PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଚଢ଼ାଉ , ତାଙ୍କର ସହଯୋଗୀ ଓ ସଂପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ , ସହଯୋଗୀଙ୍କ ଘରୁ ୨୦ ଲକ୍ଷ ଟଙ୍କା ଜବତ , ବିଭିନ୍ନ କାଗଜପତ୍ର ମଧ୍ୟ ଜବତ କଲା ଭିଜିଲାନ୍ସ ଟିମ୍
  • ||
  • ଜମ୍ମୁ-କଶ୍ମୀରରେ ୨ ଅଣକାଶ୍ମୀରୀଙ୍କୁ ହତ୍ୟା କଲେ ଆତଙ୍କବାଦୀ , ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର
  • ||
  • କଟକ ଜଗତପୁର ଶିଳ୍ପାଞ୍ଚଳରେ ଅଗରବତୀ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ , ଏସ୍ଏସ୍ ଏଣ୍ଟରପ୍ରାଇଜର୍ସ ନାମକ କାରଖାନାରେ ନିଆଁ , ନିଆଁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ , ଫ୍ୟାକ୍ଟ୍ରିରେ ତିଆରି ହେଉଥିଲା ମଙ୍ଗଲଦୀପ୍ ବ୍ରାଣ୍ଡର ଅଗରବତୀ
  • ||
  • ରାୟଗଡା ସହର ଉପକଣ୍ଠ ନାଗାବଳି ନଦୀରେ ପାରଳାଖେମୁଣ୍ଡି ସହରର ଦୁଇ ଜଣ ପର୍ଯ୍ୟଟକ ନିଖୋଜ ।
  • ||
  • ପାରଳାଖେମୁଣ୍ଡି : ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇଲଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭରଙ୍କ ସମେତ ୫ ଆହତ
  • ||
  • ବ୍ରହ୍ମପୁର : ଗୋପାଳପୁର ବିଧାୟକ ଓ ସମର୍ଥକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ||
  • ଭୋଗରାଇ : ବେଳାଭୂମି ନିକଟ ହୋଟେଲରେ ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍
  • ||
  • ଭୁବନେଶ୍ୱର : ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୨୮୫କୁ ବୃଦ୍ଧି
  • ||
  • ଚଣ୍ଡିଖୋଲ : ପାରିବାରିକ କଳହର କରୁଣ ପରିଣତି, ବୋହୂକୁ ପଥରରେ ଛେଚି ହତ୍ୟା କଲା ଶାଶୂ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବାଲିଗୁଡା : ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ ଘଟଣାରେ ତୁମୁଡିବନ୍ଧ ଠାରେ ଜାତୀୟ ରାଜପଥ ଅବରୋଧ, ମୁନିଗୁଡା ଓ ଭବାନୀପାଟନାକୁ ଯାତାୟତ ଠପ୍
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୩ ଦିନ ବର୍ଷା, ଆସନ୍ତାକାଲି ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳ ବର୍ଷବ
  • ||
  • ଭୁବନେଶ୍ୱର : ଆଜିଠୁ ଓଜେଇଇ କାଉନ୍‌ସିଲିଂ, ୫ ନଭେମ୍ବରରେ ପ୍ରଥମ ପର୍ଯ୍ୟାୟ ଆଲର୍ଟମେଣ୍ଟ
  • ||
  • ଅଲ୍‌ ଅମିରତ୍‌ : ଆଜିଠୁ ଟି-୨୦ ବିଶ୍ବକପ୍, ସଙ୍ଘର୍ଷପୂର୍ଣ୍ଣ ହେବ ବାଂଲାଦେଶ-ସ୍କଟ୍‌ଲାଣ୍ଡ ମୁକାବିଲା
