PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ଚାଟଶାଳୀରୁ ନନ୍ଦ ସାର୍‌ଙ୍କୁ ପଦ୍ମଶ୍ରୀ

ସୁକିନ୍ଦା,୨୫ା୧(ଆପ୍ର): ଶତାୟୁ ନନ୍ଦ ସାର୍‌ଙ୍କ ଦୀର୍ଘ ୭୫ବର୍ଷ ଧରି ଶିକ୍ଷାକ୍ଷେତ୍ରରେ ନିରବଚ୍ଛିନ୍ନ ସାଧନା ଯୋଗୁ ତାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ୧୯୩୯ ମସିହାର କଥା । କନ୍ତିରା ଗ୍ରାମର ନନ୍ଦ କିଶୋର ପୃଷ୍ଟି ନାମକ ଜଣେ ଛାତ୍ର ନିକଟସ୍ଥ ହାତିବାରୀ ଗ୍ରାମର ମାଇନର ସ୍କୁଲରୁ ୭ମ ଶ୍ରେଣୀ ପାସ୍‌ କଲେ । ଦାରିଦ୍ର‌୍ୟର କଷାଘାତରେ ପାଠ ପଢ଼ାରେ ଡୋରି ବାନ୍ଧି ପରିବାର ପ୍ରତିପୋଷଣ ପାଇଁ ନଙ୍ଗଳ କଣ୍ଟି ଧରିଥିଲେ । ଉଚ୍ଚ ଶିକ୍ଷାର ଆଶା ଆଶାରେ ହିଁ ରହିଗଲା । ସେ ସିନା ପଢ଼ି ପାରିଲେ ନାହିଁ କିନ୍ତୁ ଗାଁ ପିଲାଙ୍କୁ ଶିକ୍ଷିତ କରିବା ପାଇଁ ୧୯୪୬ ମସିହାରେ ସେ ଆରମ୍ଭ କଲେ ଚାଟଶାଳୀ । ଯାହା ଇତି ମଧ୍ୟରେ ୭୫ବର୍ଷ ଅତିକ୍ରମ କରି ସାରିଲାଣି । ତାଙ୍କର ବହୁ ଛାତ୍ର ବୃଦ୍ଧ ହୋଇ ଆରପାରିକୁ ଚାଲି ଗଲେଣି । ମାତ୍ର ନନ୍ଦସାର ଏବେ ବି ୧୦୨ବର୍ଷ ବୟସରେ ସାଧନା ଜାରି ରଖିଛନ୍ତି । ନନ୍ଦସାରଙ୍କ ନିକଟରେ ପାଠ ପଢ଼ି କନ୍ତିରା ଗ୍ରାମର ବହୁ ବ୍ୟକ୍ତି ଇଂଜିନିୟର, ଶିକ୍ଷକ, ପୋଷ୍ଟମାଷ୍ଟର ଓ ଡାକ୍ତର ମଧ୍ୟ ହୋଇଛନ୍ତି । ନନ୍ଦସାର ଏତେ ବର୍ଷ ଧରି ଦେଶର ଭବିଷ୍ୟତ ଗଢ଼ି ଚାଲିଥିଲେ ମଧ୍ୟ କୌଣସି ଛାତ୍ର ଠାରୁ ଟଙ୍କାଟିଏ ବି ଗୁରୁ ଦକ୍ଷିଣା ନିଅନ୍ତି ନାହିଁ । ନନ୍ଦସାରଙ୍କ ଚାଟଶାଳୀରେ ଏବେ ୩୨ଜଣ ଛାତ୍ରଛାତ୍ରୀ ପାଠ ପଢୁ଼ଛନ୍ତି । ଯେଉଁଥିରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଛନ୍ତି । ୭୫ବର୍ଷର ଚାଟଶାଳୀ ମାଧ୍ୟମରେ ନନ୍ଦସାର ୩ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣ କରିଛନ୍ତି । ପଦ୍ମଶ୍ରୀ ପୁରସ୍କାର ଘୋଷଣା ପରେ ନନ୍ଦ ସାର୍‌ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କୁ ଗଢ଼ିବା ମୋର ଦାୟିତ୍ୱ । ପୁରସ୍କାର ଆଶାରେ ମୁଁ ମୋର ଅଭିଯାନ ଜାରି ରଖିନାହିଁ । ତଥାପି ଏତେବଡ଼ ସମ୍ମାନ ମିଳିଥିବାରୁ ମୁଁ ସରକାରଙ୍କ ନିକଟରେ କୃତଜ୍ଞ ବୋଲି ନନ୍ଦ ସାର୍‌ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
ସୁକିନ୍ଦା ବିଧାୟକ ଇଂ ପ୍ରୀତିରଂଜନ ଘଡ଼ାଇ ଏ ସଂପର୍କରେ କହିଛନ୍ତି ଯେ, ଏପରି ଏକ ଅଖ୍ୟାତ ପଲ୍ଲୀରେ ଜନ୍ମ ହୋଇ ନନ୍ଦ ସାର୍‌ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି । ତାଙ୍କ ନିରବିଚ୍ଛିନ୍ନ ସେବା ସଂପର୍କରେ ଜାଣିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷା ମନ୍ତ୍ରୀ ଖୋଦ୍‌ ନିକଟରେ ପହଞ୍ଚି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏବେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ପରି ସମ୍ମାନ ପ୍ରଦାନ କରିବାକୁ ଯାଉଥିବାରୁ ମୁଁ କେନ୍ଦ୍ର ସରକାରଙ୍କ ନିକଟରେ ମଧ୍ୟ କୃତଜ୍ଞ ।