PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ବାଂଲାଦେଶକୁ ସହଯୋଗର ହାତ ବଢ଼ାଇଲା ଭାରତ; ପଠାଇଲା ୨୦୦ ଟନ୍ ଅକ୍ସିଜେନ୍‌

pic-nbt

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ସମୟରେ ଭାରତରେ ହାହାକାର ସମୟରେ ଭାରତକୁ ସହାୟତାର ହାତ ବଢ଼ାଇଥିଲା ବାଂଲାଦେଶ। ଭାରତକୁ ପଠାଇଥିଲା ଔଷଧ ସମୟ ଚିକିତ୍ସା ସାମଗ୍ରୀ। ଭାରତ ମଧ୍ୟ ବାଂଲାଦେଶକୁ କୋଭିଡ୍‌ ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଛି। ଅକ୍ସିଜେନ୍ ଏକ୍ସପ୍ରେସ୍‌ ଦ୍ୱାରା ବାଂଲାଦେଶକୁ ୨୦୦ ଟନ୍‌ ଲିକୁଇଡ୍ ମେଡିକାଲ ଅକ୍ସିଜେନ୍‌ ପଠାଇଛି ଇଣ୍ଡିଆ।

ଝାଡ଼ଖଣ୍ଡର ଟାଟାଗନରରୁ ଅକ୍ସିଜେନ୍ ଥିବା ୧୦ କଣ୍ଟେନର ଥିବା ଏକ ଅକ୍ସିଜେନ୍‌ ଏକ୍ସପ୍ରେସର ଶନିବାର ଡାକା ଅଭିମୁଖେ ବାହାରିଥିଲା । ଆଉ ରବିବାର ବାଂଲାଦେଶ ପହଞ୍ଚିଥିଲା ଏହି ଟ୍ରେନ୍। ଆସନ୍ତାକାଲି ଏହା ବେନାପୋଲରେ ପହଞ୍ଚିବ।  ଏନେଇ ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଟାଟାନଗରରୁ ୨୦୦ ଟନ୍‌ ଲିକୁଇଡ ମେଡିକାଲ ଅକ୍ସିଜେନ୍ ପ୍ରଥମ ଥର ବାଂଲାଦେଶକୁ ପଠାଯାଇଛି।

ସୂଚନା ଥାଉକି, ଭାରତରେ କରୋନା ଦ୍ୱିତୀୟ ଲହର ସମୟରେ ଅକ୍ସିଜେନ୍‌ର ବହୁଳ ଆବଶ୍ୟକତା ପଡ଼ିଥିଲା। ଅକ୍ସିଜେନ୍‌ ଅଭାବରୁ ଅନେକ ଲୋକଙ୍କ ଜୀବନ ଯାଉଥିବା ଦାବି ହୋଇଥିବା ବେଳେ କେନ୍ଦ୍ର ସରକାର କିନ୍ତୁ କାହାରି ମୃତ୍ୟୁ ହୋଇ ନାହିଁ ବୋଲି  ସଂସଦରେ କହିଥିଲେ।

ଏହାପରେ କେତେକ ରାଜ୍ୟ ମଧ୍ୟ କେନ୍ଦ୍ରର ସ୍ୱରରେ ସ୍ୱର ମିଳାଇ ଅକ୍ସିଜେନ୍‌ ଅଭାବରେ ମୃତ୍ୟୁ ହୋଇନାହିଁ ବୋଲି ସୂଚନା ଦେଇଥିଲେ। ତେବେ ଦିଲ୍ଲୀ ସରକାର କିନ୍ତୁ କେନ୍ଦ୍ରର ଏଭଳି ନିଷ୍ପତ୍ତି ସମାଲୋଚନା କରିବା ସହିତ ଦିଲ୍ଲୀରେ କେବଳେ ୨୧ ଜଣଙ୍କ ମୃତ୍ୟୁ ଅକ୍ସିଜେନ୍ ଅଭାବରୁ ହୋଇଛି ବୋଲି କହିଥିଲେ। ଅନ୍ୟପଟେ ଏହି ମାମଲା ଏବେ କୋର୍ଟରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ ଓ ପ୍ରବୀଣ ଓ ମନସୁଖ ମାଣ୍ଡବ୍ୟଙ୍କ ବିରୋଧରେ କୋର୍ଟରେ ମାମଲା ହୋଇଛି।

ଜାଣି ରଖନ୍ତୁ ଯେ କରୋନା ଲହର ଉକ୍ତଟ ସମୟରେଏପ୍ରିଲ ୨୪ ତାରିଖରେ ଅକ୍ସିଜେନ୍ ଅଭାବକୁ ଦୂର କରିବାକୁ ହେଲେ ଭାରତୀୟ ରେଳବାଇ ଅକ୍ସିଜେନ୍‌ ଏକ୍ସପ୍ରେସ୍‌ ଆରମ୍ଭ କରିଥିଲା। ୨୦୨୧ରେ ଏହି ଅଭଇିଯାନ ଆରମ୍ବ ହେବା ପରେ ଏପର୍ଯ୍ୟନ୍ତ ୪୮୦ ଅକ୍ସିଜେନ୍‌ ଟ୍ରେନ୍ ପରିଚଳାନ କରାଯାଇଛି। ଦେଶରେ ବିଭିନ୍ନ ପ୍ରାନ୍ତରରେ ଏହି ଟ୍ରେନ୍‌ ପ୍ରାୟ ୩୮,୮୪୧ ଟନ୍‌ ଅକ୍ସିଜେନ୍ ପହଞ୍ଚାଇଛି।

ସମ୍ବନ୍ଧିତ ଖବର