ଖନନ ବେଳେ କବରରୁ ମିଳିଲା ୬ ହଜାରରୁ ଅଧିକ ଶବ !

ବୁରୁଣ୍ଡି ୧୬/୨ : ଏକ ଆଶ୍ଚର୍ଯ୍ୟକର ଖବର ସାମନାକୁ ଆସିଛି।  ଯାହାକି ଚର୍ଚ୍ଚାର ବିଷୟ ସାଜିଛି। ବୁରୁଣ୍ଡିର ଟ୍ରୁଥ୍‌ ଓ ରିକନ୍ସିଲିଏସନ କମିସନ କରୁସି ଅଂଚଳରୁ ୬ଟି ସାମୂହିକ କବରରୁ ୬ ହଜାରରୁ ଅଧିକ ଶବ ଠାବ କରିଛି । ଏତେ ସଂଖ୍ୟକ ଶବ ଗୋଟିଏ ସ୍ଥାନରୁ ମିଳିବା ଆଶ୍ଚର୍ଯ୍ୟ କରିଛି କମିସନ ଅଧିକାରୀଙ୍କୁ ।

ସୂଚନା ଯେ, ସରକାରଙ୍କ ଦ୍ୱାରା ସାରା ଦେଶରେ ଜାନୁୟାରୀରୁ ଆରମ୍ଭ ହୋଇଥିବା ଖନନ କାର୍ଯ୍ୟ ମଧ୍ୟରେ ଏହା ସବଠୁ ବଡ଼ ଉଦ୍ଧାର କାର୍ଯ୍ୟ ଅଟେ। କମିଶନର ଚେୟାରମ୍ୟାନ୍‌ ପେରି କ୍ଲେଭର ନାଦାଇକାରୀ ଶୁକ୍ରବାର ଦିନ ସାମ୍ୱାଦିକଙ୍କୁ କହିଛନ୍ତି   ,  ସେହି ସ୍ଥାନରୁ ୬,୦୩୨ଟି ଶବ ସହ ହଜାର ହଜାର ଗୁଳି ମଧ୍ୟ ଉଦ୍ଧାର ହୋଇଛି । ସେହି ପୀଡ଼ିତକୁ ଚିହ୍ନଟ କରିବା ପାଇଁ କପଡ଼ା , ଚଷମା ଓ ମାଳା ମଧ୍ୟ ବ୍ୟବହାର କରାଯାଇଥିଲା ।

କ୍ଷୁଦ୍ର ଇଷ୍ଟ ଆଫ୍ରିକା ଦେଶରେ ଅତୀତରେ ଅନେକ ହିଂସା ଲାଗିରହିଥିଲା । ଔପନିବେଶବାଦ , ଗୃହଯୁଦ୍ଧ ଓ ନରସଂହାର ଆଦି କାର୍ଯ୍ୟ ସେଠାରେ ଦେଖାଦେଇଥିଲା । ଏଣୁ  ଏହି ସବୁ ହତ୍ୟାକାଣ୍ଡକୁ ଆଖି ଆଗରେ ରଖି ବିଶ୍ୱାସ କରାଯାଉଛିକି , ଲୋକେ ହୁତୁ ନାମକ ଏକ ଜାତି ସମୂହର ଟାର୍ଗେଟ୍‌ରେ ଥିଲେ ।

ସୂଚନା ଯେ ,ବୁରୁଣ୍ଡିର ଜନସଂଖ୍ୟା ଟୁସି ଓ ହୁତୁ ସମୂହ ଭାବେ ୨ ଭାଗରେ ବିଭକ୍ତ ହୋଇଥିଲେ । ସେଠାରେ ଲାଗି ରହିଥିବା ଗୃହଯୁଦ୍ଧ, ଯାହା ୨୦୦୫ ମସିହାରେ ସରିଥିଲା , ସେଥିରେ ୩ଲକ୍ଷ ଲୋକ ମରିଥିଲେ। ଏଥିରୁ ଅନୁମାନ କରାଯାଉଛି କି ଏତେ ସଂଖ୍ୟକ ଯେଉଁ ଦେହାବଶେଷ ମିଳିଛି , ଏହା ଏହି ସବୁ ଘଟଣାର ଯୋଗୁ ହୋଇଥାଇପାରେ ।

   ସମ୍ବନ୍ଧିତ ଖବର


ପୁଣି ସ୍ଥଳଭାଗ ମୁହାଁଇପାରେ ଆଉ ଏକ ବାତ୍ୟା, ସତର୍କ ସୂଚନା ଜାରି

ନିର୍ଦ୍ଦୟ ପ୍ରେମିକ ! ପ୍ରେମିକାକୁ ଗର୍ଭବତୀ କରିବା ପରେ ମଧ୍ୟ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର କରୁଥିଲା ଯୌନଶୋଷଣ …

ୟୁପି ସରକାରଙ୍କ ଲଭ ଜିହାଦ ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଞ୍ଜୁରୀ, ବେଆଇନ ଭାବେ ଧର୍ମାନ୍ତରୀକରଣ ବିରୁଦ୍ଧରେ କଡାନିୟମ ଲାଗୁ…

ମିଳିଳା ୫ ହଜାର ବର୍ଷ ପୁରୁଣା ତିମି ମାଛର କଙ୍କାଳ,ଖୋଲିବ ଏହି ସବୁ ରହସ୍ୟ

ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା: ଗ୍ରହାଣୁ ଧକ୍କାକୁ ଅନୁକରଣ କରି କିଛି ମିନିଟ୍‌ ମଧ୍ୟରେ ପ୍ରୟୋଗଶାଳାରେ ବିକଶିତ କଲେ ହୀରା

ବିପତ୍ତି ଆଣିଦେଲା ସୁଯୋଗ, ଏହି କାରିଗର ଆରମ୍ଭ କରିଦେଲେ ସୁନା-ରୁପାର ମାସ୍କ