PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ- ଗୋଚ୍ଛାପଡା ପୁଲିସ ଦ୍ବାରା ୧୦୭ କିଲୋ ଗଞ୍ଜେଇ ଜବତ । ଜାମସେଦପୁର ଅଞ୍ଚଳର ଦୁଇ ଗିରଫ ।
  • ||
  • ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକ କାଳୁଆ ଛକରେ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ।
  • ||
  • ଭୁବନେଶ୍ଵର : ବିଭିନ୍ନ ରାଜ୍ୟରେ ଡାକ୍ତରମାନଙ୍କୁ ଆକ୍ରମଣ, ଆସନ୍ତା ୧୮ ତାରିଖକୁ ଜାତୀୟ ପ୍ରତିବାଦ ଦିବସ ଭାବେ ପାଳିବ ଭାରତୀୟ ଚିକିତ୍ସକ ସଂଘ
  • ||
  • ବଲାଙ୍ଗୀର : ସଦର ଏସଡିପିଓଙ୍କ ପ୍ରେସମିଟ, ୨୨ ବାଇକ, ୨ ପିକଅପ ଜବତ, ୭ ଗିରଫ
  • ||
  • ମାଲକାନାଗିରି : ମାଲକାନଗିରି-ଆନ୍ଧ୍ର ସୀମାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ, ଏନକାଣ୍ଟରରେ ୬ ହାଡକୋର ମାଓବାଦୀ ନିହତ
  • ||
  • ପାରାଦୀପ : ଜିଏସଟି ଫାଙ୍କୁଥିବା ଅଭିଯୋଗରେ ସ୍କାର୍ପ ବୋଝେଇ ଟ୍ରକ ଅଟକ, ବାଣିଜ୍ୟ କର ବିଭାଗ ଦ୍ଵାରା ଅଟକ
  • ||
  • ଅନୁଗୁଳ : ରେଙ୍ଗାଲି ବିରାଜ ଷ୍ଟିଲ ସାମ୍ନାରେ ଟ୍ରକ୍ ସହ ଧକ୍କା ହୋଇ କାର୍ ଚୂରମାର, ଘଟଣାସ୍ଥଳରେ ଜଣେ ମ୍ରୁତ, ଜଣେ ଗୁରୁତର
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଉତ୍ତରାମୁଖୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ, ଛୁରୀ ମାଡ଼ରେ ଜଣେ ମୃତ ଓ ଦୁଇଜଣ ଆହତ, ସମସ୍ତେ ଏମକେସିଜିରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ଆଉ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ସମ୍ପୂର୍ଣ୍ଣ କମିଯିବ, ‘ଅନଲକ୍’ ହେଲେବି ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ପଡିବ- ଡିଏମଇଟି
  • ||
  • ବାଲିପାଟଣା : ଧାନ ବ୍ୟବସାୟୀଙ୍କୁ ବୋମା ମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଢେଙ୍କାନାଳ : ବିବାହ କରିବାକୁ ମନା କରିଦେଲେ ପ୍ରେମିକା, ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ବିଫଳ ପ୍ରେମିକ
  • ||
  • ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ
  • ||
  • ଭୁବନେଶ୍ୱର : ଓଡ଼ିଶାରୁ ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି
  • ||
  • ଚୌଦ୍ଵାର: ଟ୍ରଲରକୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଜଣେ ଗୁରୁତର
  • ||
  • କରଞ୍ଜିଆ : ସୋଲାର ଚୋରଙ୍କୁ ଧରିଲା ପୋଲିସ, ଖତ ଗଡ଼ିଆରେ ପୋତି ଲୁଚାଇ ରଖିଥିଲେ ସୋଲାର ପ୍ୟାନେଲ ଓ ବ୍ୟାଟେରୀ
  • ||
  • ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

କଂଗ୍ରେସ ମୁଖ୍ଯାଳୟରେ ସାମ୍ବାଦିକ ସମ୍ମିଳନୀ କଲେ ଚିଦାମ୍ବରମ୍, ସେ ଯିବାପରେ ପହଞ୍ଚିଲା ସିବିଆଇ ଟିମ୍

ନୁଆଦିଲ୍ଲୀ ୨୧/୮: ସୁପ୍ରିମକୋର୍ଟରେ ପୁଣିଥରେ ଆଗୁଆ ଜାମିନ ଯାଚିକା ଖାରଜ ହେବା ପରେ ପି ଚିଦାମ୍ବରମ ବୁଧବାର ସନ୍ଧ୍ଯାରେ ପ୍ରଥମ ଥର ପାଇଁ କଂଗ୍ରେସ ମୁଖ୍ଯାଳୟରେ ନଜର ଆସିଛନ୍ତି । ଚିଦାମ୍ବରମ କହିଛନ୍ତି ଯେ ଆର୍ଟିକଲ୍ ୨୧ରେ ବଞ୍ଚିବା ଓ ସ୍ୱାଧୀନତା ଅଧିକାର ମିଳିଛି । ତାଙ୍କୁ ଯଦି ଜୀବନ ଓ ସ୍ୱାଧୀନତା ମଧ୍ଯରୁ କିଛି ଚୟନ କରିବାକୁ ପଡେ ତେବେ ସେ ସ୍ୱାଧୀନତାକୁ ଚୟନ କରିବେ ବୋଲି କହିଛନ୍ତି ।

