ହୃତ୍‌ପିଣ୍ଡ ସଙ୍କୁଚନକୁ ବୃଦ୍ଧି କରିବା ପାଇଁ କାର୍ଯ୍ୟକ୍ଷମ ଜୈବ ପେସ୍‌ମେକର, ମୂଷାଙ୍କ ହୃତ୍‌ପିଣ୍ଡରେ ହୋଇଛି ସଫଳ ପରୀକ୍ଷା

ମାନବ ଷ୍ଟେମ୍‌ କୋଷିକାରୁ ବୈଜ୍ଞାନିକମାନେ ଏକ କାର୍ଯ୍ୟକ୍ଷମ ପେସ୍‌ମେକର କୋଷିକା ବିକାଶ କରିଛନ୍ତି । ବୈଦ୍ୟୁତିକ ଆବେଗ ସହ ହୃତ୍‌ସ୍ପନ୍ଦନ ନିୟନ୍ତ୍ରିତ କରିବାରେ ଏହା ସକ୍ଷମ । ଜୈବ ପେସ୍‌ମେକର ଚିକିତ୍ସା କ୍ଷେତ୍ରରେ ଏହା ପ୍ରମୁଖ ବିକଳ୍ପ ହୋଇପାରିବ ବୋଲି ସେମାନଙ୍କ ମତ । ୨୧ ଦିନରେ ଏକ ପେସ୍‌ମେକର କୋଷିକା ବିକାଶ ନିମନ୍ତେ ମାନବ ଷ୍ଟେମ୍‌ କୋଷିକାକୁ କିପରି ପ୍ରସ୍ତୁତ କରାଯାଇଥିଲା, କାନାଡ଼ାର ୟୁନିଭର୍ସିଟି ହେଲ୍‌ଥ ନେଟ୍‌ୱର୍କର ଏମ୍‌ସିଇୱେନ୍‌ ସେଣ୍ଟର ଫର ରିଜେନେରେଟିଭ ମେଡିସିନ୍‌ର ତଥ୍ୟରୁ ତାହା ଜଣାପଡ଼ିଛି ।

ମୂଷାଙ୍କ ହୃତ୍‌ପିଣ୍ଡରେ ଏହି ମାନବ ପେସ୍‌ମେକର କୋଷିକାକୁ ପରୀକ୍ଷା କରାଯାଇଥିଲା ଏବଂ ହୃତ୍‌ପିଣ୍ଡ ସଙ୍କୁଚନକୁ ବୃଦ୍ଧି କରୁଥିବା ବୈଦ୍ୟୁତିକ ଆବେଗ ସକ୍ରିୟ ଦ୍ୱାରା ଏକ ଜୈବ ପେସ୍‌ମେକର ଭାବେ ଏହାର କାର୍ଯ୍ୟକାରିତା ପ୍ରଦର୍ଶନ କରାଯାଇଥିଲା । ୨ଶହରୁ ଅଧିକ ଭିନ୍ନ ପ୍ରକାର କୋଷିକାରେ ଅନ୍ତର ସୃଷ୍ଟି କରିବାରେ ଷ୍ଟେମ୍‌ କୋଷିକାର ସାମର୍ଥ୍ୟ ରହିଛି, ଯାହା ଶରୀରରେ ପ୍ରତ୍ୟେକ ଟିସୁ ଓ ଅଙ୍ଗ ମରାମତି କରିଥାଏ। ସିନୋଆଟ୍ରାଏଲ ନୋଡ୍‌ ପେସ୍‌ମେକର କୋଷିକା ହୃତ୍‌ପିଣ୍ଡର ମୁଖ୍ୟ ପେସ୍‌ମେକର ।

ଜୀବନ ତମାମ ହୃତ୍‌ସ୍ପନ୍ଦନକୁ ତାହା ନିୟନ୍ତ୍ରଣ କରେ। ପେସ୍‌ମେକରରେ ସମସ୍ୟା ହେଲେ, ହୃତ୍‌ସ୍ପନ୍ଦନରେ ବିକାର ଦେଖାଯାଏ। ଫଳରେ ବୈଦ୍ୟୁତିକ ପେସ୍‌ମେକର ଉପକରଣ ପ୍ରତ୍ୟାରୋପଣ ଦ୍ୱାରା ଏହାର ଚିକିତ୍ସା କରାଯାଏ। ପେସ୍‌ମେକର କୋଷିକା ନିୟନ୍ତ୍ରଣ ସମ୍ପର୍କିତ ଅଧ୍ୟୟନରୁ ପେସ୍‌ମେକରରେ ଥିବା ସମସ୍ୟା ବିଷୟରେ ଜାଣିବା ସହଜ ହେବ ଏବଂ ଜୈବ ପେସ୍‌ମେକର ବିକାଶରେ ଏଥିରୁ ସୂଚନା ମିଳିବ ବୋଲି ବୈଜ୍ଞାନିକଙ୍କ ମତ ।

   ସମ୍ବନ୍ଧିତ ଖବର


ରୋଷେଇ ପାଇଁ ଅନୁପଯୁକ୍ତ ଅଲିଭ୍‌ ତେଲ : ରନ୍ଧନ ବଦଳରେ ସାଲାଡରେ କରିପାରିବେ ବ୍ୟବହାର

କଳାଜାଇର ଶୁଭ-ଅଶୁଭ ପ୍ରଭାବ : କେଉଁଠି ଥିଲେ ସୁନ୍ଦରୀ ସ୍ତ୍ରୀ ଓ କେଉଁଠି ଥିଲେ ହୃଦରୋଗର ସମ୍ଭାବନା, ଜାଣନ୍ତୁ…

ଜିଓର ସବୁଠାରୁ ଶସ୍ତା ୨୮ ଦିନିଆ ପ୍ଲାନ୍, ଦାମ୍ ମାତ୍ର ଏତିକି

କାହିଁକି ପ୍ରତି ୪ ବର୍ଷରେ ଥରେ ଫେବୃୟାରୀରେ ପଡେ ୨୯ ଦିନ ? ଯଦି ଏମିତି ହେବନି ତେବେ…