PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଫାୟାର ଷ୍ଟେସନ ଛକରେ ଯୁବକଙ୍କ ହାଇଡ୍ରାମା ଘଟଣା: “ମଦ୍ୟପ ଯୁବକ ମିଛ କହୁଛି, ତା ସହ ମୋର ସମ୍ପର୍କ ନାହିଁ” – ମନ୍ତ୍ରୀ ପଦ୍ମନାଭ ବେହେରା

ଭୁବନେଶ୍ଵର, ୩୧।୫ : ଗତକାଲି ଫାୟର ଷ୍ଟେସନ ଛକରେ ମଦ୍ୟପ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ମନ୍ତ୍ରୀ କହିଛନ୍ତି ଯେ, ଜଣେ ଯୁବକ ମଦ୍ୟପାନ କରି ମୋ ନାମ ନେଇଥିବା ଖବର ପାଇଲି । ସେ ଯୁବକ ସହ କୌଣସି ସମ୍ପର୍କ ନାହିଁ । ସେ ମିଛ କଥା କହୁଛି । ମଦ୍ୟପ ଜଣଙ୍କ ମୋ ସମ୍ପର୍କୀୟ ନୁହଁନ୍ତି। ମୋ ନାମରେ ଏଭଳି ମିଥ୍ୟା କଥା ଆସିବା ପରେ ମୁଁ ଦୁଃଖିତ ଓ ମର୍ମାହତ। ଏ ସମ୍ପର୍କରେ ମୁଁ ଡିସିପିଙ୍କ ସହ କଥା ହୋଇଛି ।

ପରିବହନ ମନ୍ତ୍ରୀ କହିଛନ୍ତି ଯେ, ମନ୍ତ୍ରୀଙ୍କ ନାଁ କହୁଥିବା ଯୁବକଙ୍କ ଉପରେ କଯ୍ୟାନୁଷ୍ଠାନ ସହ ଏ ଘଟଣାର ତଦନ୍ତ ହେବା ଆବଶ୍ୟକ । ଯିଏ ମିଡ଼ିଆରେ ମନ୍ତବ୍ୟ ଦେଲେ ସେମାନେ ଘଟଣାକୁ ଅନୁଧ୍ୟାନ ନକରି କିପରି ମୋ ନାମ ନେଲେ ବୋଲି ମନ୍ତ୍ରୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତକାଲି ସପ୍ତାହାନ୍ତ ସଟଡାଉନ ପାଇଁ ପୁଲିସ ପକ୍ଷରୁ ରାଜଧାନୀରେ ବିଭିନ୍ନ ସ୍ଥାନରେ ଚେକିଂ ଚାଲିଥିଲା । ସନ୍ଧ୍ୟା ବେଳେ ନୟାପଲ୍ଲୀ ପଟୁ ସ୍କୁଟିରେ ଆସୁଥିବା ଜୀବନଙ୍କୁ ପୁଲିସ ଅଟକାଇଥିଲା । ଲକ୍‌ ଡାଉନ୍‌ ସମୟରେ ବୁଲୁଥିବା ବେଳେ ପୁଲିସ ତାଙ୍କୁ ପରିଚୟପତ୍ର ଦେଖାଇବା ପାଇଁ କହିଥିଲା । ବାସ୍‌ ଏତିକିରେ ରାଗି ପଞ୍ଚମ ହୋଇଯାଇଥିଲେ ଜୀବନ । ପୁଲିସକୁ ଗାଳିଗୁଲଜ କରିବା ସହ ସେ ନିଜକୁ ମନ୍ତ୍ରୀଙ୍କ ପୁଅ ବୋଲି ଦର୍ଶାଇଥିଲେ । ଏପରିକି ତାଙ୍କୁ ତୁରନ୍ତ ଛାଡି ଦେବା ପାଇଁ ମଧ୍ୟ ପୁଲିସକୁ ଧମକ ଦେଇଥିଲେ । ହାବଭାବରୁ ମଦ୍ୟପାନ କରିଥିବା ଲାଗିବାରୁ ପୁଲିସ ତାଙ୍କୁ ଥାନାକୁ ଆଣିଥିଲା । ପଚରା ଉଚରା ପରେ ଜଣା ପଡିଥିଲା ସଂପୃକ୍ତ ଯୁବକ ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ବନ୍ଧୁଙ୍କ ପୁଅ । ଖବର ଲେଖା ହେବା ପର୍ଯ୍ୟନ୍ତ ପୁଲିସ ତାଙ୍କୁ ଥାନାରେ ଅଟକ ରଖି ପଚାରଉଚରା କରିଥିଲା ।