PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ସୀମାରେ ପୁଣି ଉଡ଼ିଲା ପାକ୍‌ ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୧୩ ।୩(ଏଜେନ୍ସି): ପୁଲୱାମା ଆତଙ୍କୀ ଆକ୍ରମଣ ଓ ପରବର୍ତ୍ତୀ ସମୟରେ ବାଲାକୋଟ୍‌ରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣ ଘଟଣା ପରେ ଜମ୍ମୁ-କାଶ୍ମୀରରେ ପାକିସ୍ତାନର ହରକତ ଜାରି ରହିଛି । ପାକିସ୍ତାନୀ ସେନା ଲଗାତାର ଭାବେ ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତୀୟ ସେନାଶିବିର ଓ ଜନବସତିକୁ ଟାର୍ଗେଟ କରିଆସିଛି । ସେହିଭଳି ଗତକାଲି ରାତିରେ ପାକିସ୍ତାନର ଦୁଇଟି ଯୁଦ୍ଧ ବିମାନ ମଧ୍ୟ ପୁଞ୍ଚ ସେକ୍ଟରରେ ଭାରତୀୟ ସୀମା ଭିତରକୁ ପ୍ରବେଶ ଉଦ୍ୟମ କରିଥିଲା । କିନ୍ତୁ ପାକିସ୍ତାନର ଏଭଳି ଉଦ୍ୟମକୁ ସୀମାରେ ସଜାଗ ଭାରତୀୟ ବାୟୁସେନା ପଣ୍ଡ କରିଦେଇଛି । ସୂଚନା ଅନୁସାରେ ନିୟନ୍ତ୍ରଣ ରେଖାର ଅତି ନିକଟରେ ଗତକାଲି ରାତିରେ ଏହି ଦୁଇଟି ଯୁଦ୍ଧ ବିମାନ ଅତି ଦ୍ରୁତଗତିରେ ଉଡୁଥିଲେ । ବିମାନ ଉଡାଣର ପ୍ରଚଣ୍ଡ ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା । ଅବଶ୍ୟ ଜେଟ୍‌ ବିମାନ ଦୁଇଟି ନିୟନ୍ତ୍ରଣ ରେଖା ଠାରୁ ୧୦ କି.ମି. ଦୂର ତଥା ପାକିସ୍ତାନ ସୀମା ଭିତରେ ଉଡୁଥିଲା । କିନ୍ତୁ ଭାରତୀୟ ସୀମାରେ ମୁତୟନ ବାୟୁସେନା ରାଡାରରେ ତାହା ଧରାପଡିଥିଲା । ଏକଥା ଜଣାପଡିବା ପରେ ବାୟୁସେନାକୁ ସମ୍ପୂର୍ଣ୍ଣ ଭାବେ ହାଇଆଲର୍ଟରେ ରଖାଯାଇଛି । ଏୟାର ଡିଫେନ୍ସ ଓ ରାଡାର ସିଷ୍ଟମକୁ ଅଧିକ ସକ୍ରିୟ କରାଯାଇଛି । ପାକିସ୍ତାନର ଯେକୌଣସି ପ୍ରକାର ହରକତର ଦୃଢ଼ ଜବାବ ଦେବାକୁ ବାୟୁସେନାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଭାରତରେ ସୈନ୍ୟବାହିନୀର ତିନୋଟି ଯାକ ଅଙ୍ଗକୁ ହାଇଆଲର୍ଟରେ ରଖାଯାଇଛି । ସମସ୍ତଙ୍କୁ ଯୁଦ୍ଧର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିବାକୁ ଗୁପ୍ତ ନିର୍ଦ୍ଦେଶ ଦିଆଯାଇଛି । ସ୍ଥଳସେନା ଏବଂ ବାୟୁସେନା ଯେକୌଣସି ମୁହୂର୍ତ୍ତରେ ଶତ୍ରୁର ଆକ୍ରମଣ କିମ୍ବା ବାୟୁସୀମା ଉଲ୍ଲଂଘନକୁ ପ୍ରତିହତ କରିବା ପାଇଁ ଅଭ୍ୟାସ କରୁଛନ୍ତି । ଭାରତର ସମସ୍ତ ବାୟୁସେନା ଷ୍ଟେସନକୁ ‘ପ୍ୟାସିଭ୍‌ ଡିଫେନ୍ସ ମୋଡ’ରେ ରଖାଯିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ବାୟୁସେନା ଷ୍ଟେସନ ପାଇଁ ଦୁଇ ପ୍ରକାର ସୁରକ୍ଷା ବ୍ୟବସ୍ଥା ଯଥା ଆକ୍ଟିଭ୍‌ ଏବଂ ପ୍ୟାସିଭ୍‌ ଡିଫେନ୍ସ ମୋଡର ବ୍ୟବସ୍ଥା କରାଯାଇଥାଏ । ଆକ୍ଟିଭ୍‌ ଡିଫେନ୍ସ ମୋଡରେ ରଖାଗଲେ ସବୁ ଷ୍ଟେସନରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ, ବିମାନ ବିଧ୍ୱଂସୀ ତୋପ ଏବଂ ଯୁଦ୍ଧବିମାନକୁ ତୟାର ରଖାଯାଇଥାଏ । ଶତ୍ରୁ ଆକ୍ରମଣ କଲେ ତାହାର ଜବାବ ଦେବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଥାଏ । ପ୍ୟାସିଭ୍‌ ମୋଡରେ ରଖାଗଲେ ସବୁ ଷ୍ଟେସନ, ସେଠାରେ ଥିବା ଯୁଦ୍ଧାସ୍ତ୍ର, ସୈନିକ ଏବଂ ସେମାନଙ୍କ ପରିବାରଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯାଏ । ଶତ୍ରୁ ରାଷ୍ଟ୍ର ଆକସ୍ମିକ ଭାବେ ଭାରତର ବାୟୁସେନା ଷ୍ଟେସନଗୁଡିକ ଉପରେ ଆକ୍ରମଣ କରିବାର ଆଶଙ୍କା ଥିଲେ ଏଭଳି ପଦକ୍ଷେପ ନିଆଯାଇଥାଏ । ଏବେ ଏଭଳି ପଦକ୍ଷେପ ନିଆଯାଇଛି ।
ବାୟୁସେନାର ସମସ୍ତ ଅଧିକାରୀ ଓ ଯବାନଙ୍କ ଛୁଟି ବାତିଲ କରାଯାଇଛି । ଯେଉଁମାନେ ପୂର୍ବରୁ ଛୁଟିରେ ଯାଇଥିଲେ, ସେମାନଙ୍କୁ କାର୍ଯ୍ୟରେ ତୁରନ୍ତ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଷ୍ଟେସନରେ ଶତ୍ରୁର ବୋମାମାଡ଼ରୁ ବର୍ତ୍ତିବା ପାଇଁ ଟ୍ରେଞ୍ଚ (ଭୂତଳ ଢାଞ୍ଚା) ନିର୍ମାଣ କରାଯାଉଛି । ଷ୍ଟେସନ ପରିସରରେ ରହୁଥିବା ବାୟୁସେନା କର୍ମଚାରୀଙ୍କ ପରିବାରବର୍ଗଙ୍କୁ ଶତ୍ରୁ ଆକ୍ରମଣ ସମୟରେ କିଭଳି ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରିବାକୁ ହେବ, ସେଥିପାଇଁ ପ୍ରଶିକ୍ଷଣ ଦିଆଯାଉଛି । ଉଭୟ ସ୍ଥଳସେନା ଏବଂ ବାୟୁସେନାର ପ୍ରତି ଘାଟିରେ ଆହତ ଯବାନଙ୍କୁ କିପରି ଜରୁରୀକାଳୀନ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇପାରିବ, ସେଥିପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି । ଖାଲି ସେତିକି ନୁହେଁ ସମସ୍ତ ଯୁଦ୍ଧାସ୍ତ୍ର ଡିପୋକୁ ବି ଯେକୌଣସି ମୁହୂର୍ତ୍ତରେ ଯୁଦ୍ଧ ଲାଗିଲେ, ତୁରନ୍ତ ଏବଂ ନିରନ୍ତର ଯୋଗାଣ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ ନିକଟରେ ରାଜସ୍ଥାନ ଓ ଗୁଜରାଟ ସୀମା ପରିଦର୍ଶନ କରି ସେନାର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ସେପଟେ ପାକିସ୍ତାନ ମଧ୍ୟ ନିଜର ସ୍ଥଳସେନା, ବାୟୁସେନା ଏବଂ ନୌସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଛି । ଏସବୁକୁ ଦେଖିଲେ ଆଗାମୀ ଦିନରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ମନେ କରାଯାଉଛି ।

ସମ୍ବନ୍ଧିତ ଖବର