PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ରେନ୍‌କୋଟ୍‌ ଭାବି ପାଗଳ ପିନ୍ଧିଛି ପିପିଇ କିଟ୍‌, ନଷ୍ଟ କଲା ପ୍ରଶାସନ

ଫୁଲବାଣୀ, ୧୦/୮ : ବାହାରେ ଫୋପଡ଼ା ହେଉଛି ବ୍ୟବହୃତ ପର୍ସନାଲ ପ୍ରଟେକ୍ସନ୍‌ ଇକ୍ୟୁପମେଣ୍ଟ (ପିପିଇ) କିଟ୍‌ । ଜଣେ ପାଗଳ ଏହାକୁ ରେନ୍‌କୋଟ୍‌ ଭାବି ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଛି । ରାଇକିଆ ଅଞ୍ଚଳର ଜଣେ ମାନସିକ ବିକୃତ ବ୍ୟକ୍ତି କରୋନା ମହାମାରୀ ମୁକାବିଲା ପାଇଁ ବ୍ୟବହୃତ ଏକ ପିପିଇ କିଟ୍‌ ପିନ୍ଧି ବୁଲୁଥିବା ଖବର ପାଇ ପ୍ରଶାସନ ତତ୍ପର ହୋଇଥିଲା । ପାଗଳ ଦେହରୁ ଉକ୍ତ କିଟ୍‌ ବାହାର କରି ନଷ୍ଟ କରିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ସପ୍ତାହ ତଳେ କରୋନା ମୁକାବିଲାରେ ସାମିଲ ଥିବା କୌଣସି ଜଣେ କର୍ମଚାରୀ ପିପିଇ ବ୍ୟବହାର କରିବା ପରେ ତାହାକୁ ଫୋପାଡି ଦେଇଥିବା ଅନୁମାନ କରାଯାଇଛି । ଜଣେ ପାଗଳ ତାହାକୁ ପାଇ ପିନ୍ଧିଥିବା ସ୍ଥାନୀୟ ଲୋକ ଦେଖିଥିଲେ । ପାଗଳର ଏପରି କାର୍ଯ୍ୟ ଦେଖି ଲୋକଙ୍କ ମଧ୍ୟରେ କରୋନା ସଂକ୍ରମଣ ନେଇ ଭୟଭୀତ ହୋଇଥିଲେ । ବର୍ଷା ଯୋଗୁଁ ପିପିଇ କିଟ୍‌କୁ ରେନ୍‌କୋଟ ଭାବି ପାଗଳ ପିନ୍ଧି ଥିବା ଆଲୋଚନା ହେଉଛି । ଏନେଇ ପ୍ରଶାସନ ଖବର ପାଇବା ପରେ ସଙ୍ଗେ ସଙ୍ଗେ ଉକ୍ତ ପାଗଳ ଦେହରୁ ଉକ୍ତ ପିପିଇ ବାହାର କରି ପୋଡି ଦେଇଥିବା ଜଣାପଡିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପିପିଇ ବ୍ୟବହୃତ ହେବା ପରେ ତାହାକୁ ନଷ୍ଟ କରିଦେବା କଥା । ହେଲେ ଅନେକ କ୍ଷେତ୍ରରେ ଏହା ହେଉନାହିଁ । କିଛି ଦିନ ତଳେ ଶଙ୍କରାଖୋଲ ଓ ଖଜୁରିପଡା ଠାରେ ମଧ୍ୟ ଏପରି ପିପିଇ କିଟ୍‌ ପଡିଥିବା ଦେଖିବାକୁ ମିଳିଥିଲା ।

ପିପିଇ କିଟ୍‌ କରୋନା ସଂକ୍ରମିତ କିମ୍ବା ସନ୍ଦିଗ୍ଧ ସଂସ୍ପର୍ଶରେ ଆସୁଥିବା ସ୍ୱାସ୍ଥ୍ୟ କର୍ମଚାରୀ ପରିଧାନ କରୁଛନ୍ତି ଏହି ପିପିଇ କିଟ୍‌ ସଂସ୍ପର୍ଶରେ ଆସିଲେ ସଂକ୍ରମଣ ହେବା ଆଶଙ୍କା ରହୁଛି । ତେଣୁ ବାହାରେ ପିପିଇ କିଟ୍‌ ପଡ଼ିବା ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖର ଦେଇଥିଲା । ପରେ ପ୍ରଶାସନ ସେଗୁଡ଼ିକୁ ନଷ୍ଟ କରିଥିଲା । ଏବେ ପୁଣି ଫୁଲବାଣୀ ସହରର ନାରାୟଣୀ ମନ୍ଦିର ଯିବା ରାସ୍ତାରେ ପିପିଇ କିଟ୍‌ ପଡିଥିବା ଦେଖିବାକୁ ମିଳିଛି ।

ସେହି ରାସ୍ତାର ପବ୍ଲିକ୍‌ ସ୍କୁଲ ସମ୍ମୁଖ ଶ୍ମଶାନ ନିକଟ ରାସ୍ତା କଡ଼ରେ ଦୁଇଟି ପିପିଇ କିଟ୍‌ ପଡିଥିବା ବେଳେ କୁକୁର ଟାଣୁଥିବା ଦେଖିବାକୁ ମିଳିଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ ସଙ୍ଗେ ସଙ୍ଗେ ସେସବୁ ନଷ୍ଟ କରିବାକୁ ତାଙ୍କ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏଭଳି ବାରମ୍ବାର ପିପିଇ ବାହାରେ ଫୋପଡ଼ା ଯାଉଥିବା ଘଟଣାକୁ ପ୍ରଶାସନ ଗୁରୁତର ସହ ବିଚାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।