ଆଇଏନଏକସ୍ ମିଡିଆ କେସ: ୨୬ ତାରିଖ ପର୍ଯ୍ୟନ୍ତ ଇଡି ମାମଲାରେ ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ ୨୩।୮: ସୁପ୍ରିମକୋର୍ଟରୁ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଅଗଷ୍ଟ ୨୬ ଯାଏଁ ପ୍ରବର୍ତନ ନିର୍ଦ୍ଦେଶାଳୟ ଗିରଫ କରିପାରିବ ନାହିଁ ବୋଲି କୋର୍ଟ କହିଛି । ଇଡି ମଧ୍ୟ ଆଇଏନଏକସ ମାମଲାର ଯାଂଚ କରୁଛି । ଏବେ ଏହି ମାମଲାର ଶୁଣାଣି ଅଗଷ୍ଟ ୨୬ରେ ଅର୍ଥାତ ସୋମବାର ଦିନ ହେବ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ସିବିଆଇକୁ ମିଳିଥିବା ଚିଦାମ୍ବରମଙ୍କ ରିମାଣ୍ଡ ଅବଧି ମଧ୍ୟ ସୋମବାର ଦିନ ଶେଷ ହେଉଛି ।

ସୁପ୍ରିମକୋର୍ଟଙ୍କ ଆଦେଶ ମିଳିବା ପରେ ସାଲିସିଟର ଜେନେରାଲ ତୁଷାର ମେହେତା ଅଦାଳତକୁ ପଢ଼ିବା ପାଇଁ କିଛି ଦସ୍ତାବିଜ ଦେବାକୁ ଚାହୁଁଥିଲେ କିନ୍ତୁ କପିଲ ଶିବଲ ଓ ଅଭିଷେକ ମନୁ ସିଙ୍ଘବୀ ଏହାକୁ ବିରୋଧ କରିଥିଲେ । ଏହା ସହିତ କହିଛନ୍ତି କି, ଏହା ପୂର୍ବରୁ କୋର୍ଟରେ ହୋଇଛି ବୋଲି ସେମାନେ କହିଛନ୍ତି । କୋର୍ଟ ଦସ୍ତାବିଜକୁ ନେବାକୁ ମନା କରିବା ସହିତ ସବୁକିଛି ସୋମବାର ଦେଖିବେ ବୋଲି କହିଛନ୍ତି ।  

   ସମ୍ବନ୍ଧିତ ଖବର


ମାନସିକ ଚାପ ୫୦ ପ୍ରତିଶତ କମିଯିବ ଦେଖନ୍ତୁ ଏହି ସୁଖୀ ପଶୁର ଭିଡିଓ

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କରୋନା ପଜିଟିଭ୍

ଯୁବତୀଙ୍କୁ ବିବାହ ପାଇଁ ପ୍ରପୋଜ୍ କରୁଥିଲେ , ଗୋଇଠା ମାଡ଼ ଖାଇ ପାଣିରେ ପଡ଼ିଗଲେ ଯୁବକ ! ଭିଡ଼ିଓ ଭାଇରାଲ

NCBର ଖୁଲାସା –ରିୟା ଚକ୍ରବର୍ତ୍ତୀ ହିଁ …

ଦୀପାବଳିରେ ଜଳିବ ୧୧ କୋଟି ଗୋମୟ ଦୀପ

ବାପା-ମାଆଙ୍କ ଭୋକଶୋଷର ମୂଲ୍ୟ ରଖିଲେ ପିଲା – ପାଠପଢ଼ି ସ୍ୱପ୍ନକୁ କଲେ ସାକାର