PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟ କହିଲେ ପଠାଇବୁନି ତିହାର ଜେଲ୍

ନୁଆଦିଲ୍ଲୀ ୨/୯: ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟଙ୍କଠୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସୁପ୍ରିମକୋର୍ଟରେ ସୋମବାର ହୋଇଥିବା ସିବିଆଇ କଷ୍ଟଡି ବିରୁଦ୍ଧରେ ଶୁଣାଣି ଉପରେ ଅଦାଲତ ଚିଦାମ୍ବରମଙ୍କୁ ତଳ କୋର୍ଟରେ ଅପିଲ୍ କରିବାକୁ କହିଛନ୍ତି । ସୁପ୍ରିମକୋର୍ଟଙ୍କ କହିବାନୁସାରେ ଯଦି ତଳ କୋର୍ଟରେ ଜାମିନ ଆବେଦନ ସ୍ୱୀକାର ନହୁଏ ତେହେ କୋର୍ଟ ସିବିଆଇ କଷ୍ଟଡିକୁ ୩ ଦିନ ପାଇଁ ବଢାଇଦେବେ । ଯଦି ଏମିତି ହେବ ତେବେ ଚିଦାମ୍ବରମ ତିହାର ଜେଲ୍ ଯିବାରୁ ମୁକ୍ତି ପାଇଯିବେ ।

ଚିଦାମ୍ବରମ କୋର୍ଟଙ୍କୁ କହିଛନ୍ତି ଯେ ତାଙ୍କ ବୟସ ୭୪ ବର୍ଷ । ତାଙ୍କୁ ନଜରବନ୍ଦୀରେ ରଖାଯାଉ । ଏହା ଉପରେ କୋର୍ଟ କହିଛନ୍ତି ଯେ ତାଙ୍କୁ ତିହାର ଜେଲ୍ ପଠା ଯିବନି । ଚିଦାମ୍ବରମ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ ଦେଇଛନ୍ତି । କୋର୍ଟ ୨୦ ଅଗଷ୍ଟରେ ତାଙ୍କ ଆଗୁଆ ଜାମିନକୁ ଖାରଜ କରିଦେଇଥିଲେ । ଇଡି ମଧ୍ୟ ପଚରାଉଚରା ସମ୍ପର୍କିତ ଦସ୍ତାବିଜକୁ ସୁପ୍ରିମକୋର୍ଟଙ୍କ ବେଞ୍ଚକୁ ପ୍ରଦାନ କରିସାରିଛି ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଟ୍ରାଏଲ୍ କୋର୍ଟ ଚିଦାମ୍ବରମଙ୍କ ଜାମିନ ଆବେଦନକୁ ଖାରଜ କରିଦେବେ ତେବେ ତାଙ୍କ ସିବିଆଇ ରିମାଣ୍ଡ ୫ ସେପ୍ଟେମ୍ବର ପର୍ୟ୍ଯନ୍ତ ବଢାଇ ଦିଆଯିବ ।

ଏହା ପୂର୍ବରୁ ସ୍ପେଶାଲ ସିବିଆଇ ଅଦାଲତ ଶୁକ୍ରବାର ଚିଦାମ୍ବରମଙ୍କୁ ୨ ସେପ୍ଟେମ୍ବର ପର୍ଯ୍ଯନ୍ତ ସିବିଆଇ ରିମାଣଡରେ ପଠାଇ ଦେଇଥିଲେ । ସେ ଜଜ୍ ଅଜୟ କୁମାରଙ୍କୁ କହିଥିଲେ ଯେ ସିବିଆଇ ଅଫିସର ତାଙ୍କୁ ୩ ଫାଇଲ୍ ବାରମ୍ବାର ଦେଖାଉଥିଲେ । ତାଙ୍କ ପାଖରେ ମନି ଲଣ୍ଡ୍ରିଂ ସମ୍ପର୍କିତ କୌଣସି ଦସ୍ତାବିଜ ନଥିଲା ।

କହିରଖୁଛୁ ହାଇକୋର୍ଟ ୨୦ ଅଗଷ୍ଟରେ ଚିଦାମ୍ବରମଙ୍କୁ ାଗୁଆ ଜାମି ଆବେଦନ ଖାରଜ କରିଦେଇଥିଲେ । ଏହା ପରେ ସିବିଆଇ ୨୧ ଅଗଷ୍ଟରେ ତାଙ୍କୁ ଗିରଫ କରିଥିଲା । ସେ ୧୨ ଦିନ ହେବ କଷ୍ଟଡିରେ ଅଛନ୍ତି । ଟ୍ରାଏଲ କୋର୍ଟରୁ ଯାଞ୍ଚ ଏଜେନ୍ସିକୁ ୩ ଥର ଚିଦାମ୍ବରମଙ୍କୁ ରିମାଣ୍ଡ ମିଳିସାରିଛି । ତାଙ୍କ ବିରୁଦ୍ଧରେ ଅଭିଯୋଗ ରହିଛି ଯେ ଅର୍ଥମନ୍ତ୍ରୀ ଥିବା ସମୟରେ ଲାଞ୍ଚ ନେଇ ଆଇଏନଏକ୍ସକୁ ୨୦୦୭ରେ ୩୦୫ କୋଟି ଟଙ୍କା ନେବା ପାଇଁ ବିଦେଶୀ ନିବେଶ ସମ୍ବର୍ଦ୍ଧନ ବୋର୍ଡରୁ ମଞ୍ଜୁରୀ ପ୍ରଦାନ କରାଇଥିଲେ । ଯେଉଁ କମ୍ପାନୀମାନଙ୍କୁ ଫାଇଦା ହେଲା ସେମାନଙ୍କୁ ଚିଦାମ୍ବରମଙ୍କ ସାଂସଜ ପୁଅ କାର୍ତ୍ତି ଚଲାନ୍ତି ।

ସମ୍ବନ୍ଧିତ ଖବର