ଚାକିରି କରିଥିବା ୬ କୋଟି ଲୋକଙ୍କ ପାଇଁ ଖୁସି ଖବର, PF ଉପରେ ମିଳିବ ଅଧିକ ସୁଧ

ନୁଆଦିଲ୍ଲୀ /: ଚାକିରୀ କରିଥିବା କୋଟି କୋଟି ଲୋକଙ୍କ ପାଇଁ ଖୁସି ଖବର । କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (EPFO) ଆର୍ଥିକ ବର୍ଷ ୨୦୧୮-୨୦୧୯ ପାଇଁ ପିଏଫ୍ ଉପରେ ସୁଧ ଦର ୮.୬୫ ପ୍ରତିଶତ (EPFO Interest Rate) ନିର୍ଦ୍ଧାରିତ କରିଛି । ଅର୍ଥ ମନ୍ତ୍ରାଳୟ ତରଫରୁ ୮.୬୫ ପ୍ରତିଶତ ସୁଧ ଦେବା ପାଇଁ ମଞ୍ଜୁରୀ ଦିଆଯାଇଛି । ଅନେକ ତର୍କ ବିତର୍କ ପରେ ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ ଉପରେ ୮.୬୫ ପ୍ରତିଶତ ସୁଧ ମିଳିବ । ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଏନେଇ ସୂଚନା ଦେଇଛନ୍ତି ।

ଫେବୃୟାରୀରେ ୮.୬୫ ପ୍ରତିଶତ ସୁଧକୁ ଦେଇଥିଲେ ମଞ୍ଜୁରୀ
ଶ୍ରମମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ମଙ୍ଗଳବାର କହିଛନ୍ତି ଯେ ୬ କୋଟି EPFO ସଦସ୍ୟଙ୍କୁ ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ୮.୬୫ ପ୍ରତିଶତ ସୁଧ ମିଳିବ । ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିଜ୍ ଚଳିତ ବର୍ଷ ଫେବୃୟାରୀରେ ୮.୬୫ ପ୍ରତିଶତ ସୁଧକୁ ମଞ୍ଜୁରୀ ଦେଇଦେଇଥିଲେ । ଏହା ପରେ ପ୍ରସ୍ତାବକୁ ଅର୍ଥ ମନ୍ତ୍ରାଳୟ ନିକଟକୁ ପଠାଯାଇଥିଲା । କିନ୍ତୁ କିଛି କାରଣରୁ ଅର୍ଥ ମନ୍ତ୍ରାଳୟ ଏହାର ରିଭ୍ୟୁ କରିବା ପାଇଁ କହିଥିଲା । ଏବେ ଅର୍ଥ ମନ୍ତ୍ରାଳୟ ଏହାକୁ ମଞ୍ଜୁରୀ ଦେଇଦେଇଛନ୍ତି ।

ଉଭୟ ମନ୍ତ୍ରାଳୟ ମଧ୍ୟରେ ହୋଇଥିଲା ସହମତି
ଏବେ EPFO ଆପଣଙ୍କ ପିଏଫ୍ ଖାତାରେ ୮.୫୫ ପ୍ରତିଶତ ସୁଧ ଦେଉଛି । ଏହାକୁ ବୃଦ୍ଧି କରାଯାଇ ୮.୬୫ ପ୍ରତିଶତ କରାଯାଇଛି । ଆପଣଙ୍କୁ କହିରଖୁଛୁ ଗତ ମାସରେ ଶ୍ରମ ମନ୍ତ୍ରାଶୟ ଏବଂ ଅର୍ଥ ମନ୍ତ୍ରାଳୟ ମଧ୍ୟରେ ସୁଧ ଦରକୁ ନେଇ ସହମତି ହୋଇଥିଲା । ଏହାର ସିଧା ଫାଇଦା ୬ କୋଟି ଖାତାଧାରୀଙ୍କୁ ମିଳିବ ।

ଶୀଘ୍ର ଖାତାରେ କ୍ରେଡିଟ୍ ହେବ ସୁଧ
ପିଏଫ୍ର ସୁଧରେ ଲମ୍ବା ସମୟ ଧରି ଅର୍ଥମନ୍ତ୍ରାଳୟ ଓ ଶ୍ରମ ମନ୍ତ୍ରାଳୟ ମଧ୍ୟରେ ସହମତି ହୋଇପାରିନଥିଲା । ଶ୍ରମମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ମାସରେ ଏହାକୁ ନେଇ ବୈଠକ କରିଥିଲେ  । ଏହି ବୈଠକରେ ଶ୍ରମ ଓ ଅର୍ଥ ମନ୍ତ୍ରାଳୟ ମଧ୍ୟରେ ସହମତି ହୋଇଥିଲା । ଏବେ ସନ୍ତୋଷ କୁମାର ଗଙ୍ଗୱାର କହିଛନ୍ତି ଯେ ପର୍ବପର୍ବାଣି ସମୟ ପୂର୍ବରୁ ସମସ୍ତ ଖାତାଧାରୀଙ୍କ ଖାତାରେ ସୁଧ ରାଶିକୁ କ୍ରେଡିଟ୍ କରିଦିଆଯିବ ।

   ସମ୍ବନ୍ଧିତ ଖବର


ପପୁ ଯାଦବଙ୍କ ନିର୍ବାଚନୀ ସଭାର ମଞ୍ଚ ଭାଙ୍ଗିଲା, ହାତରେ ଫ୍ରାକଚର.. ଦେଖନ୍ତୁ ଭିଡିଓ

ଶଶୁରଙ୍କ ସହଥିଲା ଖରାପ ସମ୍ପର୍କ , ଗର୍ଭସ୍ଥ ଶିଶୁକୁ ପ୍ରସଙ୍ଗରେ ଶାଶୁଙ୍କସହ କଳି କରି ହତ୍ୟା କଲା ବୋହୁ

ସୈନିକ ସ୍କୁଲରେ ଏବେ OBC କୁ ମିଳିବ ଆରକ୍ଷଣ, କେନ୍ଦ୍ର ସରକାର ଦେଲେ ମଞ୍ଜୁରୀ …

୧ ବର୍ଷର ଆଲୋଚନା ପରେ ଡିଲ୍‌ ଫାଇନାଲ, ମୁକେଶ ଅମ୍ବାନୀଙ୍କୁ ମିଳିବ ୧ ଆରବ ଡଲାରର ଚେକ୍‌

ହ୍ୱାଟସ୍‌ଆପ୍‌ରେ ଗହଣା ପିନ୍ଧି ଡିପି ରଖିଥିଲା ମାଆ- ଧରା ହେଲା ଡକାୟତ ପୁଅ

ଭାରତୀୟ ନୌସେନାର ଶକ୍ତିଶାଳୀ ମିଶାଇଲ, ଗଭୀର ସମୁଦ୍ରରେ ବି ଶତ୍ରୁର ଜାହାଜକୁ ଲକ୍ଷ୍ୟଭେଦ କରି ଓଲଟାଇଦେବ…