ଚିଦାମ୍ବରମଙ୍କ ଯାଚିକା ଉପରେ ସୁପ୍ରିମକୋର୍ଟରେ ଶୁକ୍ରବାର ଶୁଣାଣି ହୋଇଥାନ୍ତା । ହାଇକୋର୍ଟ ମଙ୍ଗଳବାର ଆଇଏନଏକ୍ସ ମିଡିଆ ଘୋଟାଲାରେ ଚିଦମ୍ବରମଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଦେଇଥିଲେ । ଏହା ପୂର୍ବରୁ ସିବିଆଇ ଓ ଇଡି ବିଳମ୍ବିତ ରାତିରେ ତାଙ୍କ ଘରେ ସର୍ଚ୍ଚ ପାଇଁ ଯାଇଥିଲେ । ଇଡି ଚିଦାମ୍ବରଙ୍କ ବିରୁଦ୍ଧରେ ଲୁକ୍ ଆଉଟ୍ ନୋଟିସ୍ ମଧ୍ଯ ଜାରି କରିଛି । କାରଣ ଏହା ମଧ୍ଯ ଆଶଙ୍କା ରହିଛି ଯେ ଚିଦାମ୍ବରମ ବିଦେଶ ପଳାଇ ଯାଇପାରନ୍ତି ।

ସିବିଆଇ ଓ ଇଡି ପକ୍ଷରୁ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରାଯାଇଥିଲା । ହେଲେ ସନ୍ଧ୍ୟା ଆଠଟା ସମୟରେ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ କପିଲ୍ ସିବଲ୍., ଅଭିଷେକ ମନୁ ସିଙ୍ଘଭି, ସଲମନ୍‌ ଖୁରସିଦ ଏକ ସାମ୍ବାଦିକ ସମ୍ମିଳନୀ କରିବାର ଥିଲା । ହେଲେ ସେଠାରେ ଚିଦାମ୍ବରମ ପହଞ୍ଚିଥିଲେ । ସେ ଗଣତନ୍ତ୍ରରେ ବିଶ୍ୱାସ କରନ୍ତି ଓ ଏହାର ସ୍ୱତନ୍ତ୍ରତାରେ ବିଶ୍ୱାସ କରନ୍ତି ବୋଲି କହିଥିଲେ । ଆଇଏନ୍ଏକ୍ସ ମଡିଆ ଦୁର୍ନୀତି ମାମଲାରେ ସେ ଅଭିଯୁକ୍ତ ନଥିବା କଥା ପ୍ରକାଶ କରିଛନ୍ତି । ସିବିଆଇ ଓ ଇଡି ଦ୍ୱାରା ତାଙ୍କ ବିରୋଧରେ କୌଣସି ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇ ନାହିଁ ବୋଲି ଚିଦାମ୍ବରମ ପ୍ରକାଶ କରିଛନ୍ତି । ତାଙ୍କୁ ଅଦାଲତ ଅଗୁଆ ଜାମିନ ପ୍ରଦାନ କରିଥିଲେ ସେ ୧୩-୧୪ ମାସ ଆଗୁଆ ଜାମିନରେ ରହିଥିଲେ ବୋଲି ପ୍ରକାଶ କରିଛନ୍ତି । ମାତ୍ର ୭ ମାସ ପରେ ହାଇକୋର୍ଟ ଅନ୍ତରୀଣ ଜାମିନକୁ ଖାରଜ କରିଛନ୍ତି । ବୋଲି ସେ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ଯରେ ଅନେକ ଭ୍ରମ ସୃଷ୍ଟି କରାଯାଇଛି ଏବଂ ଭୁଲ୍ ତଥ୍ଯ ଅପପ୍ରଚାର କରାଯାଇଛି । ସେ ଫେରାର ହୋଇଯାଇଥିବା କଥା ପ୍ରଚାର କରାଯାଉଛି । ଆଇନଠାରୁ ଲୁଚିଥିବା କଥା ପ୍ରଚାର କରାଯାଉଛି ବୋଲି କହିଛନ୍ତି । ମାତ୍ର ସେ ନ୍ୟାୟ ପାଇଁ ତାଙ୍କର ଆଇନଜୀବୀଙ୍କ ସହ ଆଲୋଚନା କରୁଥିଲୋ ବୋଲି ସୂଚନା ଦେଇଛନ୍ତି । ସେ ଆଇନକୁ ସମ୍ମାନ କରନ୍ତି । ଆଇନ ଅନୁସାରେ ଯାହା ହେବ ସେ ତାକୁ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି । ଏହାପରେ ସେ କଂଗ୍ରେସ ମୁଖ୍ୟାଳୟ ଛାଡିଥିଲେ । କହିରଖୁଛୁ ସେ ମୁଖ୍ଯାଳୟରୁ ଯିବା ପରେ ସେଠାରେ ସିବିଆଇ ଟିମ୍ ଆସି ପହଞ୍ଚି ଯାଇଥିଲା ।

ସମ୍ବନ୍ଧିତ ଖବର