ଏହି ସପ୍ତାହରୁ ୟୁରୋପରେ ପ୍ରଥମେ ଅକ୍ସଫୋର୍ଡ କରୋନା ଟିକାର ରୋଲିଂ ରିଭ୍ୟୁ ପାଇଁ ଯୋଜନା ଆରମ୍ଭ

ଲଣ୍ଡନ- କରୋନା ବଡ ଅସ୍ତବ୍ୟସ୍ତ କଲାଣି । ଏଥିଯୋଗୁଁ ବେପାର ବଣିଜ ମାନ୍ଦା । ଲୋକଙ୍କ ମନରେ ଭୟ । ସାମାଜିକ ଦୂରତା ଚକ୍କରରେ ନିଜ ଲୋକଙ୍କୁ ଠି ଅନେକ ଦୂରେଇ ରହୁଛନ୍ତି । କୌଣସି ଯାନିଯାତ୍ରା ନାହିଁ । ପାର୍କକୁ ଛୋଟ ପିଲା ଯାଇ ପାରୁ ନାହାନ୍ତି । ଲୋକମାନେ ଭୟରେ କାଳ କାଟୁଛନ୍ତି ।ଅନ୍ୟ ରୋଗୀମାନଙ୍କୁ ଭୟରେ ଜରୁରୀ ଚିକିତ୍ସା ସେବା ଯୋଗାଇ ଦିଆଯାଉ ନଥିବା ଅଭିଯୋଗ ହେଇଛି । ସାରା ବିଶ୍ୱରେ ଏବେ ଏହି ଅବସ୍ଥା । ଲୋକମାନଙ୍କ ସୁରକ୍ଷା ପାଇଁ ଏବେ ୟୁରୋପରେ ଏହି ମାସରୁ କରୋନା ଟିକା ଦେବା ପାଇଁ ଯୋଜନା କରାଯାଇଛି । ଅକ୍ସଫୋର୍ଡ ଏବଂ ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ ଟିକା ପ୍ରଦାନ କରିବା ପାଇଁ ଖୁବ ଶୀଘ୍ର ୟୁରୋପ ୟୁନିଅନ୍‌ ପକ୍ଷରୁ ତାରିଖ ଘୋଷଣା କରିପାରେ ବୋଲି ସୂଚନା ମିଳିଛି । ଏଥିପାଇଁ ଥିବା ଜରୁରୀ ପଦକ୍ଷେପ ଏବଂ କାଗଜପତ୍ର କାମ ଚଞ୍ଚଳ କରିବା ପାଇଁ ନିର୍ଦେଶ ଦିଆଯାଇଛି ।ଏହାରରୋଲିଂ ରିଭ୍ୟୁ ଖୁବ୍‌ ଶୀଘ୍ର ଆରମ୍ଭ ହୋଇପାରେ । ଏହାର ଅଳ୍ପଦିନ ମଧ୍ୟରେ ସାଧାରଣ ଲୋକଙ୍କୁ କରୋନା ଟିକା ଦିଆଯିବ ।

ୟୁରୋପିୟାନ ରେଗୁଲେଟରମାନଙ୍କୁ କରୋନା ଟିକା ପାଇଁଥିବା ଆବଶ୍ୟକୀୟ ପଦକ୍ଷେପ ଜଲଦି କରିବା ପାଇଁ କୁହାଯାଇଛି । ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ନିର୍ଦେଶ ଦିଆଯାଇଛି । ଅନେକ ଲୋକଙ୍କର ପ୍ରାଣହାନୀ ଘଟୁଛି ।
ଏହାର ରୋଲିଂ ରିଭ୍ୟୁ ଖୁବ୍‌ ଶୀଘ୍ର କରାଯିବା ପାଇଁ ଯୋଜନା ରହିଛି ବୋଲି ସୂଚନା ମିଳିଛି । ଏହା ସହ ପିଫିଜିର୍‌ ଏବଂ ମଡେର୍ଣ୍ଣାର ଟିକା ବିଷୟରେ ଚିନ୍ତା କରାଯାଉଛି। କରୋନାରେ ୟୁରୋପରେ ଗତ ସପ୍ତାହରେ ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ଟପିଲାଣି । ଏବେ ଶୀତ ଋତୁ ଆସୁଥିବାରୁ ସଂକ୍ରମଣ ସଂଖ୍ୟ ବୃଦ୍ଧି ପାଇବାରେ ଲାଗିଛି । ଅକ୍ସୋଫର୍ଡ ଟିକାର ପରୀକ୍ଷଣ ୟୁରୋପ ସହ ଦକ୍ଷିଣ ଆଫ୍ରିକା, ବ୍ରାଜିଲ୍‌ ଏବଂ ଭାରତରେ କରାଯାଉଛି । ଏହି ରୋଲି ରିଭ୍ୟୁର ଅଳ୍ପ ଦିନ ମଧ୍ୟରେ ସାଧାରଣ ଲୋକଙ୍କୁ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଥାଏ। ତେବେ ଏହି କାରଣରୁ ଅକ୍ସଫର୍ଡ ଟିକା ଏହି ମାସରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।


ସାଧାରଣ ଭାବେ ଏଥିପାଇଁ ଅନେକ ମାସ ଲାଗୁଥିବା ବେଳେ ପ୍ରଥମ ଥର ପାଇଁ ଅଳ୍ପ ଦିନ ମଧ୍ୟରେ କୌଣଶି ଟିାକୁ ଏପରି ଶବୁଜ ସଙ୍କେତ ମିଳିବ । ଏ ବିଷୟରେ ଆଷ୍ଟ୍ରାଜେନିକ ପକ୍ଷରୁ କୌଣସି ଟିପ୍ପଣୀ ଦିଆଯାଇ ନାହିଁ । ତେବେ ୟୁରୋପ ମେଡିକାଲ୍‌ ଆସୋସିଏସନ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରୋଲିଂ ରିଭ୍ୟୁ ହୋଇପାରେ ବୋଲି କୁହାଯାଇଛି ।

   ସମ୍ବନ୍ଧିତ ଖବର


ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ରୁଟି ଅମ୍ମାଙ୍କ ଭିଡିଓ ଭାଇରାଲ: ୨୦ ଟଙ୍କାରେ ଲୋକଙ୍କୁ ଖୁଆନ୍ତି, ସରୁନି ଦୁଃଖ…

ବିହାର ନିର୍ବାଚନର ଏକ ରୋଚକ ତଥ୍ୟ, ୪ଟି ମେଣ୍ଟ କିନ୍ତୁ ମୁଖ୍ୟମନ୍ତ୍ରୀ ହେବାକୁ ୬ ଦାବିଦାର

ଚୀନ୍‌ର ଡିଜିଟାଲ୍ ପ୍ଲାନ୍ ! ଚାଇନିଜ୍ ମୋବାଇଲରୁ ଅରୁଣାଚଳ ଗାଏବ୍…