PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ରିଲିଜ ହେଲା ‘ପ ସେ ପ୍ୟାର ଫ ସେ ଫେରାର’ର ଦମଦାର ଟ୍ରେଲର, ପ୍ରତି ସିନରେ ରହିଛି ଲୋମ ଟାଙ୍କୁରା ଦୃଶ୍ୟ

ମୁମ୍ବାଇ ୪/୯: ଏବେ ବଲିଉଡରେ ସାମାଜିକ କଟକଣା ଏବଂ ଭିନ୍ନ ଭିନ୍ନ ପ୍ରଥାକୁ ନେଇ ଫିଲ୍ମ ନିର୍ମାଣ କରାଯାଉଛି । ଏହି କ୍ରମରେ ଏବେ ଏକ ଦମଦାର ଫିଲ୍ମ ‘ପ ସେ ପ୍ୟାର୍ ଫ ସେ ଫରାର’(ପ ରେ ପ୍ରେମ ଫ ରେ ଫେରାର)ର ଟ୍ରେଲର ଆଜି ରିଲିଜ ହୋଇଯାଇଛି । ଏହି ଟ୍ରେଲରରେ ଜିମ୍ମି ସେରଗିଲ୍, ଭାୱେସ୍ କୁମାର ଓ ସଞ୍ଜୟ ମିଶ୍ରଙ୍କ ଦମଦାର ଆକ୍ଟିଂ ନଜର ଆସୁଛି । ପ୍ରେମୀ ଯୁଗଳଙ୍କ ପ୍ରତି ସମାଜର ବ୍ୟବହାର ଆପଣଙ୍କ ଆଖିରେ ଲୁହ ନେଇଆସିବ ।

ଟ୍ରେଲରରେ ସମାଜରେ ଘଟୁଥିବା ସତ୍ଯକୁ ସାମ୍ନାକୁ ଅଣାଯାଇଛି । ଫିଲ୍ମରେ ଜିମ୍ମି ସେରଗିଲ୍, ଭାୱେଶ କୁମାର, ସଞ୍ଜୟ ମିଶ୍ର, କୁମୁଦ ମିଶ୍ର ଓ ଗିରିଶ କୁଲକର୍ଣ୍ଣୀ ଭଳି କଳାକାର କାମ କରିଛନ୍ତି । ଏହି ଫିଲ୍ମ ୧୮ ଅକ୍ଟୋବରରେ ସିନେମାଘରେ ରିଲିଜ ହେବ ।

ଟ୍ରେଲରର ଆରମ୍ବ ମଥୁରାରୁ ହେଉଛି । ଯେଉଁଠାରେ ଭିନ୍ନ ଜାତି ଓ ଧର୍ମରେ ପ୍ରେମ କରୁଥିବା ପ୍ରେମୀ ଯୁଗଳଙ୍କୁ ବିଭିନ୍ନ ପ୍ରକାରେ ଦଣ୍ଡ ଦିଆଯାଉଛି । ଏହି ଫିଲ୍ମରେ ବଲିଉଡରେ ଡେବ୍ଯୁ କରିଥିବା ଅଭିନେତା ଭାୱେଶ କୁମାର ବହୁତ ଆତ୍ମବିଶ୍ୱାସୀ ନଜର ଆସୁଛନ୍ତି । ଫିଲ୍ମରେ ଭାୱେଶ୍ ଜଣେ ଆଥଲେଟ୍ ଭୁମିକାରେ ଅଭିନୟ କରୁଛନ୍ତି । ଯିଏ କି ଅନ୍ଯ ଏକ ଜାତିରେ ପ୍ରେମ କରୁଛି । ଏହା ପରେ ଆରମ୍ଭ ହୋଇଯାଉଛି ସଂଘର୍ଷ । ତେବେ ଟ୍ରେଲରଟି ବହୁତ ଦମଦାର ହୋଇଛି ଏବଂ ଫିଲ୍ମର ସମସ୍ତ କଳାକାରଙ୍କ ଅଭିନୟ ଉତ୍ତରପ୍ରଦେଶର ପରିସ୍ଥିତିରେ ଢଳି ହୋଇଥିବା ନଜର ଆସୁଛି ।