PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • Tokyo Olympics : ଭାରତକୁ ପ୍ରଥମ ପଦକ, ଭାରଉତ୍ତୋଳନରେ ମୀରାବାଈ ଚାନୁ ଜିତିଲେ ରୌପ୍ୟ ପଦକ
  • ||
  • ସମ୍ବଲପୁର : ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା, ଜଳଭଣ୍ଡାରକୁ ପ୍ରବେଶ କରୁଛି ୭୭ ହଜାର କ୍ୟୁସେକ ଜଳ, ପୁଣି ଗେଟ୍ ଖୋଲିବା ନେଇ ବାଜିଲା ସାଇରନ୍
  • ||
  • ଆନନ୍ଦପୁର : ଶାଳନ୍ଦୀ ନଦୀର ହଦଗଡ ଡ୍ୟାମରୁ ହୋମିଓପାଥି ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ତଳୁ ଥିଲେ ନିଖୋଜ
  • ||
  • ଯାଜପୁର : ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଝିଅ ଘର ଲୋକେ
  • ||
  • ତେଲକୋଇ : ନାଳରେ ଭାସିଗଲେ ଓରିଆ ପଞ୍ଚାୟତ ପୁରୁଣାପାଣି ପାଣି ଗାଁର ଗୁରଦେବ ନାୟକ
  • ||
  • ବାନ୍ଦୀପୋରା : ଆତଙ୍କବାଦୀ-ସୁରକ୍ଷାବାହିନୀ ମୁହାଁମୁହିଁ, ସେନା ଗୁଳିରେ ୨ ଆତଙ୍କବାଦୀ ସଫା
  • ||
  • ଟୋକିଓ ଟକ୍କର: ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ, ନ୍ୟୁଜିଲାଣ୍ଡକୁ ୩-୨ରେ ଦେଲା ମାତ୍‌
  • ||
  • ଚଣ୍ଡିଖୋଲ : କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୬୪ ଜଣ କରୋନା ପଜିଟିଭ୍
  • ||
  • ପୁରୀ : ୨୯ ଦିନ ପରେ ରତ୍ନବେଦିକୁ ଫେରିଲେ ମହାବାହୁ, ଆଜି ମିଳିବ ନୀଳାଚଳ ଅବଢ଼ା
  • ||

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

https://www.indiatv.in/

ଲଣ୍ଡନ –କରୋନା ଭାଇରସ୍‌ ପାଇଁ ଏକ ସଫଳ ଟିକା ବିକଶିତ କରିବାକୁ ବୈଜ୍ଞାନିକମାନେ ପ୍ରୟାସ ଚଳେଇଛନ୍ତି । ଏ ଭିତରେ କିଛି ଟିକାର ହ୍ୟୁମନ ଟ୍ରାଏଲ( ମାନବ ପରୀକ୍ଷଣ) ଚାଲିଛି । ଯାହାକି କରୋନା କବଳରୁ ରକ୍ଷା ପାଇବାରେ ଆମର ଆଶା ବଢ଼ିଯାଇଛି । ହେଲେ ଏକ ଖବର ସାମନାକୁ ଆସିଛି ଯାହାକି ଜାଣିଲେ ଚିନ୍ତାରେ ପକାଇବ । ଟିକାର ମାନବ ପରୀକ୍ଷଣ ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।  

ଅକ୍ସୋଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ମିଳିଥିବା ଏହି ସୂଚନାରେ କୁହାଯାଇଛି, ପରୀକ୍ଷଣରେ ସାମିଲ ହୋଇଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁର ଖବର ସତ୍ତ୍ୱେ ବ୍ରାଜିଲ୍‌ରେ ତାଙ୍କର କୋଭିଡ-୧୯ଟିକାର ପରବର୍ତ୍ତୀ ପରୀକ୍ଷଣ ଜାରି ରହିବ।

ବିଶ୍ୱ ବିଦ୍ୟାଳୟ କହିଛି କି ,ସେ କୌଣସି ବିଶିଷ୍ଟ ଘଟଣା ଉପରେ ଟିପ୍ପଣୀ ଦେଇପାରିବ ନାହିଁ। କିନ୍ତୁ ସ୍ୱତନ୍ତ୍ର ସମୀକ୍ଷାରେ ବ୍ରାଜିଲ୍‌ରେ ଚାଲୁଥିବା ପରୀକ୍ଷଣର ସୁରକ୍ଷା ସମ୍ୱନ୍ଧିତ କୌଣସି କାରଣ ମିଳିପାରିନାହିଁ । ଏହା କହିଛି ସ୍ୱତନ୍ତ୍ର ସମୀକ୍ଷା ସହ ବ୍ରାଜିଲ୍ର ସମ୍ୱନ୍ଧିତ ନିୟାମକ ମଧ୍ୟ ସୁପାରିଶ କରିଛି କି ପରୀକ୍ଷଣ ଜାରି ରହିବା ଉଚିତ୍‌ ।

 ବିଶ୍ୱବିଦ୍ୟାଳୟ  ଏହି ଟିକାର ବିକାଶ ଅନ୍ତରାଷ୍ଟ୍ରୀୟ  ଔଷଧ କମ୍ପାନୀ  ଏଷ୍ଟ୍ରାଜେନେକା ସହ ମିଶି କରୁଛି । ଆମେରିକା , ବ୍ରିଟେନ୍‌ ଓ ବ୍ରାଜିଲ୍‌ରେ ଜାରି ରହିଥିବା ଟିକାର ପରୀକ୍ଷଣରି ଜଣାପଡ଼ିବ କି ମାନବ ଉପରେ ଏହା ସୁରକ୍ଷିତ ଓ ପ୍ରଭାବଶାଳୀ ରହିବ ନା ନାହିଁ ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ  ହର୍ଷବର୍ଦ୍ଧନ ବୁଧବାର କହିଛନ୍ତି କି କୋଭିଡ୍‌-୧୯ ସହ ଲଢ଼େଇରେ ଭାରତର ଯୋଗଦାନ ମହତ୍ତ୍ୱପୂର୍ଣ୍ଣ ହେବ । ପ୍ରମୁଖ କଥା ଏହି ସମୟରେ ପୁରା ବିଶ୍ୱ ଟିକା ତିଆରି ପାଇଁ ପ୍ରୟାସରେ ଲାଗି ପଡିଛି ।

ସମ୍ବନ୍ଧିତ ଖବର