ତିହାର ଜେଲରେ ୧୪୪୯ ନମ୍ବର କଏଦୀ ପାଲଟିଲେ ଚିଦାମ୍ବରମ,ଗରମ ଓ ଦୁର୍ଗଦ୍ଧ ପରିବେଶକୁ ନେଇ ସ୍ଥିତି ବେହାଲ

ନୂଆଦିଲ୍ଲୀ,୯।୯: ଆଇଏନଏକ୍ସ ମିଡିଆ ମାମଲାରେ ପୂବର୍ତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ଏବେ ତିହାର ଜେଲରେ ଅଚନ୍ତି। ତାଙ୍କୁ ତିହାରର ୭ନଂ ସେଲରେ ରଖାଯାଇଛି। ତେବେ ଜେଲ ଭିତରେ ଚିଦାମ୍ବରମଙ୍କ ଏବେ ଖୁବ୍ ଖରାପ ସ୍ଥିତିରେ ଅଛନ୍ତି। ଚିଦାମ୍ବରମ ଏବେ ଜେଲ ଭିତରେ ଅସହ୍ୟ ଗରମ ଏବଂ ଦୁର୍ଗଦ୍ଧ ପରିବେଶକୁ ନେଇ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ଏପରିକି ଜେଲ ଭିତରେ ଦିଆଯାଉଥିବା ରୁଟି ମଧ୍ୟ ତାଙ୍କୁ ଖାଇବାକୁ ଭଲ ଲାଗୁନି। କେବଳ ଭାରତ-ଡାଲି ଖାଇକି ରହୁଛନ୍ତି। ଏବେ ଜେଲରେ ଚିଦାମ୍ବରମ ବିଚାରଧୀନ କଏଦୀ ନମ୍ବର ୧୪୪୯ରେ ରହୁଛନ୍ତି।

ତିହାର ଜେଲରେ ଉତ୍କଟ ଦୁର୍ଗଦ୍ଧର କାରଣ ଆବଶ୍ୟକତା ଠାରୁ ଅଧିକ କଏଦୀଙ୍କୁ ରଖାଯିବା କାରଣରୁ ସୃଷ୍ଟି ହୋଇଛି ବୋଲି କୁହାଯାଉଛି। ଜେଲ ସଂଖ୍ୟା-୭ରେ ୩୫୦ ଜଣ କଏଦୀ ରହିବା ଭଳି କ୍ଷମତା ରହିଛି। ତେବେ ଏହା ଭିତରେ କିନ୍ତୁ ଏବେ ୬୫୦ ଜଣ କଏଦୀ ରହୁଛନ୍ତି। ଏହା ଭିତରେ ସଜା କାଟୁଥିବା ଏବଂ ବିଚାରଧୀନ କଏଦୀ ମଧ୍ୟ ରହିଛନ୍ତି।ଜେଲ ସୁତ୍ରରୁ ମିଳିଥିବା ଖବର ଅନୁସାରେ, ଜେଲ ଭିତରେ ଚିଦାମ୍ବରମଙ୍କ ଟାଇମ ଟେବଲ ସମ୍ପୂର୍ଣ୍ଣ ଭାବରେ ସେଟ୍ କରିଦିଆଯାଇଛି। ସେ ଠିକ୍ ସମୟରେ ଖାଉଛନ୍ତି,ଶୋଉଛନ୍ତି ଓ ଠିକ୍ ସମୟରେ ଉଠୁଛନ୍ତି। ଜେଲ ଭିତରେ ଭାତ-ଡାଲି ଖାଉଥିଲେ ମଧ୍ୟ ସେଠାର ରୁଟି ତାଙ୍କୁ ଭଲ ଲାଗୁନି। ଏହା ସହ ସକାଳ ଜଳଖିଆରେ ଚା, ବ୍ରେଡ ଏବଂ ଉପମା ଖାଉଛନ୍ତି।

ଜେଲ ଆସିବା ଦିନଠାରୁ ଚିଦାମ୍ବରମ କୌଣସି ପ୍ରକାର ଜିନିଷ ଦରକାର ବୋଲି କହିନାହାନ୍ତି। ବହି ଏବଂ ଖବର କାଗଜ ପଢି ଅଧିକାଂଶ ସମୟ ସେ କାଟୁଛନ୍ତି।ଉଲ୍ଳେଖନୀୟ ଯେ, ତିହାର ଜେଲ ସଂଖ୍ୟା-୭ରେ କଶ୍ମୀର ବିଚ୍ଚିନ୍ନବାଦୀ ନେତା ୟାସିନ ମାଲ୍ଲିକ ମଧ୍ୟ ଅଛି। ତେବେ ୟାସିନ ଓ ଚିଦାମ୍ବରମଙ୍କ ସେଲ୍ ପରସ୍ପର ଠାରୁ ଖୁବ୍ ଦୂରରେ ରହିଛି। ଜେଲକୁ ଆସିବା ଦିନଠାରୁ ଚିଦାମ୍ବରମ କୌଣସି କଏଦୀଙ୍କ ସହିତ ମଧ୍ୟ କଥା ହେଉନାହାନ୍ତି। ଚିଦାମ୍ବରମଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି। ସେ ଯେତେବେଳେ ସେଲ୍ ବାହାରେ ରୁହନ୍ତି ସେ ସମୟରେ ଅନ୍ୟ କଏଦୀଙ୍କୁ ବାହାରେ ରଖାଯାଏ ନାହିଁ।

   ସମ୍ବନ୍ଧିତ ଖବର


ପାକିସ୍ତାନରେ ଗୃହଯୁଦ୍ଧ ଆଶଙ୍କା! ସିନ୍ଧ ପୋଲିସ ମୁଖ୍ୟଙ୍କୁ ସେନା ଅପହରଣ କରିଥିବା ଅଭିଯୋଗ

ଲଦାଖରୁ ଧରାପଡିଥିବା ଚୀନ୍ ସୈନିକଙ୍କୁ ଫେରାଇଲା ଭାରତ, ୨ ଦିନ ପୂର୍ବେ ଭୁଲରେ ସୀମା ଭିତରକୁ ପଶିଆସିଥିଲେ

ପତ୍ନୀ ଓ ୬ ସନ୍ତାନଙ୍କୁ ନେଇ ଚିନ୍ତାରେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଦରମା ଅଣ୍ଟୁନଥିବାରୁ ଛାଡିବେ ଚାକିରି…

କରୋନାକୁ ନେଇ ମୋଦିଙ୍କ ଚେତାବନୀ, ଟିକା ଆସିବା ପର୍ଯ୍ୟନ୍ତ ସତର୍କ ହେବା…

ଅହମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍, ସୂଚନା ଦେଲେ ସୌରଭ

କାମାନ୍ଧ ଯୁବକଙ୍କ ଅଜବ ଯୌନ ଲାଳସା; ମହିଳାଙ୍କ ଅନ୍ତବସ୍ତ୍ର ଚୋରାଇବା ପାଇଁ ଭାଙ୍ଗୁଥିଲେ କଠିନ ଲକଡାଉନ କଟକଣା, ଘରୁ ମିଳିଲା ୧୦୦ ବ୍ରା ଓ ୪୧ ହଳ ପ୍ୟାଣ୍ଟି…