  • ||

ଓଡ଼ିଶାର ୪ ଜଣଙ୍କୁ ପଦ୍ମ ପୁରସ୍କାର: ଦୈତାରି ନାୟକ, କମଳା ପୂଜାରୀ, ପ୍ରକାଶ ରାଓ ଓ ଗୀତା ମେହେଟ୍ଟାଙ୍କୁ ପଦ୍ମଶ୍ରୀ

ଭୁବନେଶ୍ୱର,୨୫ା୧(ବ୍ୟୁରୋ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଜି ପଦ୍ମ ପୁରସ୍କାର ଘୋଷଣା ହୋଇଛି । ସେଥିରେ ଓଡ଼ିଶାରୁ ୪ଜଣ ‘ପଦ୍ମଶ୍ରୀ’ ପାଇଁ ମନୋନୀତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ତଥା ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କୁ ମଧ୍ୟ ସଂସ୍କୃତି ଓ ଶିକ୍ଷା କ୍ଷେତ୍ର ପାଇଁ ‘ପଦ୍ମଶ୍ରୀ’ ଲାଗି ମନୋନୀତ କରାଯାଇଛି । ବାକି ତିନିଜଣ ସମାଜସେବା କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଛନ୍ତି । ସେମାନେ ହେଲେ³ ସମାଜସେବୀ ଦୈତାରୀ ନାୟକ, କୃଷି ଓ ସମାଜସେବାରେ କମଳା ପୂଜାରୀ ଏବଂ ସମାଜସେବା ଓ ଶିକ୍ଷାରେ ଡି. ପ୍ରକାଶ ରାଓ ରହିଛନ୍ତି । ଚଳିତ ଥର ମୋଟ୍‌ ୧୧୨ ଜଣ ପଦ୍ମ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାବେଳେ ୪ ଜଣ ‘ପଦ୍ମବିଭୂଷଣ’, ୧୪ ଜଣ ‘ପଦ୍ମଭୂଷଣ’ ଏବଂ ୯୪ ଜଣ ‘ପଦ୍ମଶ୍ରୀ’ ପାଇବାକୁ ମନୋନୀତ ହୋଇଛନ୍ତି । ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ଏହି ୪ ଜଣଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି । ଏହି ୪ ଓଡ଼ିଆଙ୍କ ଅଧ୍ୟବସାୟ ଓ କର୍ତ୍ତବ୍ୟନିଷ୍ଠା ଓଡ଼ିଶାବାସୀଙ୍କୁ ଅନୁପ୍ରାଣିତ କରିବ । ସେହିପରି ସହିଦ ଓଡ଼ିଆ ଯବାନ ପ୍ରଦୀପ ପଣ୍ଡା କୀର୍ତ୍ତିଚକ୍ର ପାଇଁ ମନୋନୀତ ହୋଇଥିବାରୁ ଓଡ଼ିଶା ଗର୍ବିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଗୀତା ମେହେଟ୍ଟା: ଗୀତା ମେହେଟ୍ଟା ଜଣେ ପ୍ରଖ୍ୟାତ ଲେଖକ । ସେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଝିଅ । କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରୁ ପଢା ସାରିବା ପରେ ଗୀତା ବିଦେଶୀ ଟେଲିଭିଜନ୍‌ ଡକ୍ୟୁମେଣ୍ଟାରୀର ପ୍ରଯୋଜନା ଓ ନିର୍ଦ୍ଦେଶନାରୁ ନିଜ କ୍ୟାରିୟର୍‌ ଆରମ୍ଭ କରିଥିଲେ । ୟୁରୋପିଆନ୍‌ ଓ ୟୁଏସ୍‌ ନେଟୱର୍କସ୍‌ ପାଇଁ ସେ ପ୍ରାୟ ୧୪ଟି ଟେଲିଭିଜନ୍‌ ଡକ୍ୟୁମେଣ୍ଟାରୀର ପ୍ରଯୋଜନା ତଥା ନିର୍ଦ୍ଦେଶନା ଦେଇଛନ୍ତି । କିଛି ଦିନ ପାଇଁ ସେ ଆମେରିକାର ଏକ ଟେଲିଭିଜନ୍‌ ଗଣମାଧ୍ୟମ ପାଇଁ ଯୁଦ୍ଧ ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ । ପରେ ସେ ବହି ଲେଖିବା