PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

୨୦୦ତମ ନାମାଙ୍କନ ଭରିଲେ ପଦ୍ମରାଜନ୍: ୧୯୯ ଥର ଲଢ଼ିଛନ୍ତି, ଜିତିନାହାନ୍ତି

source:www.business-standard.com

ଧର୍ମପୁରୀ,୩୦ା୩(ଏଜେନ୍ସି): ନିର୍ବାଚନ ଋତୁ ଆସିଲେ ତାମିଲନାଡୁର ସାଲେମ୍‌ ବାସିନ୍ଦା କେ. ପଦ୍ମରାଜନ୍‌ଙ୍କ ନାମ ଚର୍ଚ୍ଚାକୁ ଆସେ । ଏଥର ମଧ୍ୟ ତାଙ୍କୁ ନେଇ ବେଶ୍‌ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ନିଜ ରାଜନୈତିକ କ୍ୟାରିଅର୍‌ର ୨୦୦ତମ ନାମାଙ୍କନପତ୍ର ଦାଖଲ କରିଛନ୍ତି ସେ । ତାମିଲନାଡୁର ଧର୍ମପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ଭାବେ ଇଲେକ୍ସନ୍‌ କିଙ୍ଗ୍‌ ପଦ୍ମରାଜନ୍‌ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ହୋମିଓପାଥି ଡାକ୍ତରରୁ ବ୍ୟବସାୟୀ ସାଜିଥିବା ଡ. କେ ପଦ୍ମରାଜନ୍‌ ନିଜର ଏହି ଅଜବ ନିଶା ବାବଦରେ କୁହନ୍ତି, ଭାରତ ଏକ ଗଣତନ୍ତ୍ର ରାଷ୍ଟ୍ର । ତେଣୁ ଏଠାରେ ଯେ କେହି ଚାହିଁବ, ନିର୍ବାଚନ ଲଢ଼ିପାରିବ । ତେଣୁ ମୁଁ ପ୍ରତି ଥର ନିର୍ବାଚନ ଲଢ଼ିଆସୁଛି । ୧୯୮୮ ମସିହାରୁ ମୋର ଏହି ଅଭିଯାନ ଜାରି ରହିଛି । ଜାଣିନି ଆଗକୁ ଜିତିବି କି ନାହିଁ, ତଥାପି ମୋର ଏହି ଅଭିଯାନ ଜାରି ରହିବ । ଉଲ୍ଲେଖଯୋଗ୍ୟ, ସବୁଠୁ ଅସଫଳ ପ୍ରାର୍ଥୀ ଭାବେ ଲିମ୍‌କା ବୁକ୍‌ ରେକର୍ଡରେ ସ୍ଥାନ ପାଇଥିବା ପଦ୍ମରାଜନ୍‌ ଏବେ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡସରେ ନିଜ ନାମ ଲିପିବଦ୍ଧ କରାଇବାକୁ ଚାହୁଁଛନ୍ତି । ତେଣୁ ସେ ପୂର୍ବର ୧୯୯ ଥର ପରାଜୟ ଦୁଃଖକୁ ଖାତିର ନକରି ପୁଣି ନିର୍ବାଚନ ଲଢ଼ିବାକୁ ଆଗେଇ ଆସିଛନ୍ତି ।

ପୂର୍ବରୁ ୧୯୯ ଥର ନିର୍ବାଚନ ଲଢ଼ିଥିଲେ ହେଁ ଥରୁଟିଏ ବି ଜିତିନାହାନ୍ତି । ନିଜ ରାଜନୈତିକ କ୍ୟାରିୟର୍‌ରେ ପଦ୍ମରାଜନ୍‌ ୪ ପ୍ରଧାନମନ୍ତ୍ରୀ, ୧୧ ମୁଖ୍ୟମନ୍ତ୍ରୀ, ୧୫ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଲଢ଼ିଛନ୍ତି । ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବ୍‌ଦୁଲ୍‌ କଲାମ୍‌, ପ୍ରଣବ ମୁଖାର୍ଜୀ, ପ୍ରତିଭା ପାଟିଲ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ମନମୋହନ ସିଂହଙ୍କ ବିରୋଧରେ ପ୍ରାର୍ଥୀ ହୋଇ ଲଢ଼ିଛନ୍ତି । ନିଜର ଏହି ଅଭିଯାନ ଜାରି ରଖିବା ପାଇଁ ସେ ପାଖାପାଖି ୨୦ ଲକ୍ଷ ଟଙ୍କା ବ୍ୟୟ କରିସାରିଲେଣି । ଏଥିରେ ତାଙ୍କ ପରିବାର ସଦସ୍ୟ ମଧ୍ୟ ତାଙ୍କୁ ସହଯୋଗ କରିଆସୁଛନ୍ତି । ଏମିତି କି ୨୦୦ତମ ନାମାଙ୍କନ ଦାଖଲ କରିବା ବେଳେ ମଧ୍ୟ ତାଙ୍କ ପୁଅ ସାଙ୍ଗରେ ଆସିଥିଲେ । ତେବେ ୨୦୧୯ ଲୋକସଭା ନିର୍ବାଚନରେ ଧର୍ମପୁରୀ ବାସିନ୍ଦା ତାଙ୍କୁ ଜିତାଇବେ ନା ପଦ୍ମରାଜନ୍‌ ପୁଣି ନିଜର ‘ସବୁଠୁ ଅସଫଳ ପ୍ରାର୍ଥୀ’ ମାନ୍ୟତା କାଏମ୍‌ ରଖିବେ, ତାହା ମେ ୨୩ରେ ଜଣା ପଡ଼ିବ ।

ସମ୍ବନ୍ଧିତ ଖବର