମାରିବାକୁ ନିର୍ଦେଶ ଦେଇଥିଲେ। କେବଳ ସେତିକି ନୁହେଁ ସ୍ଥାନୀୟ ନେତା ଚିନ୍ତା ପ୍ରକାଶ କରିଥିଲେ ଯେ,  ଓଟମାନେ ୧ ବର୍ଷରେ ୧ ଟନ୍ କାର୍ବନ ଡାଇଅକ୍ସାଇଡ୍ ସମାନର ମିଥେନ୍ ଗ୍ୟାସ୍ ଛାଡିଥାନ୍ତି। ଯାହା କାରଣରୁ ଗ୍ଲୋବାଲ ଓ୍ବାର୍ମିଂ ଉପରେ ପ୍ରଭାବ ଦେଖିବାକୁ ମିଳିଛି।  ୨୦୦୯ରୁ ୨୦୧୩ ଭିତରେ ସେଠାରେ ୧.୬୦ ଲକ୍ଷ ଓଟଙ୍କୁ ମାରି ଦିଆଯାଇଛି।

   ସମ୍ବନ୍ଧିତ ଖବର


ଘରକୁ ଫେରିଲେ ପ୍ରେମିକ-ପ୍ରେମିକା : ବାହାଘର ପୂର୍ବରୁ କନ୍ୟାର ମା’ ସହ ବରର ବାପା ହୋଇଥିଲେ ଫେରାର, ଏବେ ଗ୍ରହଣ କରୁନାହାନ୍ତି ସ୍ବାମୀ

୧୩୨କୁ ଟପିଲା କରୋନା ମୃତ୍ୟୁ ସଂଖ୍ୟା:୧୭ ଦେଶକୁ ବ୍ୟାପିଲା ଭାଇରସ, ୬୦୦୦ ଆକ୍ରାନ୍ତ ଚିହ୍ନଟ୍

ନାସିକ: କୂଅରେ ଖସିପଡିଲା ଯାତ୍ରୀବାହୀ ବସ୍, ୨୦ ମୃତ

୩୧ ଜାନୁୟାରୀ ପରେ ବେକାର ହୋଇଯିବ ଡାକଘର ସଞ୍ଚୟ ଖାତାର ଏଟିଏମ୍ କାର୍ଡ