ଆରମ୍ଭ କରିଥିଲେ । ଏ ରିଭର ସୂତ୍ର, ରାଜ୍‌, କର୍ମୀ କୋଲା, ସ୍ନେକସ୍‌ ଆଣ୍ଡ ଲାଡର୍ସ ଓ ଇଟରନାଲ୍‌ ଗଣେଶ ଭଳି ଅନେକ ପୁସ୍ତକ ଲେଖିଛନ୍ତି । ତାଙ୍କ ପୁସ୍ତକଗୁଡିକ ପ୍ରାୟ ୨୧ଟି ଭାଷାରେ ଅନୁବାଦ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପୁସ୍ତକ ଆମେରିକା, ୟୁରୋପ ଓ ଭାରତରେ ବେଷ୍ଟ୍‌ ସେଲର୍‌ ତାଲିକାରେ ସ୍ଥାନିତ ହୋଇଛି ।
ଦୈତାରୀ ନାଏକ: କେନ୍ଦୁଝର ବାଂଶପାଳ ବ୍ଲକ୍‌ର ଏକ ଛୋଟ ପାହାଡ଼ିଆ ବୈତରଣୀ ଗାଁର ବାସିନ୍ଦା ଦୈତାରୀ ନାୟକ । ବୟସ ପ୍ରାୟ ୭୦ ବର୍ଷ ହେବ । ତାଙ୍କ ଗାଁରେ ଚାଷ ଜମି ପାଇଁ ପାଣିର ଉତ୍କଟ ଅଭାବ ଥିଲା । ପାଣି ଅଭାବରୁ ଚାଷ କରିବାରେ ଗାଁ ଲୋକେ ସମସ୍ୟା ଭୋଗୁଥିଲେ । ଗାଁଲୋକଙ୍କ ସମସ୍ୟାକୁ ଦେଖି ଦୈତାରୀ ଆରମ୍ଭ କରିଥିଲେ ପାହାଡ଼ ଖୋଳା ଅଭିଯାନ । ପାହାଡ଼ିଆ ଉଚ୍ଚା ଜାଗାରେ ଥିବା ବଡ଼ ବଡ଼ ପଥର ଖଣ୍ଡକୁ ଖୋଳି ସେ କେନାଲ୍‌ ବାହାର କରିଥିଲେ । ୩ କିମି ଲମ୍ବାର କେନାଲ୍‌ ଖୋଳି ଗାଁ ଜମିକୁ ପାଣି ଆଣିଥିଲେ । ଏହି ପାଣିରେ ଗାଁଲୋକେ ଚାଷ କରିବାରେ ସକ୍ଷମ ହୋଇଥିଲେ । ଦୈତାରୀଙ୍କ ଏହି ପ୍ରୟାସ ତାଙ୍କୁ ରାତାରାତ୍‌ ଚର୍ଚ୍ଚିତ କରି ଦେଇଥିଲା ।
କମଳା ପୂଜାରୀ: କମଳା ପୂଜାରୀ କୋରାପୁଟ ଜିଲ୍ଲାର ଜଣେ ଆଦିବାସୀ ମହିଳା । ଜୈବିକ ଚାଷ ପଦ୍ଧତିର ପ୍ରଚାରପ୍ରସାର ସହ ଏହି ପଦ୍ଧତିକୁ ଆପଣାଇ ସେ ୧୦୦ରୁ ଅଧିକ ପ୍ରଜାତିର ଶସ୍ୟକୁ ସଂରକ୍ଷଣ କରିଛନ୍ତି । ରାସାୟନିକ ଓ କୀଟନାଶକ ପ୍ରୟୋଗକୁ ଛାଡି ଜୈବିକ ଚାଷକୁ ଆପଣାଇବାକୁ ସେ ତାଙ୍କ ଅଞ୍ଚଳର ଅନେକ ଚାଷୀଙ୍କୁ ପ୍ରବର୍ତ୍ତାଇବା ସହ ଏଥିରେ ସଫଳ ହୋଇଥିଲେ । ତାଙ୍କର ଏହି ନିଆରା ପ୍ରୟାସକୁ ସରକାର ସ୍ୱୀକୃତି ଦେବା ସହ ତାଙ୍କୁ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟା କରିଥିଲେ । ୨୦୦୪ରେ ତାଙ୍କୁ ଶ୍ରେଷ୍ଠ ମହିଳା ଚାଷୀ ପୁରସ୍କାର ମିଳିଥିଲା ।
ଡି. ପ୍ରକାଶ ରାଓ: ପେଷାରେ ଚା ବିକାଳି । କିନ୍ତୁ ଏଥିରୁ ଉପାର୍ଜିତ ଟଙ୍କାରେ ଅନେକ ପିଲାଙ୍କ ଜୀବନ ଗଢୁଛନ୍ତି । ଏହି ଟଙ୍କାରେ ସ୍କୁଲ ଖୋଲି ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି । ରକ୍ତଦାନ କରିବା ଓ ରୋଗୀଙ୍କ ସେବା କରିବାକୁ ସେ ଯେମିତି ନିଜ ବ୍ରତ ଭାବେ ଧରି ନେଇଛନ୍ତି । ସେ ହେଉଛନ୍ତି ଡି. ପ୍ରକାଶ ରାଓ । ଜଣେ ସମାଜସେବୀ ଭାବେ ୫ ଦଶନ୍ଧିରୁ ଅଧିକ ବର୍ଷ ହେଲା ନିଆରା ପରିଚୟ ସୃଷ୍ଟି କରିଛନ୍ତି । ବସ୍ତି ପିଲାଙ୍କୁ ଶିକ୍ଷା ଦେବାରେ ସେ ଆଲୋକବର୍ତ୍ତିକା ସାଜିଛନ୍ତି ।

ସମ୍ବନ୍ଧିତ ଖବର