୧୦୬ ଦିନ ପରେ ଜେଲରୁ ବାହାରିଲେ ପି. ଚିଦାମ୍ବରମ୍, ସର୍ତ୍ତମୂଳକ ଜାମିନ ଦେଲେ ସୁପ୍ରିମକୋର୍ଟ

ନୁଆଦିଲ୍ଲୀ ୪/୧୨: ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ୧୦୬ ଦିନ ପରେ ବୁଧବାର ସନ୍ଧ୍ୟାରେ ଜେଲରୁ ବାହାରିଛନ୍ତି । ଜେଲରୁ ବାହାରିବା ପରେ କଂଗ୍ରେସ କର୍ମୀ ତାଙ୍କୁ ସ୍ୱାଗତ କରିଛନ୍ତି । ତେବେ ସୁପ୍ରିମକୋର୍ଟ ଚିଦାମ୍ବରମଙ୍କ ଜାମିନ୍ ଉପରେ କିଛି ସର୍ତ୍ତ ଲଗାଇଛନ୍ତି । ଚିଦାମ୍ବରମଙ୍କ ପାସପୋର୍ଟ ଜବତ କରିନିଆଯାଇଛି ଏବଂ ତାଙ୍କୁ ବିନା ଅନୁମତିରେ ଦେଶ ଛାଡି ବାହାରକୁ ଯିବାକୁ ଅନୁମତି ମିଳିବନି । ସେ ମିଡିଆରେ କୌଣସି ସାକ୍ଷାତକାର ଦେଇପାରିବେନି ଏବଂ ଏହି ମାମଲାରେ ପଚରା ଉଚରା ପାଇଁ ସବୁବେଳେ ଉପସ୍ଥିତ ରହିବେ ।

ସୁପ୍ରିମକୋର୍ଟ ବୁଧବାର ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କୁ ଜାମିନ ଦେଇଛନ୍ତି । ତେବେ ଆଇଏନଏକ୍ସ ମିଡିଆ ମାମଲାରେ ଚିଦାମ୍ବରମ କୌଣସି ସାର୍ବଜନିକ ବୟାନ ଦେବେନାହିଁ କିମ୍ବା ମାମଲାରେ କୌଣସି ସାକ୍ଷୀକୁ ଡରାଇବା ପାଇଁ ପ୍ରୟାସ  କରିବେନି ବୋଲି ଚେଷ୍ଟା କରିବେନି ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟ ଜାମିନ ଉପରେ ସର୍ତ୍ତ ମଧ୍ୟ ରଖିଛନ୍ତି ଯେ ଚିଦାମ୍ବରମଙ୍କ ପାସପୋର୍ଟ ଜବତ କରାଯିବ ଏବଂ ବିନା ଅନୁମତିରେ ଦେଶ ଛାଡିବାକୁ ଦିଆଯିବନି । ମିଡିଆରେ କୌଣସି ସାକ୍ଷାତକାର ଦେଇପାରିବେନି ଏବଂ ମାମଲାର ପଚରାଉଚରା ପାଇଁ ସେ ଉପସ୍ଥିତ ରହିବେ ।

   ସମ୍ବନ୍ଧିତ ଖବର


ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କୁ ଖେଳଣା ବନ୍ଧୁକ ଦେଖାଇ ଅପହରଣ, ଫୋନ କରି ମାଗିଲେ ୧୫ ଲକ୍ଷ

ଭାରତକୁ ଯୁଦ୍ଧର ଧମକ ଦେଲେ ପାକିସ୍ତାନୀ ମନ୍ତ୍ରୀ

ରାହୁଲଙ୍କ ମନ୍ତବ୍ୟକୁ ଶିବସେନାର ବିରୋଧ, ସାବରକରଙ୍କୁ ଭଗବାନ କହିଲେ ସଂଜୟ ରାଓ୍ୱତ

ଫାଶୀ ଦିଆଯିବାର ୨ ଘଣ୍ଟା ପରେ ମଧ୍ୟ ବଞ୍ଚି ରହିଥିଲା ଏହି କୁଖ୍ୟାତ ଅପରାଧୀ, ଜାଣନ୍ତୁ ତା’ର କଳା କାରନାମା