ଭାରତକୁ ଧମକ ଦେବା କିଛି ଘଣ୍ଟା ପରେ ଇମ୍ରାନ ଖାନଙ୍କ ପିଓକେ ଗସ୍ତ

ନୂଆଦିଲ୍ଲୀ ୭/୯ : କାଶ୍ମୀର ପ୍ରସଙ୍ଗରେ ପାକ୍‌ ସେନାମୁଖ୍ୟ ଭାରତକୁ ଧମକ ଦେବାର କିଛି ଘଣ୍ଟା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏଲଓସି ନିକଟସ୍ଥ ପିଓକେର କିଛି ଅଞ୍ଚଳ ଗସ୍ତ କରିଛନ୍ତି । ସେ ଚକୋଟି ଅଞ୍ଚଳ ଯାଏଁ ଆସିଥିଲେ ବୋଲି କୁହାଯାଉଛି । କିନ୍ତୁ ସେ କେତେବେଳେ ଏବଂ କେଉଁ ମାର୍ଗ ଦେଇ ସେଠାକୁ ଆସିଥିଲେ, ତାହା ସ୍ପଷ୍ଟ ହୋଇପାରିନାହିଁ । ଏହି ଗସ୍ତ ବେଳେ ପାକ୍‌ ବିଦେଶ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ସେନା ମୁଖ୍ୟ ଏବଂ ଆଉ କିଛି ବରିଷ୍ଠ ଅଧିକାରୀ ତାଙ୍କ ସହିତ ଉପସ୍ଥିତ ଥିଲେ ।

ଏହା ପୂର୍ବରୁ ପାକ୍‌ ସେନାମୁଖ୍ୟ ଧମକ ଦେଇଥିଲେ ଯେ କାଶ୍ମୀର ପାଇଁ ପାକିସ୍ତାନ କିଛି ବି କରିପାରିବ ଏବଂ ଯେକୌଣସି ସ୍ତରକୁ ଯାଇପାରିବ । କାଶ୍ମୀରବାସୀ ଏବଂ ପାକିସ୍ତାନବାସୀଙ୍କ ହୃଦୟ ଏକ ସଙ୍ଗରେ ସ୍ପନ୍ଦିତ ହୋଇଥାଏ । କାଶ୍ମୀରବାସୀଙ୍କୁ ପାକିସ୍ତାନ କେବେହେଲେ ଏକୁଟିଆ ଛାଡିବ ନାହିଁ । ପାକିସ୍ତାନ ଆଜି କାଶ୍ମୀର ପ୍ରସଙ୍ଗ ପ୍ରତି ଆନ୍ତର୍ଜାତିକ ସମୁଦାୟଙ୍କ ଧ୍ୟାନ ଆକର୍ଷଣ କରିବା ଉଦ୍ଦେଶ୍ୟରେ ସେୟାର ମାର୍କେଟକୁ ଉପରଓଳି ବନ୍ଦ ରଖିଥିଲା ।

   ସମ୍ବନ୍ଧିତ ଖବର


ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..

୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଜିନପିଙ୍ଗ୍‌ ସେନା, ୧୦୦ ଯବାନ ଆକାଶରେ କଲେ ସମାରାଭ୍ୟାସ

RBI ଗଭର୍ଣ୍ଣରଙ୍କୁ କରୋନା